March 8, 2026

ଗଣତନ୍ତ୍ର କୁ ସୁଦୃଢ଼ କରିଥାଏ ମତଦାନ .ପୁରୀ ରେ ମତଦାନ ଦିବସ ପାଳିତ..

IMG-20260126-WA0037
Share

ଜିଲ୍ଲାରେ ୧୪୩୪୭୬୭ ଭୋଟର ଙ୍କ ମଧ୍ୟରେ ୧୮ ରୁ ୧୯ ବର୍ଷ ର ୨୩୭୩୯..

ଭାରତ ବିଶ୍ୱର ସର୍ବ ବୃହତ ଗଣତାନ୍ତ୍ରିକ ରାଷ୍ଟ୍ର।ଏହାକୁ ନିଜର ମତଦାନ ଦ୍ଵାରା ସମୃଦ୍ଧ କରାଯାଇ ପାରିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା।ଆଜି ପୂର୍ବାହ୍ନରେ ସଦଭାବନା ସଭା ଗୃହରେ ଜିଲ୍ଲା ପ୍ରଶାସନ ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ୧୬ତମ ଜାତୀୟ ମତଦାତା ଦିବସ ପାଳିତ ହୋଇଥିଲା।ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମତଦାତାର ଅଧିକାର, ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।ବର୍ତ୍ତମାନ ବୈଷୟିକ ଜ୍ଞାନ, ଅତ୍ୟାଧୁନିକ ବ୍ୟବସ୍ଥା ମାଧ୍ୟମରେ ନିର୍ବାଚନ ପ୍ରକ୍ରିୟା କୁ ଅଧିକ ସ୍ବଛ, ଶୃଙ୍ଖଳିତ ଓ ସଂସ୍କାରିତ କରାଯାଇ ପାରିଛି ବୋଲି କହିବା ସହ ସୁଦୃଢ ଗଣତନ୍ତ୍ର ପାଇଁ ସମସ୍ତେ ମତଦାନ କରିବାକୁ ଅନୁରୋଧ କରିଥିଲେ।ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି

୧୯୫୦ ମସିହା ଆଜିର ଦିନ ରେ ନିର୍ବାଚନ କମିଶନ ଗଠିତ ହେବା ଅବସରରେ ଜାତୀୟ ମତଦାତା ଦିବସ ପାଳିତ ହେଉଛି।ସେବେ ବାଲଟ ପେପର ମାଧ୍ୟମରେ ହେଉଥିବା ନିର୍ବାଚନ ବର୍ତ୍ତମାନ ଇଭିଏମ ଭିଭିପାଟ କୁ ରୂପାନ୍ତରିତ ହୋଇଛି।ନିର୍ବାଚନ ଏକ ସାମୁହିକ କାର୍ଯ୍ୟକ୍ରମ।ଏହା କୁ ସମସ୍ତ ଙ୍କ ସହଯୋଗ ଓ ସମନ୍ୱୟର ସହ ପରିଚାଳନା କରିବା ସମ୍ପର୍କରେ ମତ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ପ୍ରଶାସନ ଡ ଶରତ ଚନ୍ଦ୍ର ମହାପାତ୍ର,ଅତିରିକ୍ତ ଉପଜିଲ୍ଲାପାଳ ନୀଳମାଧବ ମାଝୀ ପ୍ରମୁଖ ଯୋଗ ଦେଇ

ମତଦାନ ଗଣତନ୍ତ୍ର ର ଏକ ମହାପର୍ବ।ଏଥିରେ ସମସ୍ତେ ନିଶ୍ଚିତ ସାମିଲ ହେବାକୁ ଅନୁରୋଧ କରିଥିଲେ।

ଜିଲ୍ଲାରେ ପୂର୍ବରୁ ୧୪୨୬୨୫୬ ଭୋଟର ଥିବା ବେଳେ ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପରେ ୨୦୨୬ ମସିହା ଜାନୁଆରୀ ୨୪ ପର୍ଯ୍ୟନ୍ତ ୮୫୧୧ ବୃଦ୍ଧି ପାଇ ୧୪୩୪୭୬୭ ରେ ପହଞ୍ଚିଛି।ସେହିପରି ପୂର୍ବାପେକ୍ଷା ୧୮ ରୁ ୧୯ ବର୍ଷ ଭୋଟର ଙ୍କ ସଂଖ୍ୟା ୩୦୯୭ ବଢି ୨୩୭୩୯ ରେ ପହଞ୍ଚିଛି ବୋଲି ସୂଚନା ମିଳିଛି।ଗତ ନିର୍ବାଚନରେ ସଫଳ ନିର୍ବାଚନ ପରିଚାଳନା ଓ ଯୁବ ଭୋଟର ମାନଙ୍କୁ ଉତ୍ସାହିତ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଓ ସଚେତନତା ପାଇଁ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ର ରିଟର୍ଣ୍ଣିଂ ଅଧିକାରୀ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ସେହିପରି

ନିମାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ର ଅତିରିକ୍ତ ରିଟର୍ଣ୍ଣିଂ ଅଧିକାରୀ ନିମାପଡା ଓ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ପାଇଁ କଣାସ ବିଡ଼ିଓ ଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ।ନୂତନ ଭୋଟର ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ଭୋଟର ପରିଚୟ ପତ୍ର ଓ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।ଏହି ଅବସରରେ ଉଲ୍ଲେଖଯୋଗ୍ୟ କାର୍ଯ୍ୟ ପାଇଁ ବିଏଲଓ,ସୁପରଭାଇଜର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ସଭା ପରିଚାଳନା ସହ ସମସ୍ତଙ୍କୁ ମତଦାନ ପାଇଁ ସାମୁହିକ ସଂକଳ୍ପ ପାଠ କରାଇଥିଲେ।ଶେଷରେ ଡେପୁଟି କଲେକ୍ଟର ଅନୁଶ୍ରବ ଗନ୍ତାୟତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ପୂର୍ବରୁ ଏକ ଭୋଟର ସଚେତନତା ଶୋଭାଯାତ୍ର ଗାନ୍ଧୀ ଘାଟ ଠାରୁ ବାହାରି ସୁଭାଷ ବୋଷ ଛକ,,ୱ୍ବାଇଲ୍ଡ ଗ୍ରାସ,ଟାଉନ ହଲ ଛକ ଦେଇ ସଦଭାବନା ସଭାଗୃହ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା।

ପୁରୀ ରୁ ରମେଶ ସାହୁଙ୍କ ରିପୋର୍ଟ