ଲାଞ୍ଜିଗଡ଼ରେ 77 ତମ ସାଧାରଣତନ୍ତ୍ର ଦିବସ ହର୍ଷ ଓ ଉଲ୍ଲାସର ସହିତ ପାଳିତ

ଲାଞ୍ଜିଗଡ଼ ( ପୁରନ୍ଦର ଦଣ୍ଡସେନା )ଲାଞ୍ଜିଗଡ଼ରେ 77 ତମ ସାଧାରଣତନ୍ତ୍ର ଦିବସ ଉତ୍ସାହ ଓ ଉଦ୍ଦୀପନାର ସହିତ ପାଳିତ ହୋଇଯାଇଛି l ଏଠାରେ ଥିବା ସମସ୍ତ ସ୍କୁଲ, କଲେଜ, ପଞ୍ଚାୟତ, ବ୍ୟାଙ୍କ ତଥା ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା l ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ସରସ୍ବତୀମୁଣ୍ଡା ପତାକା ଉତ୍ତୋଳନ କରିଥିଲେ l ଲାଞ୍ଜିଗଡ଼ ଯୁବକ ସଙ୍ଘ ତରଫରୁ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟର ଖେଳପଡ଼ିଆରେ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରକାରୀ ଡାକ୍ତରଖାନାର ଡାକ୍ତର ଶ୍ରୀଯୁକ୍ତ ଭଵାନୀ ଶଙ୍କର ଲେଙ୍କା ଯୋଗ ଦେଇ ସକାଳ ନ ‘ ଟା ବେଳେ ଜାତୀୟ ପତାକା ଉତ୍ତୋଳନ କରି ସେଠାରେ ଉପସ୍ଥିତ ଜନତା ଏବଂ ଛାତ୍ର, ଛାତ୍ରୀ ମାନଙ୍କୁ ସାଧାରଣତନ୍ତ୍ର ଦିବସ ପାଳନର ଉଦ୍ଦେଶ୍ୟ ଓ ମହତ୍ୱ ଉପରେ ଅଭିଭାଷଣ ଦେଇଥିଲେ l ଲାଞ୍ଜିଗଡ଼ର ସମସ୍ତ ସ୍କୁଲ ଓ କଲେଜର ଛାତ୍ର, ଛାତ୍ରୀ ମାନଙ୍କ ଦ୍ୱାରା ଭବ୍ୟ ପ୍ୟାରେଡ଼ ଅନୁଷ୍ଠିତ ହୋଇଥିଲା l ଛାତ୍ର, ଛାତ୍ରୀମାନେ ବିଭିନ୍ନ କ୍ରୀଡ଼ା ପ୍ରଦର୍ଶନ କରିଥିଲେ ଏବଂ ସଙ୍ଗୀତ ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କୃତ ହୋଇଥିଲେ l
ଲାଞ୍ଜିଗଡ଼ରୁ ପୁରନ୍ଦର ଦଣ୍ଡସେନା / ନିୟୁଜ ଉପାନ୍ତ ଖବର
