November 15, 2024

 ଅସ୍ତରଂଗ ରେ,୭୪ ତମ ଗଣତନ୍ତ୍ର ଦିବସ ପାଳିତ ….

Share

ଅସ୍ତରଂଗ,, ପୁରୀ ଜିଲ୍ଲା ର ଉପାନ୍ତ ଅଞ୍ଚଳ ଅସ୍ତରଙ୍ଗ ଉପକୂଳରେ,୭୪ତମ ଗଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇ ଅଛି । କରୋନା କଟକଣା ନେଇ ଦୁଇ ବର୍ଷ ଗଣତନ୍ତ୍ର ଦିବସ ପାଳିତ ହୋଇ ପାରି ନ ଥିବା ବେଳେ, ଚଳିତ ବର୍ଷ,ଅସ୍ତରଙ୍ଗ ର ମା,ଦୁର୍ଗ କ୍ଲବ ତରଫରୁ ଜାଗୁଳାଇ ପଡିଆ ଠାରେ ମିଳିତ ପ୍ୟାରେଡ ର ଆୟୋଜନ କରାଯାଇଥିଲା । ଏହି ମିଳିତ କାର୍ଯ୍ୟକ୍ରମ ରେ ଅଭିବାଦନ ଗ୍ରହଣ କରି ଥିଲେ ଅସ୍ତରଙ୍ଗ ତହସିଲ ଦାର ରାଜଲକ୍ଷ୍ମୀ ନାୟକ। ଏଥିରେ,ଅସ୍ତରଙ୍ଗ ହାଇସ୍କୁଲ, ଶିଶୁ ମନ୍ଦିର,ଅସ୍ତରଙ୍ଗ ନୋଡାଲ,ଆଦିର ଛାତ୍ରଛାତ୍ରୀ ସାମିଲ ହୋଇ ପ୍ୟାରେଡ଼ରେ ଭାଗ ନେବା ସହ, ସେମାନଙ୍କର ପାର ଦର୍ଶିତା ପ୍ରତିପାଦନ କରି ଥିଲେ । ସେହିପରି,ଅସ୍ତରଙ୍ଗ ସାମ୍ବାଦିକ ସଂଘ ତରଫରୁ ସଭାପତି ପ୍ରଶାନ୍ତ ବାରିକ,ଜାତୀୟ ପତାକା ଉତ୍ତୋଳନ କରିଥିଲା ବେଳେ,ବ୍ଲକ ରେ,ଅଧ୍ୟକ୍ଷା ଆରତୀ ନାୟକ,ତହସିଲରେ ତହସିଲଦାର ରାଜଲକ୍ଷ୍ମୀ ନାୟକ,ଅସ୍ତରଙ୍ଗ ଥାନାରେ ଆଇ ଆଇ ସି,ପଞ୍ଚାନନ ପରିଡ଼ା, ସ୍ୱାସ୍ଥ କେନ୍ଦ୍ର ରେ ଡ଼କ୍ଟର ସଞ୍ଜୟ ପ୍ରଧାନ,ଛୁରିଆନା ଗ୍ରାମପଞ୍ଚାୟତ ରେ ସରପଞ୍ଚ କ୍ଷୀରୋଦ କୁମାର କାଣ୍ଡି,କଂଗ୍ରେସ କାର୍ଯ୍ୟା ଳୟ ଠାରେ ସଭାପତି ସୁକାନ୍ତ କୁମାର ମହାନ୍ତି, ବି ଜେ ଡି, କାର୍ଯ୍ୟାଳୟ ଠାରେ ସଭାପତି କେଦାର ନାଥ ବିଶ୍ଵାଳ,ଆଦି ଜାତୀୟ ପତାକା ଉତ୍ତୋଳନ କରିଥିବାର ଦେଖାଯାଇ ଥିଲା । ଏହିସବୁ କାର୍ଯ୍ୟକ୍ରମ ରେ ବରିଷ୍ଟ ସାମ୍ବାଦିକ ଦୁଃଶାସନ ନାୟକ,ନିରଞ୍ଜନ ଦାସ ,ଶରତ ପରିଡ଼ା ଙ୍କ ସମେତ, ବିଶ୍ବ ଭୂଷଣ ବିଶ୍ଵଶ୍ରି,ଲୋକନାଥ ସ୍ବାଇଁ,ବୃନ୍ଦାବନ ବିଶ୍ବାଳ,ତ୍ରିଲୋଚନ ବେହେରା,ମନୋଜ ବିଶ୍ଵାଳ,ପ୍ରିୟବ୍ରତ ମୁଦୁଲି,ଦିବ୍ୟ ଦର୍ଷୀ ବିଶ୍ଵାଳ ପ୍ରମୁଖ ସାମିଲ ଥିଲେ ।
ଅପର ପକ୍ଷରେ,ବାକ ଦେବୀ ମା ସରସ୍ଵତି ଙ୍କର ପୂଜା ଅସ୍ତରଙ୍ଗ ବ୍ଲକ ଅଞ୍ଚଳ ର ବିଭିନ୍ନ ଶିକ୍ଷାନଷ୍ଠାନ ଗୁଡିକରେ ପାଳିତ ହୋଇ ଯାଇଛି । ଏହି ଉପଲକ୍ଷେ,ଅସ୍ତରଙ୍ଗ,ସରସ୍ଵତୀ ଶିଶୁ ମନ୍ଦିର ତରଫରୁ ମା ଙ୍କ ପୂଜା ଯଥା ରୀତି ଅନୁଷ୍ଠିତ କରାଯାଇ ,ପ୍ରସାଦ ସେବନର ବ୍ୟବସ୍ଥା କରା ଯାଇ ଥିଲା ।
ଦୁଃଶାସନ ନାୟକ,ଅସ୍ତରଙ୍ଗ