December 26, 2024

ଗଣଶିକ୍ଷ୍ୟା ମନ୍ତ୍ରୀଙ୍କ ଅଚାନକ ଉମରକୋଟ ଧାନ ମଣ୍ଡି ପରିଦର୍ଶନ ଜିଲ୍ଲାରେ କୌଣସି ଚାଷୀ ଧାନ ବିକ୍ରି କରିବାରେ ଅସୁବିଧା ହେବନି – ମନ୍ତ୍ରୀ……….

Share

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲାରେ ପଞ୍ଜିକରଣ କରିଥିବା ସମସ୍ତ ଚାଷୀ ଙ୍କ ଠାରୁ ରାଜ୍ୟ ସରକାର ର ଧାନ କ୍ରୟ କରିବେ ତେଣୁ ଚାଷୀ ମାନେ ଧାନ ବିକ୍ରି କରିବାରେ କୌଣସି ଅସୁବିଧା ହେବନି ବୋଲି ଦୃଡତାର ସହ ପ୍ରକାଶ କରିଛନ୍ତି ଗଣଶିକ୍ଷ୍ୟା ମନ୍ତ୍ରୀ ନିତ୍ୟ।ନନ୍ଦ ଗଣ୍ଡ। ଯଦି କୌଣସି ଚାଷୀର ଟୋକେନ ଅଚଳ ହେଇ ଯାଇଚି ତେବେ ରାଜ୍ୟ ସରକାର ଜିଲ୍ଲାପାଳ ମାନଙ୍କୁ ଅଧିକାର ଦେଇଛନ୍ତି ଏହାର କାର୍ଯ୍ୟକ୍ଷମ କରିବା ପାଇଁ ତେଣୁ ଏଥିରେ ଚାଷୀ ମାନେ ଚିନ୍ତା କରିବାର ନାହିଁ ବୋଲି ମଧ୍ୟ କହିଛନ୍ତି। ଆଜି ମନ୍ତ୍ରୀ ଅଚାନକ ଉମରକୋଟ ଧାନ ମଣ୍ଡିରେ ପହଞ୍ଚି ଧାନ କିଣା କିପରି ଚାଲିଛି ତାହାର ବିସ୍ତୃତି ଭାବେ ଅନୁଧ୍ୟାନ କରି ଏହା କହିଛନ୍ତି। ମନ୍ତ୍ରୀ ଉପସ୍ଥିତ ଚାଷୀଙ୍କ ସହ ଆଲୋଚନା କରିବା ସହ ଉପସ୍ଥିତ ସରକାରୀ ଅଧିକାରୀ ଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ମନ୍ତ୍ରୀ ଏଫ୍ ଏ କ୍ୟୁ (FAQ) ଧାନ ଦେଲେ ୩୧୦୦ ଟଙ୍କା ମିଳୁଚି କି ନାହିଁ ବୋଲି ପଚାରି ବୁଝି ଥିଲେ। ତେବେ ଚାଷୀ ମାନେ ୩୧୦୦ ଟଙ୍କାରେ କିଣା ଯାଉଥିବା ଚାଷୀ ମାନେ ପ୍ରକାଶ କରିଥିଲେ। ପରେ ମନ୍ତ୍ରୀ ଉପସ୍ଥିତ ଚାଷୀ ଓ ସାମ୍ବାଦିକ ମାନଙ୍କୁ ସମ୍ବଧନ କରି କହିଥିଲେ ସମଗ୍ର ଓଡିଶା ରେ ରେ ଧାନ କିଣା ସୁରୁଖୁରୁରେ ଚାଲିଛି ଓ ରାଜ୍ୟରେ ଭାଜପା ସରକାର ଆସିବା ପରେ ଧାନ ୩୧୦୦ ସହ ରେ କିଣାଯିବ ବୋଲି ଚାଷୀ ଙ୍କୁ ଯେଉଁ ପ୍ରତିଶୃତି ଦିଆ ଯାଇଥିଲା ଓ ଆଜି ଆମେ ଏହି ପ୍ରତିଶୃତିକୁ କାର୍ଯ୍ୟରେ ପରିଣତ କରୀକି ଦେଖାଇ ଦେଇଛୁ ବୋଲି ମନ୍ତ୍ରୀ କହିଥିଲେ। ଚାଷୀ ମଧ୍ୟ ଖୁସି ଅଛନ୍ତି। ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ କ୍ରମେ ସମସ୍ତ ମଣ୍ଡିକୁ ଲୋକ ପ୍ରତିନିଧି ମାନେ ଯାଇ ୩୧୦୦ ଟଙ୍କାରେ ଧାନ କିଣା ଯାଉଛି କି ନାହିଁ ତାହା ଦେଖୁଛନ୍ତି,ଏହି ପ୍ରରିପ୍ରେକ୍ଷୀ ରେ ଆଜି ମୁଁ ଉମରକୋଟ ମଣ୍ଡିକୁ ଆସିଥିଲି ବୋଲି କହିଛନ୍ତି ମନ୍ତ୍ରୀ। ଅନ୍ୟପଟେ ଜିଲ୍ଲାରେ କିଛି ଜାଗାରେ ମଣ୍ଡି ଅଚଳ ରହିଛି ବୋଲି ମନ୍ତ୍ରି ମ।ନି ଥିଲେ ଓ ଏହି ସବୁ ମଣ୍ଡି ଯେପରି ଚାଲିବ ସେଥିପାଇଁ ମୁଁ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛି ଓ ସମସ୍ତ ମଣ୍ଡି କୁ ଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିବ। ମନ୍ତ୍ରୀ ପ୍ରକାଶ କରି ଛନ୍ତି। ମନ୍ତ୍ରୀଙ୍କ ସହ ରାଜ୍ୟ ବିଜେପି ସମ୍ପାଦକ ରମେଶ ଚନ୍ଦ୍ର ସାହୁ, ପୂର୍ବତନ ନଗରପାଳ ପି. ରାବଣ। ରାଓ, ସାଂସଦ ପ୍ରତିନିଧି ରାମ ନାୟକ , ମନ୍ତ୍ରୀ ଙ୍କ ପ୍ରତିନିଧି ଅଶୋକ କୁମାର ପାଢ଼ୀ, ମନ୍ଦିର। ନାୟକ, କିଛି ଚାଷୀ ଓ ଚାଷୀ ନେତା ଙ୍କ ସମେତ ମିଲର ମାନଂକ ପକ୍ଷ ରୁ ବୁଚନ ଅଗ୍ରୱାଲ, ରାଜେଶ୍ ରାଓ, ପ୍ରଶାନ୍ତ ଦାସ ଓ ଇରଫାନ ପ୍ରମୁଖ ଉପସ୍ଥିତ ଥିଲେ।