July 27, 2026

ନୂଆଗଡ ବ୍ଲକ କଂଗ୍ରେସ ପକ୍ଷରୁ ମୋହନା ବିଧାୟକ ଦାଶରଥି ଗମାଙ୍ଗ ଙ୍କୁ ନିଲମ୍ବିତ ବିରୋଧରେ ହଜାର ହଜାର ସମର୍ଥକଙ୍କ ଶୋଭାଯାତ୍ରା …

IMG-20260326-WA0025
Share

ଗଜପତି ଜିଲ୍ଲା ଅନ୍ତର୍ଗତ ନୂଆଗଡ ବ୍ଲକରେ ଆଜି ମୋହନା ବିଧାୟକ ଦାଶରଥି ଗମାଙ୍ଗ ରାଜ୍ୟସଭା ନିର୍ବାଚନ ରେ କ୍ରସ ଭୋଟିଙ୍ଗ କରିଥିବା ଅଭିଯୋଗ ରେ ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ କଂଗ୍ରେସ ଦଳରୁ ନିଲମ୍ବିତ କରିବା ପ୍ରତିବାଦରେ ମୋହନା ନିର୍ବାଚନ ମଣ୍ଡଳୀର କଂଗ୍ରେସ କର୍ମୀ ଓ ନେତା ମାନେ ହଜାର ହଜାର ସଂଖ୍ୟାରେ ଆଜି ନୂଆଗଡ ବ୍ଲକ ସହର ଅଞ୍ଚଳରେ ବିଭିନ୍ନ ନାରାବାଜି କରିବା ସହ ଭକ୍ତ ଦାଶ ଙ୍କ ବିରୋଧରେ ସ୍ଲୋଗାନ ଦେଇ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବାକୁ ଦାବୀ କରିବା ସହ ଦାବୀ ହାସଲ ହେବା ପର୍ଯ୍ୟନ୍ତ ଭକ୍ତ ଦାଶ ବିରୋଧ ଶୋଭାଯାତ୍ରା କରିବା ନିମନ୍ତେ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳୁଛି. ନିଲମ୍ବନ ଆଦେଶ ହେବା ପରେ ବିଧାୟକ ଦାଶରଥି ଙ୍କ ପତିଆରା ଦିନ କୁ ଦିନ ନିଜ ନିର୍ବାଚନ ମଣ୍ଡଳୀ ରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି. ଏକ ବିରାଟ ଶୋଭାଯାତ୍ରା ବିଧାୟକ ପ୍ରତିନିଧି ନୂଆଗଡ ପୁରୁଷୋତ୍ତମ ପାଣିଗ୍ରାହୀ ଏବଂ ନୂଆଗଡ ବ୍ଲକ କଂଗ୍ରେସ ସଭାପତି ଙ୍କ ନେତୃତ୍ୱରେ ବିଧାୟକ ଙ୍କ ସମର୍ଥନରେ ବାହାରିଥିଲେ। ବିଧାୟକ ଦାଶରଥି ଗମାଙ୍ଗ ପ୍ରାୟ ୩୦ବର୍ଷ ରୁ ଉର୍ଦ୍ଧ ହେବ କଂଗ୍ରେସ ଦଳରେ ରହି ଦଳକୁ ରାଜ୍ୟରେ ପରିଚିତ କରିବା ସଙ୍ଗେ ଅଞ୍ଚକର ଉନ୍ନତ୍ତି ରେ କାର୍ଯ୍ୟ କରୁଛନ୍ତି ସେ ଲୋକଙ୍କ ନେତା ହିସାବରେ ଲୋକଙ୍କ ହୃଦୟରେ ରହିଛନ୍ତି ଏବଂ ଆଗାମୀ ଦିନରେ ରହିବେ ମଧ୍ୟ, ତେଣୁ ବିଧାୟକ ଙ୍କ ଉପରେ ନିଆଯାଇଥିବା ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବା ନିମନ୍ତେ ଦାବିକରିଛନ୍ତି।ନୂଆଗଡ ବ୍ଲକ କଂଗ୍ରେସ ସଭାପତି ପ୍ରକାଶ କରିଛନ୍ତି କି ଦୀର୍ଘ ଦିନ ହେଲାଣି ବିଧାୟକ ଙ୍କୁ ବିରୋଧ କରୁଥିବା ଏବଂ କଂଗ୍ରେସ ଦଳରେ ନ ରହିଥିବା ବ୍ୟକ୍ତି ବିଧାୟକ ଙ୍କ କୁଶପୁତ୍ତଳିକା ଦାହ କରିଥିବାରୁ କ୍ଷୋଭ ପ୍ରକାଶ କରିଥିଲେ ଏବଂ ସେମାନଙ୍କୁ ଉଚିତ ଜବାବ ଶୋଭାଯାତ୍ରା ମାଧ୍ୟମରେ ଦେଇଥିବା ଦେଖିବାକୁ ମିଳିଥିଲା।

You may have missed