November 24, 2024

ଉନ୍ନତ ସଜନା ଚାଷ ଉପରେ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ …

Share


ସମ୍ବଲପୁର,୨୫/୦୩ : ଅଭିନଵ କୃଷି ଅନୁଷ୍ଠାନ ସମ୍ବଲପୁର ପକ୍ଷରୁ ରେଙ୍ଗାଲି ବ୍ଲକ କତରବଗା ଗ୍ରାମରେ ଉନ୍ନତ ସଜନା (ମୁନଗା) ଚାଷ ଉପରେ ସୋମବାର ଏକ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଗ୍ରାମର ଅଗ୍ରଣୀ ଚାଷୀ ଲକ୍ଷ୍ମଣ ଖାମାରି ଙ୍କ କୃଷି କ୍ଷେତ୍ରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଏହି ତାଲିମ୍ କାର୍ଯ୍ୟକ୍ରମରେ ଅଞ୍ଚଳର ୨୦ ଜଣ ରୁ ଉର୍ଦ୍ଧ ଚାଷୀ ଅଂଶଗ୍ରହଣ କରିଥିଲେ I କିଭଳି ଭାବେ ସଜନା ଗଛର ୩/୪ ଫୁଟ୍ ର କାଣ୍ଡ ଷ୍ଟେମ୍ କଟିଙ୍ଗ ବ୍ୟବହାର କରି ସମ ଗୁଣ ସମ୍ପର୍ଣ ଉର୍ନ୍ନତ ସଜନା ଚାଷ କରାଯାଇ ପାରିବ ସେ ନେଇ ଅଭିନବ କୃଷି ଅନୁଷ୍ଠାନ ର ପ୍ରଶିକ୍ଷକ ଡ଼. ଅଭିଲାଶ ପ୍ରଧାନ ତାଲିମ୍ ପ୍ରଦାନ କରିଥିଲେ I ଏହି ଗଛରେ ମାତ୍ର ଗୋଟିଏ ବର୍ଷରେ ଫଳ ଉତ୍ପାଦନ ହୋଇପାରିବ ଏବଂ ଚାଷୀ ଲାଭାନ୍ୱିତ ହୋଇ ପାରିବେ I ଏହା ବ୍ୟତୀତ ଜୈବିକ ପ୍ରଣାଳୀରେ ଫଳ ଚାଷ କରିବା ଉପରେ ଅଗ୍ରଣୀ ଚାଷୀ ଜଟା ଭୂଷଣ ସାହୁ ଉପସ୍ଥିତ ଚାଷୀ ମାନଙ୍କ ସହିତ ଆଲୋଚନା କରିଥିଲେ I ଅଭିନଵ କୃଷି ଅନୁଷ୍ଠାନ ର ପ୍ରଶିକ୍ଷକ ଚାଷୀ ମୋତିଲାଲ ପାତ୍ର ଏବଂ ଅଭିଷେକ ସ୍ୱାଇଁ ଯୋଗଦାନ କରି ବିଷ ମୁକ୍ତ ଖାଦ୍ୟ ଓ ଉତ୍ପାଦନ ଉପରେ ଚାଷୀ ମାନଙ୍କୁ ଉତ୍ସାହିତ କରିଥିଲେ I ଶେଷରେ ଚାଷୀ କୃଷ୍ଣ ଚନ୍ଦ୍ର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ I