ତିର୍ତ୍ତୋଲ ପ୍ରେସକ୍ଲବ ରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ ..

ତିର୍ତ୍ତୋଲ , ସାରା ଭାରତ ଆଜି ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ତିର୍ତ୍ତୋଲ ପ୍ରେସକ୍ଲବ ତରଫରୁ ମଧ୍ୟ ପ୍ରାତଃ ସମୟରେ ତିର୍ତ୍ତୋଲ ଆନନ୍ଦ ମଣ୍ଡପ ପ୍ରାଙ୍ଗଣରେ ତ୍ରିରଙ୍ଗା ପତାକା କୁ ସମ୍ମାନର ସହିତ ଉତ୍ତୋଳନ କରାଯାଇଛି l ପ୍ରେସକ୍ଳବ ର ସଭାପତି ଶରତ କୁମାର ଦାଶ ଙ୍କ କରକମଳରେ ପତାକା ଉତ୍ତୋଳନ କରାଯାଇଥିବା ବେଳେ, ସହଯୋଗ କରିଥିଲେ ଅବସରପ୍ରାପ୍ତ ସେନାଧିକାରୀ ତଥା ବଜ୍ରକିଳା ର ସାମ୍ବାଦିକ ଅଭୟ କୁମାର ସାହୁ l ଭାଗବତ ପ୍ରସାଦଙ୍କ ରାଷ୍ଟ୍ରୀୟ ସଂଗୀତ ଗାନ ରେ ଉପସ୍ଥିତ ସମସ୍ତ ସାମ୍ବାଦିକ, ସାମ୍ବାଦିକା, ଓ ସାମାଜିକ କର୍ମୀ ମାନେ ସହଯୋଗ କରି ସମବେତ କଣ୍ଠ ରେ ଦେଶ ମାତୃକାର ଜୟଧ୍ୱନି କରିଥିଲେ l ଦେଶ ସ୍ୱାଧୀନତା ଲାଭ କରିବା ପରେ ୧୯୫୦ ମସିହାରେ ବାବାସାହେବ ଡଃ ଭୀମରାଓ ଆମ୍ବେଦକର ଙ୍କ ପ୍ରଣୀତ ସମ୍ବିଧାନ କୁ ଲାଗୁ କରାଯାଇ, ଗଣତାନ୍ତ୍ରିକ ମୂଲ୍ୟବୋଧ କୁ ଆପଣେଇ ଥିବାର ବିଷୟ କୁ ବଖାଣି ଥିଲେ ସଭାପତି ଶରତ କୁମାର ଦାଶ l ବର୍ତ୍ତମାନ ସମୟରେ ଦେଶର ସାମାଜିକ, ଅର୍ଥ ନୈତିକ, ଭୌଗୋଳିକ ଓ ରାଜନୈତିକ ପରିସ୍ଥିତି କିପରି ଦେଶକୁ ପୁଣି ପରାଧୀନ କରି ରଖିଛି ଏବଂ ସେଥିପାଇଁ ଆଉ ଏକ ଆନ୍ଦୋଳନର ଆବଶ୍ୟକତା ଅଛି ବୋଲି ପ୍ରେସକ୍ଳବ ର ସହ ସମ୍ପାଦକ ମନ୍ତବ୍ୟ ରଖିଥିଲେ l ପ୍ରେସକ୍ଳବ ର ମାର୍ଗଦର୍ଶକ ଙ୍କ ମନ୍ତବ୍ୟ ଥିଲା ଯେ ଦେଶ ଆଜି ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ, ସମ୍ବିଧାନ ର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମ ପ୍ରତି ସରକାର ଚରମ ଅବହେଳା ପ୍ରଦର୍ଶନ କରୁଥିବାର ଦର୍ଶାଇଛନ୍ତି l ବିଭିନ୍ନ ସମୟ ଓ ପରିସ୍ଥିତି ରେ ସମାଜର ବିଭିନ୍ନ କୋଣ ଅନୁକୋଣ ରୁ ଖବର ସଂଗ୍ରହ କରି ଲୋକାୟିତ କରୁଥିବା ସାମ୍ବାଦିକ ଙ୍କ ପାଇଁ ସରକାର ପେନସନ ଦେବାର ବ୍ୟବସ୍ଥା କରି ନପାରିବା ଦୁଃଖ ଆଉ ପରୀତାପ ର ବିଷୟ ପାଲଟିଛି l ଅନ୍ୟ ମାନଙ୍କ ମଧ୍ୟରେ ଉପସଭାପତି ରଞ୍ଜନ କୁମାର ମଲ୍ଲିକ,କୋଷାଧ୍ୟକ୍ଷ୍ୟ କୈଳାସ ବେହେରା ପ୍ରମୁଖ ଯୋଗଦେଇ ନିଜନିଜର ମନ୍ତବ୍ୟ ପ୍ରଦାନ କରିଥିଲେ l ଉପସ୍ଥିତ ବ୍ୟକ୍ତି ବିଶେଷ ଙ୍କୁ ମିଷ୍ଠାନ୍ନ ବଣ୍ଟନ କରାଯାଇ ଥିବାର ଦେଖିବାକୁ ମିଳିଥିଲା l
ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ , ନିୟୁଜ ଉପାନ୍ତ ଖବର….