November 23, 2024

ମହାସଂଘ ପୁନଃଗଠନ ପ୍ରତିବାଦରେ ପ୍ରବଳ ବର୍ଷା ନିମାପଡା ବ୍ଲକ ଘେରାଉ କଲେ ସଲଙ୍ଗ ପଞ୍ଚାୟତ ମହିଳା l

Share

ମହାସଂଘ ପୁନଃଗଠନ ପ୍ରତିବାଦରେ ପ୍ରବଳ ବର୍ଷା ନିମାପଡା ବ୍ଲକ ଘେରାଉ କଲେ ସଲଙ୍ଗ ପଞ୍ଚାୟତ ମହିଳା l
ନିମାପଡା ବ୍ଲକ ଅନ୍ତର୍ଗତ ସଲଙ୍ଗ ଗ୍ରାମପଂଚାୟତ ସ୍ତରୀୟ ମହିଳା ମହାସଙ୍ଘ ପ୍ରାୟ ତିନିବର୍ଷ ହେବ ଅନ୍ତର୍ଦୋନ୍ଦ ଲାଗିରହି ସୁପ୍ତ ଅବସ୍ଥାରେ ପଡିରହିଥିଲା l ଏହାକୁ କେନ୍ଦ୍ରକରି ଉଚ୍ଚନ୍ୟାୟାଳୟ ରେ ମାମଲା ରୁଜୁ ହୋଇଥିଲା l ଉଚ୍ଚନ୍ୟାୟାଳୟଙ୍କ ନିର୍ଦେଶକ୍ରମେ ମହାସଂଘକୁ କ୍ରିୟାଶୀଳ କରିବାପାଇଁ ଆଜି ଏହାର ପୁନଃଗଠନ ହେବା ସହିତ କର୍ମକର୍ତା ଚୟନ ପାଇଁ ବ୍ଲକ ପକ୍ଷରୁ ଦିନଧର୍ଯ୍ୟ ହୋଇଥିବାବେଳେ ଏକ ଦଶଜଣିଆ କମିଟି ମଧ୍ୟ ଗଠନ କରାଯାଇଥିଲା l ମାତ୍ର ସଲଙ୍ଗ ପଞ୍ଚାୟତ ମୁଖ୍ୟାଳୟ ନିକଟରେ ସଲଙ୍ଗ ପଂଚାୟତ ମହିଳାମାନେ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରିଥିବା ବେଳେ ଦଶଜଣିଆ କମିଟିରୁ କେହି ଜଣେହେଲେବି ନପହଞ୍ଚିବାରୁ ମହାସଂଘର ପୁନଃଗଠନ ଓ କର୍ମକର୍ତା ଚୟନ ହୋଇପାରିନଥିଲା l ଏଥିପାଇଁ ଶତାଧିକ ମହିଳା ଉତ୍ତକ୍ଷିପ୍ତ ହୋଇ ବର୍ଷାରେ ଓଦାହୋଇ ନିମାପଡା ବ୍ଲକ ସମୁଖରେ ଧାରଣାରେ ବସିଥିଲେ l ନିମାପଡା ଥାନା ଆଇଆଇସି ବାମଦେବ ସ୍ୱାଇଁ, ସବଇନିସ୍ପେକ୍ଟର ତଅପୋଇ ନାୟକ, ବିଡ଼ିଓ ବସନ୍ତ ମଲ୍ଲିକ ଓ ବ୍ଲକ ଅଧକ୍ଷ ଶଙ୍କର ଭୋଇ ପ୍ରମୁଖ ଧାରଣାସ୍ଥଳରେ ପହଞ୍ଚି ସେମାନଙ୍କ ସହିତ ଆଲୋଚନା କରିଥିଲେ l ପୂର୍ବ ନିର୍ଧାରିତ କାର୍ଯ୍ୟକ୍ରମ ଓ ସାତୋଟି ମଞ୍ଚ ଗଠନ ସଠିକ ଭାବରେ ହୋଇନଥିବାର ଲିଖିତ ଅଭିଯୋଗ ମହିଳାମାନେ କରିବାରୁ ପୂର୍ବ ନିର୍ଧାରିତ ସମସ୍ତ କାର୍ଯ୍ୟକୁ ବାତିଲ କରାଯାଇଥିଲା ବୋଲି ବିଡ଼ିଓ ବସନ୍ତ ମଲ୍ଲିକ ସେମାନଙ୍କୁ କହିଥିଲେ l ଆଗାମୀ ତିନିଦିନ ମଧ୍ୟରେ ଏହାକୁ ନିଶ୍ଚିତ ରୂପେ କରାଯିବ ବୋଲି ବିଡ଼ିଓ ଶ୍ରୀମଲିକ ପ୍ରତିଶୃତି ଦେଇଥିଲେ ହେଲେ ମହିଳାମାନେ ସେମାନଙ୍କ ଜିଦିରେ ଅଟଳ ରହିଥିଲେ l ତପସ୍ୱିନୀ ମଲ୍ଲିକ, କଳ୍ପନା ପରିଡା,ସୁକାନ୍ତି ପରିଡା, ଉର୍ମିଳା ପରିଡା,ବୀଣାପାଣି ବାରିକ ପ୍ରମୁଖ ଏହି ବିକ୍ଷୋବର ନେତୃତ୍ୱ ନେଇଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ