March 10, 2026

ନବରଙ୍ଗପୁର-:ଓଡିଶା ଡ୍ରାଇଭର ମହାସଂଘ ତରଫରୁ ଶ୍ରଦ୍ଧାଞ୍ଜଳି!

IMG-20230726-WA0010
Share

ନବରଙ୍ଗପୁର-:ଓଡିଶା ଡ୍ରାଇଭର ମହାସଂଘ ତରଫରୁ ଶ୍ରଦ୍ଧାଞ୍ଜଳି!

(ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)

16/7/23ତାରିଖ ରବିବାର ଦିନ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ବୁର୍ଜା ଗ୍ରାମର ରାମ କୃଷ୍ଣ ମାଝୀ (31)ନିଜ ଜମି ରେ ଚାଷ କରିବାକୁ ଯାଇଥିବା ବେଳେ ନିକଟରେ ଥିବା ଗୋଟିଏ ପୋଖରୀ ରେ ଗାଧୋଇବାକୁ ଯାଇଥିଲେ!ସେଠାରେ ଗାଧୋଇବା ସମୟରେ ସେ ପୋଖରୀରେ ବୁଡି ଯାଇଥିଲେ ଏବଂ ସେହି ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା!ରାମ କୃଷ୍ଣ ମାଝୀ ପେସା ରେ ଜଣେ ଡ୍ରାଇଭର!ତାଙ୍କ ଦୁଇଟି ପୁଅ!ଜଣେ 3ବର୍ଷ ର ଓ ଅନ୍ୟ ପୁଅଟି 3ମାସର!ରାମ କୃଷ୍ଣ ଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ବବିତା ମାଝୀ ସମ୍ପୂର୍ଣ ରୂପେ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଛି!ଏହି ଦୁଃଖଦ ଖବର ପାଇବା ପରେ ଓଡିଶା ଡ୍ରାଇଭର ମହାସଂଘ ରାମ କୃଷ୍ଣ ମାଝୀ ଙ୍କ ଦଶାହ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି କିଛି ଅନୁକମ୍ପା ରାଶି ପ୍ରଦାନ କରିବା ସହ ଶ୍ରଦ୍ଧାଞ୍ଜଳି ଦେଇଥିଲେ!ଓଡିଶା ଡ୍ରାଇଭର ମହାସଂଘ ଙ୍କ ସହିତ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ମଧ୍ୟ ଉକ୍ତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ରେ ଯୋଗ ଦେଇ ନିଜ ତରଫରୁ ରାମ କୃଷ୍ଣ ଙ୍କ ପରିବାର କୁ କିଛି ଅନୁକମ୍ପା ରାଶି ପ୍ରଦାନ କରିଥିଲେ!ଉମରକୋଟ ବ୍ଲଜ ଡ୍ରାଇଭର ସଙ୍ଘ ତରଫରୁ 30 ହଜାର ଟଙ୍କା ଓ ଜିଲ୍ଲା ର ଅନ୍ୟ 9ଟି ବ୍ଲକ ର ଡ୍ରାଇଭର ସଙ୍ଘ ତରଫରୁ 9 ହଜାର ଟଙ୍କା ଅନୁକମ୍ପା ରାଶି ରାମ କୃଷ୍ଣ ମାଝୀ ଙ୍କ ପରିବାର ବର୍ଗ ଙ୍କୁ ପ୍ରଦାନ କରିଥିଲେ!ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ରେଉମରକୋଟ ଡ୍ରାଇଭର ମହାସଂଘ ର ସଭାପତି ପ୍ରଦୀପ ବିଶ୍ୱାସ, ଉପ ସଭାପତି ସୁକାନ୍ତ ହଳଦାର, ସମ୍ପାଦକ ପ୍ରଦୀପ ସାଧୁ, କୋଷାଧକ୍ଷ ଜୟଦେବ ବେପାରୀ ଙ୍କ ସହ ଜିଲ୍ଲା ର ବହୁ ଡ୍ରାଇଭର ଉପସ୍ଥିତ ଥିଲେ!