ଭାଲୁ ଆକ୍ରମଣ ରେ 3 ଗୁରୁତର
ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ତିରିଂ ବ୍ଳକର ରତନସାହି ଗ୍ରାମ ନିକଟସ୍ଥ ଚୁଡିଆ ଜଙ୍ଗଲ ନିକଟରେ ଜଣେ ଛେଳି ଚରାଳି ସମେତ ଦୁଇଜଣଙ୍କୁ ଭାଲୁ ଆକ୍ରମଣରେ କରିଥିବା ସୂଚନା ମିଳିଛି ତେବେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରାଇରଙ୍ଗପୁର ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଛି । ସୂଚନା କି ଡଲାଯୋଡି ଗ୍ରାମର ବାନରା (୪୦) ଆଜି ଗ୍ରାମ ନିକଟସ୍ଥ ଚକୁଳିଆ ଜଙ୍ଗଲ ପାଖରେ ଛେଳି ଏବଂ ଗୋରୁ ଚଳାଉଥିବା ବେଳେ ହଠାତ୍ ଏକ ବଡ଼ ଭାଲୁ ଜଙ୍ଗଲରୁ ବାହାରି ତାଙ୍କ ଉପରକୁ ଆକ୍ରମଣ କରିଥିଲା । ସେ ଚିତ୍କାର କରିବାରୁ ତାଙ୍କର ଚିତ୍କାର ଶୁଣି ସେଗେଘୁଟୁ ଗ୍ରାମର ଦୁର୍ଗା ହାଁସଦା ଏବଂ ସେଗେଘୁଟୁ ଗ୍ରାମର ଧାନ ହାଁସଦା ତେବେ ବାନରାଙ୍କୁ ରକ୍ଷା କରିବାକୁ ଯାଇଥିବାବେଳେ ଭାଲୁ ବାନରାଙ୍କୁ ଛାଡି ସେ ଦୁଇ ଜଣଙ୍କୁ କାମୁଡି ରକ୍ତାକ୍ତ କରି ଜଙ୍ଗଲ ଭିତରକୁ ପଳାଇଥିଲା ।
ବାନରାର ଜଙ୍ଘକୁ କାମୁଡି ଖଣ୍ଡିଆ ଖାବରା କରିବା ସହ ତାଙ୍କର ପଛ ମଥାରେ ମାଡ଼ ହୋଇଛି । ସେହିଭଳି ଦୁର୍ଗା ଙ୍କ ହାତକୁ କାମୁଡ଼ି ଦେଇଛି । ଧାନ ହାଁସଦାର ଛାତି ଏବଂ ବାହୁରୁ ହାପୁଲେ ମାଂସ କାଢି ପକାଇଛି ତେବେ ଉଭୟ ଗୁରୁତର ଭାବରେ ଖଣ୍ଡିଆ ଖାବରା ହୋଇଛନ୍ତି । ଜୀବନ ସହିତ ସଂଘର୍ଷ କରୁଛନ୍ତି ସମସ୍ତଙ୍କୁ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଛି । ବାନରା ଏବଂ ଧାନଙ୍କ ଅବସ୍ଥା ସଂକଟପୁର୍ଣ୍ୟ ହେବାରୁ ଦୁହିଁଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି ତେବେ ଏ ବିଷୟରେ ଖବର ପାଇବା ପରେ ବନ ବିଭାଗର କର୍ମଚାରୀ ମାନେ ପହଞ୍ଚି ସେମାନଙ୍କର ସ୍ବାସ୍ଥ୍ୟ ଅବସ୍ଥା ବୁଝାସୁଝା କରୁଛନ୍ତି । ତାସହିତ ଯାହାକିଛି ସରକାରୀ ବ୍ୟବସ୍ଥା ମଧ୍ୟରେ ରହିଛି ତାହା ସହାୟତା କରିବେ ବଲି ସୂଚନା ଦେଇଛନ୍ତି,,,,