March 7, 2026

ଚୋରି ସାମଗ୍ରୀ ସହ ପିକଅପ୍ ଭ୍ଯାନ ଜବତ, ୨ ଗିରଫ 

IMG-20251225-WA0108
Share

 

ବୁଗୁଡା : ତା ୨୫/୧୨/୨୫ : ବୁଗୁଡ଼ା ଥାନା ଅନ୍ତର୍ଗତ ବିରଞ୍ଚିପୁର ଗାଁଠାରେ ରାତ୍ରିକାଳୀନ ଗାଡି ଯାଞ୍ଚ ସମୟରେ ଚୋରି ସାମଗ୍ରୀ ସହ ଏକ ପିକଅପ୍ ଭ୍ଯାନକୁ ଜବତ କରିବା ସହ ଏଥିରେ ସମ୍ପୃକ୍ତ ୨ ଜଣକୁ ପୋଲିସ ଗିରଫ କରିଥିବା ଜଣାଯାଇଛି।ଗିରଫ ୨ ଜଣ ହେଲେ ନୟାଗଡ ଜିଲ୍ଲା ଇଟାମାଟି ଅଞ୍ଚଳ ଅନ୍ତର୍ଗତ ଜଗତପାଟଣାର ମୁନା ମନ୍ଥନ ଓ କୃଷ୍ଣପ୍ରସାଦର ଚନ୍ଦ୍ରମଣି ଦଳବେହେରା। ଏ ନେଇ କେସ୍ ନଂ ୮୦୯/୨୫ରେ ଏକ ମାମଲା ରୁଜୁ ହୋଇଥିବା ଆଇଆଇସି ସୀତାଂଶୁ ଶେଖର ମାନ୍ଧାତାଙ୍କଠାରୁ ପ୍ରକାଶ ପାଇଛି। ପ୍ରକାଶ ଯେ, ଗୁରୁବାର ରାତିରେ ଗାଡି ଚାଳକ ମୁନା ଓ ଚନ୍ଦ୍ରମଣି ଏକ ପିକଅପ୍ ଭ୍ଯାନ(ନଂ- ଓଆର-୦୨ ଏଏସ୍ ୦୮୭୪)ରେ ୮ମିମି ଲୁହାଖାଡି ୪୮ଟି, ୧୨ମିମି ଲୁହାଖାଡି ୧୪ଟି ଏବଂ ସ୍କାର୍ପ ୨୦ କେଜି ଆଦି ଚୋରି ସାମଗ୍ରୀ ବୋଝେଇ କରି ବ୍ରହ୍ମପୁରରୁ ଇଟାମାଟି ଅଞ୍ଚଳକୁ ନେଉଥିଲେ। ତେବେ ଏସ୍ଆଇ ଜ୍ଯୋତିଶ୍ରୀ ସାହୁଙ୍କ ନେତୃତ୍ବରେ ବିରଞ୍ଚିପୁରଠାରେ ରାତ୍ରୀକାଳୀନ ଗାଡି ଯାଞ୍ଚ ଚାଲିଥିବା ବେଳେ ପିକଅପ୍ ଭ୍ଯାନଟି ପୋଲିସ୍ ହାବୁଡରେ ପଡିଥିଲା। ପୋଲିସ ଗାଡିକୁ ଯାଞ୍ଚ କରି ଚୋରି ସାମଗ୍ରୀ ସହ ଗାଡିକୁ ଜବତ କରି ଉଭୟ ମୁନା ଓ ଚନ୍ଦ୍ରମଣିକୁ ଗିରଫ କରିଥିଲା।