March 8, 2026

ବାର୍ଷିକ ଉତ୍ସବ ଉତ୍ସବ ” ଉଡାଣ ” ମହାଡ଼ମ୍ବରରେ ପାଳନ କରାଯାଇଛି..

IMG-20260126-WA0002
Share

ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ଟାଉନ ହଲ ଠାରେ ସାଇ ସ୍ମାର୍ଟ ସ୍କୁଲ ଓ ସାଇ ଗ୍ଲୋବାଲ କିଡ଼ସ ସ୍କୁଲର ମିଳିତ ବାର୍ଷିକ ଉତ୍ସବ ” ଉଡାଣ ” ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି l ପୁରୀ ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ଧନଜୀ ମାଗର ମୁଖ୍ୟ ଅତିଥି ଭାବରେ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ବଳନ କରି ଅନୁଷ୍ଠାନିକ ଭାବେ ଉଦଘାଟନକରି କହିଲେକି ଆମ୍ଭେ ସମସ୍ତେ ପିଲାମାନଙ୍କ ଭିତରେ ଥିବା ପ୍ରତିଭାକୁ ଚିନ୍ନିବା ଏବଂ ତାହାକୁ ଉତଚ୍ଛାହିତ କରିବା ଆମ ସମସ୍ତଙ୍କର ଦାୟିତ୍ୱ l ଖେଳକୁଦ, ନାଚ, ଗୀତ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପିଲାମାନଙ୍କର ମାନସିକ ବିକାଶରେ ସାହାଯ୍ୟ କରେ l ପୁରୀ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ନିର୍ଦେଶକ ଡ଼ଃ. ପ୍ରଭାତ କୁମାର ମହାପାତ୍ର ମୁଖ୍ୟ ବକ୍ତାଭାବରେ ଯୋଗଦେଇ କହିଲେ କି ଶିକ୍ଷା କେବଳ ପାଠ ପଢିବା ନୁହେଁ ବରଂ ଜଣେ ଭଲ ମଣିଷ ହେବା ମଧ୍ୟ ଶିକ୍ଷାର ମୁଖ୍ୟ ଉଦ୍ଦେଶ୍ୟ l ଅନ୍ୟ ଅତିଥିମାନଙ୍କ ମଧ୍ୟରେ ପୁରୀ ଫାର୍ମାସି ମହାବିଦ୍ୟାଳୟର ଚେୟାରମ୍ୟାନ ଶ୍ରୀମତୀ ଅନିମା ଦାଶ, ଅଧ୍ୟକ୍ଷ ଡ଼ଃ. ଅମୀୟକାନ୍ତ ମିଶ୍ର, ପୁରୀ ଓକିଲ ସଙ୍ଘର ପୂର୍ବତନ ସଭାପତି ଶ୍ରୀଯୁକ୍ତ ପୁଷ୍କର ମହାପାତ୍ର ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନେ ଶୃଙ୍ଖଳା, ନିଷ୍ଠା ଓ ସାହସ ସହିତ ଆଗକୁ ବଢିଲେ ନିଶ୍ଚୟ ସଫଳ ହେବ ବୋଲି ପରାମର୍ଶ ଦେଇଥିଲେ l ପ୍ରାରମ୍ଭରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀ ସିପ୍ରା ଚଟର୍ଜୀ ଓ ଶ୍ରୀପଦା ମିଶ୍ର ଅତିଥି ପରିଚୟ ସହିତ ସ୍ୱାଗତ କରିବାପରେ ଉଭୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆଶିଷ କୁମାର ଦାଶ ଏବଂ ଶ୍ରୀମତୀ ସୁଶ୍ରୀ ପ୍ରିୟଦର୍ଶିନୀ ପାଣି ବାର୍ଷିକ ବିବରଣୀ ପାଠ କରିଥିଲେ l ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିବାସହିତ ଉଭୟ ଅନୁଷ୍ଠାନରେ କାର୍ଯ୍ୟରତ ସଫଳ କର୍ମଚାରୀ ଏବଂ ସଭ୍ୟ ମାନଙ୍କୁ ସମ୍ବର୍ଦ୍ଧନା ଓ ମାନପତ୍ର ପ୍ରଦାନ କରିଥିଲେ l ଶିକ୍ଷୟତ୍ରୀ ସ୍ନେହଲତା ଦାଶ ଧନ୍ୟବାଦ ଅର୍ପଣ ପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ବିଶିଷ୍ଟ କଣ୍ଠଶିଳ୍ପୀ ସନ୍ଧ୍ୟାରାଣୀ ପଟ୍ଟଯୋଶୀ ନିଜର ସଂଗୀତ ପରିବେଷଣ କରି ସମସ୍ତଙ୍କ ମନମୁଗ୍ଧ କରିଥିଲେ l ଶିକ୍ଷୟତ୍ରୀ ସ୍ବପ୍ନl ଦାଶ, ନମ୍ରତା ରଥ, ନୀଳାମ୍ବରୀ ପଣ୍ଡା, ସୁଲିପ୍ତା ମହାପାତ୍ର, ମଧୁସ୍ମିତା ଓଝା, ଲୋପାମୁଦ୍ରା ମହାପାତ୍ର ସୋନମ ଚଟର୍ଜୀ, ନିକିତା ରୋଜାଲିନ ଓ ଆଲୋକ କୁମାର ସ୍ୱାଇଁ ପ୍ରମୁଖ ବାର୍ଷିକ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ