November 15, 2024

ମା ସାତ ଭଉଣୀଙ୍କ ଚୈତ୍ର ଯାତ୍ରା ଆରମ୍ଭ

Share

 

ଗୁଣୁପୁର,-(ସୁରେନ୍ଦ୍ର ମହାନ୍ତି )ରାୟଗଡା ଜିଲ୍ଲା ଗୁଣୁପୁର ଆଇଟିଡିଏ କାର୍ଯ୍ୟାଳୟ ନିକଟରେ ଥିବା ମା ସାତ ଭଉଣୀ ମନ୍ଦିରରେ ଆଜି ଠାରୁ ୨୨ ତମ ଚୈତ ଯାତ୍ରା ଆରମ୍ଭ ହୋଇଛି । ଏହି ଅବସରରେ ବଂଶଧାରା ନଦୀ ରୁ ଗଙ୍ଗା ଆବାହନ କରାଯାଇ ଘଟ ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯାଉଛି । ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଯାତ୍ରାରେ ବିଶେଷ ପୂଜାର୍ଚ୍ଚନା, ପାରମ୍ପରିକ ବାଦ୍ୟ ନୃତ୍ୟ ଓ ଦୁଇ ଓଳି ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି । ପରିଚାଳନା କମିଟିର ଦିଲ୍ଲୀପ ରାଜଗୁରୁ ମହାପାତ୍ର, ବ୍ରଜ ସୁନ୍ଦର ପାଢ଼ୀ, ତନ୍ମୟୀ ତୁଳ, ଗଣେଶ ମିଶ୍ର, ବାଣୀ ପ୍ରସାଦ ନାୟକ, ଭାଗ୍ୟଲକ୍ଷ୍ମୀ ମହାନ୍ତି, ମୁନା ମହାନ୍ତି, ବାବୁଲି ରଥ,କୁନା ମହାନ୍ତି ଓ ଏଣ୍ଡୁ ଗୌଡ଼ ପ୍ରମୁଖ ସୁଚାରୁରୂପେ ପରିଚାଳନା କରିଥିଲେ ।