April 1, 2025

ଦୁର୍ଦାନ୍ତ ଅପରାଧି ଆବିଦ ଅଲ୍ଲୀ ଗିରଫ…..

Share

 

 

ତିର୍ତୋଲ

 

ଜଗତସିଂହପୁର ଜିଲ୍ଲା ର କୃଷ୍ଣାନନ୍ଦପୁର ଥାନା ଅଧୀନ କୋଲଟା ଗ୍ରାମ ର ଏସ.କେ. ଆବିଦ ଅଲ୍ଲୀ ନାମକ ଜଣେ ହାଡ଼କ୍ରୋର କ୍ରିମିନାଲ ଖଣ୍ଡା, ଭୁଜାଲି ଧାରୀ ସ୍ଥାନୀୟ ଅଞ୍ଚଳ ରେ ଆତଙ୍କ ସୃଷ୍ଟି କରି ଆସୁଥିବା ଏହି ଅପରାଧୀ କୁ ଗିରଫ କରିବାରେ ସଫଳ ହୋଇ ଥିବା ର ସୂଚନା ଦେଇଛନ୍ତି କୃଷ୍ଣାନନ୍ଦପୁର ଆଇ.ଆଇ.ସି. । ଏସ.କେ. ଆବିଦ ଅଲ୍ଲୀ ସ୍ଥାନୀୟ ନଦୀପଠା ରେ ଯୋଜନା ଅନୁଯାଇ ଛକି ରହି ଯାତ୍ରୀ ମାନଙ୍କୁ ଆକ୍ରମଣ କରି ଟଙ୍କା ଆଦାୟ କରୁଥିବା ସମୟ ରେ କୌଣସି ସୂତ୍ରରୁ ଖବର ପାଇ କୃଷ୍ଣାନନ୍ଦପୁର ଆଇ.ଆଇ.ସି.ରଶ୍ମି ରଞ୍ଜନ ଦାସ , ଏସ. ଆଇ. ମାନସ ହେମ୍ବ୍ରମ ,ଶାନ୍ତନୁ ଜେନା ଓ ଅନ୍ୟ ମାନଙ୍କୁ ନେଇ ଏକ ପୋଲିସ ଦଳ ଅପରାଧୀ କୁ ଧରିବା ପାଇଁ ଉକ୍ତ ସ୍ଥାନରେ ପହଁଚି ଥିଲେ । କିନ୍ତୁ ପୋଲିସ ଗାଡିକୁ ଦେଖିବା ମାତ୍ରେ ଆସାମୀ ଦୌଡ଼ିବାକୁ ଆରମ୍ଭ କରିବାରୁ ପୋଲିସ ଗୋଡ଼ାଇ ଗୋଡ଼ାଇ ଅଭିଯୁକ୍ତ କୁ ଧରିବାକୁ ସକ୍ଷମ ହୋଇ ଥିଲେ । ହେଲେ ଅଭିଯୁକ୍ତ ଭୁଜାଲି ଦେଖାଇ ପୋଲିସ କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଅଭିଯୁକ୍ତ କୁ ଧରିବା ସହିତ ତା ଠାରୁ ଗୋଟିଏ ଭୁଜାଲି ଓ ଗୋଟିଏ ଛୁରୀ ପୋଲିସ ଜବତ କରିଥିବା ପୋଲିସ ସୂତ୍ର ରୁ ଜଣାପଡିଛି । ଏହି ଅପରାଧୀ ଆବିଦ ଅଲ୍ଲୀ ବିରୁଧ ରେ ଆଠୋଟି ମକଦମା ରେ ଚାର୍ଜସିଟ କରିବା ସହିତ ଆସାମୀ କୁ କୋର୍ଟ ଚାଲାଣ କରାଯିବା ପରେ ସ୍ଥାନୀୟ ଜନ ସାଧାରଣ ମାନେ ଆଶ୍ବସ୍ତି ଲାଭ ଲାରିଛନ୍ତି । କୃଷ୍ଣାନନ୍ଦ ପୁର ଥାନାରେ ଯୋଗ ଦେବା ପରେ ଅପରାଧ ନିୟନ୍ତ୍ରଣ ରେ କୃଷ୍ଣାନନ୍ଦ ପୁର ପୋଲିସ ପାଇଁ ଏହା ଏକ ବଡ ସଫଳତା ବୋଲି କହିବା ସହିତ କେହି ଆଇନ ର ଉର୍ଧ୍ଵରେ ନୁହନ୍ତି ବୋଲି କହିଛନ୍ତି କୃଷ୍ଣାନନ୍ଦପୁର ଥାନାଧିକାରୀ । ଅପରାଧିକ କାର୍ଯ୍ୟ କଳାପ ପାଇଁ ସାଧାରଣ ଜନତାଙ୍କ ଜୀବନ ଓ ସମ୍ପତି କୁ ପ୍ରଭାବିତ କରିବାକୁ ଅନୁମତି ଦିଆ ଯିବ ନାହିଁ ବୋଲି କହିଛନ୍ତି କୃଷ୍ଣାନନ୍ଦପୁର ଥାନାଧିକାରୀ ରଶ୍ମି ରଞ୍ଜନ ଦାସ ।

 

ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ।