March 10, 2026

ଅପରାଧୀଙ୍କୁ ଗିରଫ ନକରିଲେ ଆସନ୍ତାକାଲି ଠାରୁ କଲେଜ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ କରିବୁ ..

IMG-20250726-WA0000
Share

 

ଆଜି ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ଛାତ୍ରମାନେ ନୂଆକରି ମହାବିଦ୍ୟାଳୟକୁ ଆସୁଥିବା ଛାତ୍ରଛାତ୍ରୀମାନଙ୍କ ନାମଲେଖା ଠାରୁ ଆରମ୍ଭକରି ବିଭିନ୍ନ ସମସ୍ୟା ଉପରେ ମହାବିଦ୍ୟାଳୟ ର +୩ର ଛାତ୍ରମାନେ ସହଯୋଗ କରୁଥିବା ବେଳେ ମହାବିଦ୍ୟାଳୟ ପରିସରକୁ କିଛି ଅଣଛାତ୍ର ପ୍ରବେଶ କରି ଦୁଇଜଣ ଛାତ୍ରଙ୍କୁ ମାରି ସୁନାଚେନ ଛଡାଇ ନେବା ସହିତ କିଛି ଛାତ୍ରଛାତ୍ରୀ ମାନଙ୍କର ବକେୟା ଟଙ୍କା କଲେଜ ରେ ଦେବାପାଇଁ ୧୦ ହଜାର ଟଙ୍କା ଦୁର୍ବୁତ୍ତ ଛଡାଇ ନେଇଛନ୍ତି l ମହାବିଦ୍ୟାଳୟ ର +୩ ଛାତ୍ରମାନେ ଅଣଛାତ୍ରଙ୍କ ମାଡ଼ରେ ଗୁରୁତର ହୋଇ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ର ସର୍ଜରୀ ୱାର୍ଡ ରେ ଚିକିତ୍ସିତ ହେଉଥିବା ବେଳେ ପୁରୀ ଟାଉନ ଥାନାଧିକାରୀ ଗୁରୁତର ଛାତ୍ରମାନଙ୍କ ପାଖରେ ପହଞ୍ଚି ସେମାନଙ୍କ ଅବସ୍ଥା ବୁଝିବା ସହିତ ଆଲୋଚନା କରିଛନ୍ତି l ଆଜି ରାତିକ ଭିତରେ ଯଦି ଏଭଳି ଉନ୍ମତ୍ତକାଣ୍ଡ ଘଟାଇଥିବା ଅଣଛାତ୍ରମାନଙ୍କୁ ପୋଲିସ ଗିରଫ ନକରନ୍ତି ଆସନ୍ତାକାଲି ଠାରୁ ମହାବିଦ୍ୟାଳୟକୁ ଅନିର୍ଦ୍ଧିଷ୍ଟ କାଳପାଇଁ ବନ୍ଦ କରିବୁ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଗୁରୁତର ହୋଇଥିବା ଛାତ୍ରମାନେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l