କୋରାପୁଟ ରେ 77ତମ ଜନରାଜ୍ୟ ଦିବସ ପାଳିତ ..
କୋରାପୁଟ, ଆଜି ସ୍ଥାନୀୟ କୋରାପୁଟ ପୋଲିସ ପଡିଆରେ 77ତମ ଜିଲ୍ଲା ସ୍ତରୀୟ ଜନରାଜ୍ୟ ଦିବସ ମହାସମାରୋହ ରେ ପାଳିତ ହୋଇଯାଇଛି l ରାଜ୍ୟ ଉପମୁଖ୍ୟ ମନ୍ତ୍ରୀ ତଥା କୃଷି ତଥା କୃଷି ସ ଶକ୍ତିକରଣ ଓ ଶକ୍ତି ମନ୍ତ୍ରୀ କନକ ବ୍ରଦ୍ଧନ ସିଂ ଦେଓ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହ 29ଗୋଟି ଦଳକୁ ନେଇ ଆୟୋଜିତ ପ୍ୟାରେଡ ରେ ଅଭିବାଦନ ଗ୍ରହଣ କରିଥିଲେ l ଓ ଜିଲ୍ଲାବାସୀ ଙ୍କୁ ସମ୍ବୋଧନ କରିଥିଲେ l ସେ ନିଜ ଭାଷଣ ରେ ରାଜ୍ୟ ତଥା କେନ୍ଦ୍ର ସରକାର ଙ୍କ ଉନ୍ନୟନ ମୂଳକ କାଯ୍ୟର ଅବତାରଣା କରିବା ସହ କୋଟିଆ ଓଡିଶା ର ଅଙ୍ଗ ବୋଲି କହିଥିଲେ l ସେହିପରି କୋରାପୁଟ ର କଫି ବିଶ୍ୱ ସ୍ତରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସ୍ତୁଷ୍ଟି କରିଛି ବୋଲି କହିଥିଲେ l ସମୃଦ୍ଧ କୃଷି ଯୋଜନା ସମେତ ଵର୍ତମାନ 25%ଆୟ ବୃଦ୍ଧି ହୋଇଛି ବୋଲି କହିଥିଲେ l ଓ ପରେ କୃତିପ୍ରତିଯୋଗୀ ଙ୍କୁ ପୁରସ୍କୃତ କରିବା ସହ ସ୍ୱାଧୀନତା ସଂଗ୍ରାମୀ ଙ୍କ ଫୋଟ ଚିତ୍ର ରେ ପୁଷ୍ପ ମାଲ୍ୟ୍ୟ ଅର୍ପଣ କରିଥିଲେ l ଓ ରକ୍ତ ଦାନ ଶିବିର ସମେତ ଅନ୍ୟାନ୍ୟ କାଯ୍ୟକ୍ରମ ରେ ଯୋଗଦେଇ ଥିଲେ ଏହି କାଯ୍ୟକ୍ରମ ରେ ଜିଲ୍ଲାବାସୀ ସମେତଜିଲ୍ଲା ର ସମସ୍ତ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ।
(ଗୁପ୍ତେଶ୍ୱର ରଥ କୋରାପୁଟ)
