ଶିବ ଓ ମା ପାର୍ବତୀ ଙ୍କ ପାଟୁଆର ରେ ଦୁଲୁକିଲା ଗାଁ ଦାଣ୍ଡ
ଗଞ୍ଜାମ : ପ୍ରଦୀପ କୁମାର ପଣ୍ଡା
ଗଞ୍ଜାମ ସହର ସ୍ଥିତ ବାବା ବିଶ୍ୱନାଥ ଓ ଦାମୋଦରପୁର ଗ୍ରାମରେ ବିଜେ ବାବା ଆଖଣ୍ଡଳମଣି ଙ୍କ ଶୈବାପୀଠ ରେ ମହାଦେବ ଶିବ ଓ ମାତା ପାର୍ବତୀ ଙ୍କ ବିବାହ ଉତ୍ସବ ସମ୍ପର୍ଣ ହୋଇଥିବା ବେଳେ ଗୁରୁବାର ସନ୍ଧ୍ୟାରେ ଦେବ ଦମ୍ପତି ଙ୍କ ବିବାହ ଶୋଭାଯାତ୍ରା ମହା ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଥିଲା l ଯାହାକୁ ନେଇ ବାଦ୍ୟ ବାଜଣା ଓ ନୃତ୍ୟ ପ୍ରଦର୍ଶନ ରେ ଗାଁ ଦାଣ୍ଡ ଦୁଲୁକିଥିଲା l ମନ୍ଦିର ନିକଟରୁ ଗ୍ରାମବାସୀ ମାନେ ବାଦ୍ୟ ବାଜଣା ସହକାରେ ଗ୍ରାମ୍ୟ ପରିକ୍ରମା କରାଯାଇଥିଲା l
ଆକର୍ଷଣୀୟ ବାଘ ବେଶ ନୃତ୍ୟ ପରିବେଷଣ ସମସ୍ତ ଙ୍କୁ ଆକର୍ଷିତ କରିଥିଲା l ସେହିପରି ବିଭିନ୍ନ ବେଶଧାରୀ ସହ ଯୋଡି ଶଙ୍ଖ ନୃତ୍ୟ ସାଙ୍ଗ କୁ ଧୁମ ଧଡକ ବାଦ୍ୟ ଓ ପରମ୍ପାରିକ ସଂକୀର୍ତ୍ତନ ମଣ୍ଡଳୀ ଙ୍କ ବାଦ୍ୟ ରେ ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା l
ଗଞ୍ଜାମ ସହରରେ ଦେବ ଦମ୍ପନ୍ତି ଙ୍କ ପାଟୁଆର ପରିକ୍ରମା କରିଥିଲା l ଉଭୟ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଏହାର ସୁପରିଚାଳନା କରାଯାଇଥିଲା l