ରାଜ୍ୟ ସ୍ତରୀୟ କଳାକାର ଙ୍କ ସମାବେଶ..

କୋରାପୁଟ ଜିଲ୍ଲା ବୋରିଗୁମ୍ମା ସ୍ଥିତ ଏକ କଲ୍ୟାଣ ମଣ୍ଡପ ରେ ବନ୍ଦେ ଉତ୍କଳ କଳା ଓ ସଂସ୍କୃତି ମହାସଂଘ ଦକ୍ଷିଣାଞ୍ଚଳ ସଭାପତି ଶ୍ରୀ ପ୍ରମୋଦ କୁମାର ଦାସ ଙ୍କ ସଭାପତିତ୍ୱ ରେ କଳାକାର ବନ୍ଧୁ ମାନଙ୍କ ଏକ ସମାବେଶ ଅନୁଷ୍ଠିତ ହୋଇଥିଲା I ଲୁକ୍କାୟିତ ଭାବେ ରହି ଥିବା କଳାକାର ମାନଙ୍କୁ ସଂଗଠନ ରେ ସାମିଲ କରି ଲୋକଲୋଚନ କୁ ଆଣିବା ଏବଂ ସେମାନଙ୍କ ବିଭିନ୍ନ ସମସ୍ୟା ର ସମାଧାନ କରିବା ପାଇଁ ସରକାର ଙ୍କ ନିକଟରେ ଦାବି ଉପସ୍ଥାପନ କରିବା ସଂଘ ର ଆଭିମୁଖ୍ୟ ରହିଥିବା କଳାକାର ମାନେ ସୂଚନା ଦେଇଥିବା
ଜଣାଯାଇଛି I ବୈଠକ ରେ ନବରଙ୍ଗପୁର ଜିଲ୍ଲା ରୁ ଶ୍ରୀ ଜଗନ୍ନାଥ ବେହେରା,ମନୋଜ ମହାରଣା, ମନୋଜ ମାହାଙ୍କୁଡ଼ ପ୍ରତିନିଧିତ୍ୱ କରି ଥିବା ବେଳେ ମାଲକାନଗିରି ଜିଲ୍ଲା ସଭାପତି ଶ୍ରୀ ଧନୁର୍ଜୟ ହନ୍ତାଳ ଯୋଗ ଦେଇଥିଲେ I ନୂତନ ଭାବେ ଦାୟିତ୍ୱ ଗ୍ରହଣ କରି ଥିବା ସଭାପତି ଶ୍ରୀ ହେମନ୍ତ କୁମାର ପାତ୍ର, କୋଷାଧ୍ୟକ୍ଷ ଶ୍ରୀ ବାଳ କୃଷ୍ଣ ଷଢଙ୍ଗୀ ଏବଂ ସମ୍ପାଦକ ଶ୍ରୀ ସରୋଜ କୁମାର ପଟ୍ଟନାୟକ ଓ ସୁରେଶ ଚନ୍ଦ୍ର ବେହେରା ମନୋନୀତ ହୋଇଥିଲେ I ଏହା ସହିତ ସମ୍ପାଦକ ଶ୍ରୀ ନବୀନ ଚନ୍ଦ୍ର ଶତପଥି,ଉପ ସଭାପତି ପାପିଲା ତିରୁପତି ସମେତ କୁଞ୍ଜ ବିହାରୀ ବୈଦ୍ୟ ପଟ୍ଟନାୟକ, ପ୍ରଦୀପ ନାୟକ, ନରସିଂହ ପ୍ରସାଦ ସାସମଲ ସମେତ ବହୁ କଳାକାର ବନ୍ଧୁ ଉପସ୍ଥିତ ଥିଲେ।
(କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର)