March 12, 2026

ଖରିଫ ଫସଲ  ସକାଶେ ବାଘୁଆ ଜଳଭଣ୍ଡାରରୁ ଜଳ ଛାଡିଲା ପ୍ରଶାସନ

IMG-20230726-WA0001
Share

ଖରିଫ ଫସଲ  ସକାଶେ ବାଘୁଆ ଜଳଭଣ୍ଡାରରୁ ଜଳ ଛାଡିଲା ପ୍ରଶାସନ
ବୁଗୁଡା : ତା ୨୫/୭/୨୩ : ବୁଗୁଡା ବ୍ଳକ ଅନ୍ତର୍ଗତ ମତାଝରି ନିକଟସ୍ଥ ବାଘୁଆ ଜଳଭଣ୍ଡାରରୁ ଖରିଫ ଫସକ ସକାଶେ ମଙ୍ଗଳବାର ଦିନ କେନାଲ ଦେଇ ଜଳ ଛଡାଯାଇଥିବା ଜଣାପଡିଛି। ବୁଗୁଡା ଜଳସେଚନ କାର୍ଯ୍ୟାଳୟରେ ଗତ ଦିନରେ ହୋଇଥିବା ବାଘୁଆ ଜଳସେଚନ ପ୍ରକଳ୍ପର ସାଧାରଣ ଅଧିବେଶନର ନିଷ୍ପତ୍ତି ପ୍ରକାରେ ଖରିଫ ଫସଲ ପାଇଁ ଆଜି ବାମ ଓ ଡାହାଣ ଉଭୟ କେନାଲ ଦେଇ ଜଳ ଛଡାଯାଇଥିବା ନେଇ ନିର୍ବାହୀ ଯନ୍ତ୍ରୀ କୃଷ୍ଣଚନ୍ଦ୍ର ପାଳ ସୂଚନା ଦେଇଛନ୍ତି। ଫଳରେ ଚାଷୀମାନଙ୍କ ମଧ୍ୟରେ ସନ୍ତୋଷ ପ୍ରକାଶ ପାଇଛି । ଚାଷୀମାନେ ସୁଷମ ବଣ୍ଟନ ଜରିଆରେ ଏହି ଜଳ ପାଇ ପାରିବେ। ଜଳଭଣ୍ଡାରରୁ ଜଳ ଛଡାଯିବା ସମୟରେ ସହ ନିର୍ବାହୀ ଯନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାଳ, ସହକାରୀ ଯନ୍ତ୍ରୀ କେଶବ ଖଟାଇ, ବୈଜୟନ୍ତୀ ସାହୁ ଓ ପୂର୍ଣ୍ଣଚନ୍ଦ୍ର ପୁରୋହିତ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶ ଯେ, ବାଘୁଆ ଜଳଭଣ୍ଡାରର ଜଳ ଧାରଣ କ୍ଷମତା ୩୧୦୦ ହେକ୍ଟର ମିଟର ଥିବାବେଳେ ବର୍ତ୍ତମାନ ଜଳଭଣ୍ଡାରରେ ୧୧୭୮.୮୦ ହେକ୍ଟର ମିଟର ଜଳ ଗଚ୍ଛିତ ଥିବା ପ୍ରଶାସନ ସୂତ୍ରରୁ ଜଣାପଡିଛି ।