March 10, 2026

ପାତ୍ରପୁର ପଂଚାୟତ ସମିତି ବୈଠକ ହଟ୍ଟଗୋଳ ଘଟଣା…….

IMG-20250526-WA0020
Share

 

ବିଜେଡି ପରେ ବିଜେପି ତରଫରୁ ଏତଲା,ଦୁଇ କେଶ ରୁଜୁ ।

ଚିକିଟି ସୁଭଶ୍ରୀ ପ୍ରଧାନ ୨୬/୦୫

ଶୁକ୍ରବାର ପାତ୍ରପୁର ବ୍ଲକରେ ଅନୁଷ୍ଠିତ ସମିତି ବୈଠକରେ ଘଟିଥିବା ଶାସକ ଓ ବିରୋଧୀ ଙ୍କ ହଟ୍ଟଗୋଳ ଘଟଣା ଦିନକୁ ଦିନ ନୂଆ ରୂପ ନେବାରେ ଲାଗିଛି । ବିଜେଡି ସମର୍ଥିତ ଲୋକ ପ୍ରତିନିଧି ତଥା କେସରିପଡା ସମିତି ସଭ୍ୟା ଜି. ରୁକ୍ମିଣୀ ପଂଚାୟତ ସମିତି ବୈଠକରୁ କକ୍ଷତ୍ୟାଗ କରି ଫେରିବା ବେଳେ ପାତ୍ରପୁର ଗ୍ରାମର ଜଣେ ଯୁବକ ତାଙ୍କୁ ଜାତିଗତ ଆକ୍ଷେପ କରି ଗାଳିଗୁଲଜ କରିବା ସହ ଧମକ ଦେଇଥିବା ନେଇ ଶନିବାର ଜରଡ଼ା ଥାନାରେ ଏତଲା ଦେବା ପରେ ଜରଡ଼ା ଥାନା ତରଫରୁ କେଶ ନମ୍ବର ୧୪୫/୨୫ ରୁଜୁ ହୋଇଥିବା ବେଳେ ବିଜେପି ତରଫରୁ ଆଦିବାସୀ ନେତ୍ରୀ ଲଳିତା ପ୍ରଧାନ ଶନିବାର ରାତ୍ର ଜରଡ଼ା ଥାନାରେ ପହଂଚି ପାତ୍ରପୁର ବ୍ଲକ ଅଫିସ ଆଗରେ ବାଦପୁର ସରପଞ୍ଚ ଶଶାଙ୍କ ପାଣିଗ୍ରାହୀ ତାଙ୍କୁ ଜାତିଗତ ଆକ୍ଷେପ କରି ଧମକ ଦେଇଥବା ନେଇ ଏତଲା ପରେ ଜରଡ଼ା ପୋଲିସ କେଶ ନମ୍ବର ୧୪୬/୨୫ ରୁଜୁ କରି ତଦନ୍ତ ଚଳାଇଥିବା ଜରଡ଼ା ଥାନାଧିକାରୀ ଟୁନା ସାସମଲ କହିଛନ୍ତି ।