March 12, 2026

ସାମ୍ବାଦିକଙ୍କୁ ଆକ୍ରମଣ ପ୍ରତିବାଦରେ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି

IMG-20250526-WA0010
Share

 

ସୁବର୍ଣ୍ଣପୁର ୨୬.୦୫ ଗତ ୨୨ ତାରିଖ ରେ ବଲାଙ୍ଗିର ପୁଇଁତଳା ବ୍ଲକ ର ଏକ ଗାଁ ରେ ସାମ୍ବାଦିକ ବିଜୟ ପ୍ରଧାନ ଙ୍କୁ କଙ୍ଗାରୁ କୋର୍ଟ ମାଧ୍ୟମରେ ମରଣାନ୍ତକ ଆକ୍ରମଣ ଘଟଣା ଓ ଗଣ ମାଧ୍ୟମର କଣ୍ଠରୋଧ ଭଳି ଏକ ସ୍ପର୍ଷ କାତର ଘଟଣା ପ୍ରସଙ୍ଗ କୁ ଦୃଢ଼ ନିନ୍ଦା କରିଛନ୍ତି ସୁବର୍ଣ୍ଣପୁର ର କାର୍ଯ୍ୟରତ ସାମ୍ୱାଦିକ। ଦୋଷୀ ଠିକାଦାର ଓ ତାଙ୍କ ସହଯୋଗୀ ଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଆଜି ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ସରକାର ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି l ତୁରନ୍ତ ତଦନ୍ତ ଓ କାର୍ଯାନୁଷ୍ଠାନ ସହ ରାଜ୍ୟ ରେ ସାମ୍ୱାଦିକ ସୁରକ୍ଷା ଆଇନ ପ୍ରଣୟନ କରି ଗଣତନ୍ତ୍ର ଓ ଦେଶ ର ସୁରକ୍ଷା ପାଇଁ ସାମ୍ୱାଦିକ ଙ୍କୁ ସ୍ୱାଧୀନ ଓ ନିର୍ଭୀକ ଭାବେ କାର୍ଯ୍ୟ କରିବାକୁ ସୁଯୋଗ ଦେବାକୁ ରାଜ୍ୟ ସରକାର ଙ୍କୁ ଅନୁରୋଧ କରିଛନ୍ତି l