November 24, 2024
Share

➡️୧-ଆଜି ଫଗୁ ଅବିରରେ ରଙ୍ଗିନ ହେବ ଗାଁଠୁ ସହର, ରଙ୍ଗ ବରଷା ରେ ଭିଜୁଛି ଭକ୍ତ, ଭିଜୁଛନ୍ତି ଭଗବାନ। ରତ୍ନ ସିଂହାସନରୁ ଓହ୍ଲାଇ ଆସିଲେ ଚତୁର୍ଦ୍ଧାମୁରତୀ । ଭକ୍ତଙ୍କ ସହ ମିଶି ବଡଦାଣ୍ଡରେ ଫଗୁ ଖେଳିଲେ ମହାପ୍ରଭୁ l ସିଂହାସନରେ ଶ୍ରୀଜୀଉଙ୍କୁ ସୁନାବେଶରେ ଦର୍ଶନ କରି କୃତ୍ୟ କୃତ୍ୟ ହେଲେ ଭକ୍ତ।

➡️୨-ଏପ୍ରିଲ ୭ରେ ହେବ ଟ୍ରାନ୍ସଲେଟର ପ୍ରିଲିମିନାରୀ ପରୀକ୍ଷା, ଓଡ଼ିଶା ହାଇକୋର୍ଟ ପକ୍ଷରୁ ହେଲା ଘୋଷଣା l ସକାଳ ୯ଟାରୁ ୧୧ଟା ମଧ୍ୟରେ ଓଡ଼ିଶା ହାଇକୋର୍ଟର କନଭେନସନ ହଲରେ ଏହି ପରୀକ୍ଷା କରାଯିବ । ପ୍ରାର୍ଥୀମାନେ ଆସନ୍ତା ୨୫ ତାରିଖ ସକାଳ ୧୦ଟା ପରଠାରୁ ସେମାନଙ୍କର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ ।

➡️୩-ଦୋଳପୂର୍ଣ୍ଣିମାରେ କଟକରୁ ଆସିଲା ରାଜନୀତିର ରୋଚକ ଚିତ୍ର । କଟକ ସାଂସଦ ଭର୍ତ୍ତୃହରିଙ୍କ ଆଶୀର୍ବାଦ ନେଲେ ଅନୁଭବ । ଫଟୋକୁ ନେଇ ବଢିଲା ଚର୍ଚ୍ଚା l

➡️୪-ଏଣିକି ଛାତ୍ରଛାତ୍ରୀ ସ୍ଥିର କରିବେ ଘୋଷଣା ପତ୍ର, ବିଜେଡି ପକ୍ଷରୁ ଜାରି ହେଲା ନମ୍ବର l 9078404444 ନମ୍ବରରେ ଫୋନ କରି ନିଜର ମତାମତ ଦେଇପାରିବେ ଛାତ୍ରଛାତ୍ରୀ l

➡️୫-ହୋଲିରେ ଅଘଟଣ ରୋକିବାକୁ ପୋଲିସ ଓ ଅଗ୍ନିଶମ ବାହନୀର କଡାକଡି ହେଲା ସୁରକ୍ଷା । ଭୁବନେଶ୍ୱରର ସମସ୍ତ ଥାନା ଅଞ୍ଚଳରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ ।

➡️୬-ନନ୍ଦନକାନନ କୁ ଆସିଲେ ନୂଆ ଅତିଥି, ୩ ଛୁଆକୁ ଜନ୍ମ ଦେଲା ସିଂହୀ ‘ରେୱା’, ୩ ଛୁଆଙ୍କୁ ICUରେ ରଖାଯାଇଛି । ୩ ଜଣଙ୍କୁ ଅମର, ଆକବର ଆନ୍ଥୋନି ବୋଲି ସମ୍ବୋଧନ କଲେ ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ l

➡️୭-ଆଜି ଚୈତ୍ର ମାସ ପ୍ରଥମ ମଙ୍ଗଳବାର, ଚଳଚଞ୍ଚଳ ମାଆଙ୍କ ପୀଠ l କାକଟପୁର ମାଆ ମଙ୍ଗଳା ପୀଠରେ ଭକ୍ତଙ୍କ ଭିଡ l ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଉଛନ୍ତି ମାଆ l ପୀଠରେ ଚାଲିଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା, ହୋମ ଯଜ୍ଞ l

➡️୮-୧୭ଟି ଲୋକସଭା କ୍ଷେତ୍ରର ସମୀକ୍ଷା କରି ସାରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଖୁବ୍ ଶୀଘ୍ର ବାକି ୪ ଲୋକସଭା କ୍ଷେତ୍ରର ହେବ ସମୀକ୍ଷା । ସମ୍ଭବତଃ ହୋଲି ପରେ ଆସିଯିବ ପ୍ରାର୍ଥୀ ତାଲିକା ।

➡️୯-ଦୀର୍ଘ ୧୫ବର୍ଷ ପରେ ନିର୍ବାଚନ ଲଢ଼ିବେ ଧର୍ମେନ୍ଦ୍ର l ୧୯୮୬ରେ ଏବିଭିପିରୁ ରାଜନୈତିକ ଜୀବନ କରିଥିଲେ ଆରମ୍ଭ l ଏଥିର ତାଙ୍କୁ ଦଳ ସମ୍ବଲପୁରରୁ ପ୍ରାର୍ଥୀ କରିଛି।

➡️୧୦-ହୋଲିର ଶୁଭକାମନା ଜଣାଇଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଅଲବାନିଜ୍, ଭାରତୀୟଙ୍କୁ ନିଜ ପରିବାର କହିଲେ ଇସ୍ରାଏଲ ରାଷ୍ଟ୍ରଦୂତ l

➡️୧୧-ଗଣତନ୍ତ୍ରର ମହାପର୍ବରେ ଭାଗ ନେବେ ଏଥିର ଯୁବ ଭୋଟର । ପ୍ରଥମ ଥର ପାଇଁ ରାଜ୍ଯରେ ଇଭିଏମରେ ଭୋଟ ଦେବେ ୭ ଲକ୍ଷରୁ ଊର୍ଦ୍ଧ୍ବ ଯୁବାବର୍ଗ ।

➡️୧୨-ପୂର୍ବତଟ ରେଳପଥ 2023-24 ଆର୍ଥିକ ବର୍ଷରେ ପଣ୍ୟ ପରିବହନରେ ଭାରତୀୟ ରେଳର ସମସ୍ତ ରେକର୍ଡକୁ କଲା ଅତିକ୍ରମ l 1 ଏପ୍ରିଲ, 2023 ରୁ 25 ମାର୍ଚ୍ଚ 2024 ମଧ୍ୟରେ ପୂର୍ବତଟ ରେଳପଥ 250 ନିୟୁତ ଟନ୍ ପଣ୍ୟ ପରିବହନ କରି 2022-23 ଆର୍ଥିକ ବର୍ଷର ସର୍ବୋଚ୍ଚ ମାଲ ପରିବହନ ରେକର୍ଡକୁ କଲା ଅତିକ୍ରମ l

➡️୧୩-ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ; ରାଜସ୍ଥାନରୁ ୪ ତାମିଲନାଡୁର ୧ ପ୍ରାର୍ଥୀଙ୍କ ନାଁ ହେଲା ଘୋଷଣା l

➡️୧୪-ଯେଉଁ ଛାତ୍ର କିମ୍ବା ଯୁବକ ମୋଦୀ ମୋଦୀ ନାରା ଦେବେ ତାଙ୍କୁ ଚାପୁଡ଼ା ମାରିବା ଦରକାର, ଏଭଳି ମୋଦୀଙ୍କ ପ୍ରଶଂସକଙ୍କ ଉପରେ ରାଗ ଝାଡ଼ିଲେ କର୍ଣ୍ଣାଟକର କନ୍ନଡ ଓ ସଂସ୍କୃତି ମନ୍ତ୍ରୀ ଶିବରାଜ ତଙ୍ଗାଡାଗି।

➡️୧୫-ଗାଜାରେ ଖୁବଶୀଘ୍ର ଲାଗୁ ହେବ ଯୁଦ୍ଧବିରତି, UNSCରେ ପ୍ରସ୍ତାବ ହେଲା ପାରିତ, ସେପଟେ ଭୋଟିଂରୁ ଦୂରେଇ ରହିଲା ଆମେରିକା l

➡️୧୬-ଯୁଦ୍ଧର ଦୀର୍ଘ ୫ ମାସ ପରେ ପ୍ରଥମଥର ପାଇଁ ଇସ୍ରାଏଲ ଆକ୍ରମଣରେ ଛିନଛତ୍ର ହେବାକୁ ବସିଥିବା ଗାଜାରେ ତୁରନ୍ତ ଅସ୍ତ୍ରବିରତି ଲାଗୁ କରିବାକୁ ଦାବି କଲା ଜାତିସଂଘର ସୁରକ୍ଷା ପରିଷଦ।

➡️୧୭-ପୁଣି ମିଥ୍ୟା ଦାବୀ କଲା ଚୀନ୍: କହିଲା ଅରୁଣାଚଳ ପ୍ରଦେଶ ଆମର l

➡️୧୮-IPL 2024 ଷଷ୍ଠ ମ୍ୟାଚରେ କୋହଲି-କାର୍ତ୍ତିକଙ୍କ ଧୂଆଁଧାର ବ୍ୟାଟିଂରେ ପଞ୍ଜାବ ଧରାଶାୟୀ, ୪ ଓ୍ଵିକେଟ୍‌ରେ ଜିତିଲା ବେଙ୍ଗଲୁରୁ l

➡️୧୯-ଆଇପିଏଲ ୨୦୨୪ର ପୂରା କ୍ରୀଡ଼ାସୂଚୀ ହେଲା ଜାରି l ସମସ୍ତ ମୁକାବିଲା ଭାରତରେ ଖେଳାଯିବ। ଫାଇନାଲ୍ ମୁକାବିଲା ମେ ୨୬ ତାରିଖରେ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉଥିବା ବେଳେ ଫାଇନାଲ୍ ବ୍ୟତୀତ କ୍ଵାଲିଫାୟର-୨ ମୁକାବିଲା ମେ ୨୪ରେ ସେହି ସମାନ ଗ୍ରାଉଣ୍ଡରେ ଖେଳାଯିବ।

➡️୨୦-ଅଡୁଆରେ ଭାରତୀୟ ବଂଶୋଦ୍ଭବ କ୍ରିକେଟର ନିଖିଲ ଚୌଧୁରୀ, ଦୁଷ୍କର୍ମ ଅଭିଯୋଗ ଆଣିଲେ ଅଷ୍ଟ୍ରେଲୀୟ ମହିଳା l