November 14, 2024

ବୁଗୁଡ଼ା ବ୍ଲକ ଆଶାକର୍ମୀ ସଂଘର ବୈଠକ

Share

 

ବୁଗୁଡ଼ା : ତା ୨୫/୦୨/୨୩ : ସ୍ଥାନୀୟ ବାଙ୍କେଶ୍ଵରୀ ପୀଠରେ ବୁଗୁଡ଼ା ବ୍ଲକ ଆଶାକର୍ମୀ ସଂଘର ବୈଠକ ସଭାନେତ୍ରୀ ସନ୍ତୋଷିନୀ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ରାଜ୍ୟ ସଭାପତି ବିଜୟ ଜେନା ଓ ସମ୍ପାଦିକା ନମିତା ସାହୁ ଯୋଗ ଦେଇ ସଂଗଠନକୁ ମଜବୁତ୍ କରିବାକୁ ଆହ୍ବାନ ଦେଇ ଥିଲେ । ଆଶାକର୍ମୀଙ୍କ ସୁବିଧା ସୁଯୋଗ ପାଇଁ ସଂସଦୀୟ କମିଟିର ସୁପାରିଶକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର

କଲ୍ୟାଣ ବିଭାଗ ତରଫରୁ ୨୦୧୧ରେ ନିର୍ଦ୍ଦେଶାନାମା ଦିଆଯାଇଥିଲେ ମଧ୍ୟ ବହୁ ଦାବି ପୂରଣ କରାଯାଇନାହିଁ । ଏହାକୁ ନେଇ ବୈଠକରେ ଉଦ୍‌ବେଗ ପ୍ରକାଶ

ପାଇଥିଲା। ଷ୍ଟାଣ୍ଡି କମିଟିର ସୁପାରିଶ ଥିଲେ ମଧ୍ୟ ଦଶ ବର୍ଷର ଅଭିଜ୍ଞତା ଥିବା ଆଶାକର୍ମୀଙ୍କୁ ଏଏନଏମ ପଦୋନ୍ନତି, ଶିକ୍ଷାଗତ ଯୋଗ୍ୟତା ଓ ୫ ବର୍ଷର ଅଭିଜ୍ଞତା ଥିବା ଆଶାକର୍ମୀଙ୍କୁ ନର୍ସିଂ ସ୍କୁଲ ଓ କଲେଜରେ

ତାଲିମ ପାଇଁ ୧୦ଭାଗ ସଂରକ୍ଷିତ ରଖୁବା ସହ ବର୍ତ୍ତମାନ ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରିବାକୁ ବୈଠକରେ

ମତ ପ୍ରକାଶ ପାଇଥିଲା। ଜାତୀୟ ଶ୍ରମ ସମ୍ମିଳନୀ ନିଷ୍ପତ୍ତି ଅନୁସାରେ ଆଶାକର୍ମୀଙ୍କୁ କର୍ମଚାରୀ ମାନ୍ୟତା,

ମାସିକ ଭତ୍ତା ସହ ସର୍ବନିମ୍ନ ୨୬ ହଜାର ଟଙ୍କା ପ୍ରଦାନ, ଅବସରକାଳୀନ ସମୟ ୬୫ ବର୍ଷକୁ ବୃଦ୍ଧି, ମୃତ୍ୟୁକାଳୀନ ସହାୟତା ରାଶି ୨ରୁ ୫ ଲକ୍ଷକୁ ବୃଦ୍ଧି, ଅବସର ପରେ ପେନସନ ମାସକୁ ୩ ହଜାର ଟଙ୍କା, କଣ୍ଟିଜେନ୍ସି ବାବଦକୁ ବର୍ଷକୁ ୧୦ ହଜାର ଟଙ୍କା ଏବଂ ଦୁଇ ବର୍ଷରେ ଥରେ

ସାଇକେଲ ପ୍ରଦାନ, ସ୍ମାର୍ଟ ଫୋନ ବ୍ୟବସ୍ଥା କରିବାକୁ ସଂଘ ଦାବି କରି କରିଛି। ଉକ୍ତ ବୈଠକକୁ ସଂଘ ସମ୍ପାଦିକା ରଶ୍ମିତା ପଣ୍ଡା ପରିଚାଳନା କରିଥିବା ବେଳେ ପରିଶେଷରେ ଆଶାକର୍ମୀ ସୁନି ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।