December 26, 2024

ସୁନ୍ଦରପୁର ଉଚ୍ଚ ବିଦ୍ୟାଳୟ ରେ ଚବିଶ ତମ ବାର୍ଷିକ ଉତ୍ସବ ପାଳିତ

Share

:ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପଟିଗୁଡା ଗ୍ରାମ ପଞ୍ଚାୟତ ର ସୁନ୍ଦରପୁର ଗ୍ରାମରେ ଅବସ୍ଥିତ ପଟିଗୁଡା ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ରେ ଚବିଶ ତମ ବାର୍ଷିକ ଉତ୍ସବ ମହାସୋମାରହରେ ପାଳନ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସାନଖେମୁଣ୍ଡି ବ୍ଲକ ଅଧକ୍ଷ୍ୟ ଶ୍ରୀ ସିମାଞ୍ଚଳ ପାତ୍ର,ମୁଖ୍ୟବକ୍ତା ରୂପେ ପାଟପୁର ବିଶ୍ଵସରାୟ ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟାପକ ଡା.ଶ୍ରୀ କୈଳାସ ଚନ୍ଦ୍ର ସ୍ୱାଇଁ , ସନମ୍ମାନିତ ଅଥିତି ରୂପେ ବ୍ଲକ ଶିକ୍ଷା ଉନ୍ନୟନ ଅଧିକାରୀ ଶ୍ରୀ ଲିଙ୍ଗରାଜ ସ୍ୱାଇଁ, ଏ ବି ଓ ଶ୍ରୀ ରାମ ଚନ୍ଦ୍ର ପଣ୍ଡା, ପୋଡାମାରି ବିଜ୍ଞାନ ମହାବିଦ୍ୟାଳୟ ର ଅଧକ୍ଷ୍ୟ ଶ୍ରୀ ଡା. ପ୍ରଦୀପ କୁମାର ପାତ୍ର, ପୂର୍ବତନ ବ୍ଲକ ଅଧକ୍ଷ ଶ୍ରୀ ବୃନ୍ଦାବନ ପାତ୍ର, ଆସିକା କର୍ପୋରେଟର ବ୍ୟାଙ୍କ ନିର୍ଦେଶକ ଶ୍ରୀ ଗଙ୍ଗାଧର ପାତ୍ର, ପଟିଗୁଡା ଗ୍ରାମ ପଂଚାୟତ ସରପଞ୍ଚ ଶ୍ରୀ ସିମାଞ୍ଚଳ ଗୌଡ଼, ପୂର୍ବତନ ସରପଞ୍ଚ ଶ୍ରୀ ଅଲେଖ ନାୟକ,ନାଏବ ସରପଞ୍ଚ ଶ୍ରୀମତୀ ସୁନିତା ଗୋଡ଼, ପୂର୍ବତନ ସମିତିସଭ୍ୟା ରିଙ୍କି ପାତ୍ର,ଉଚ୍ଚବିଦ୍ୟାଳୟ ର ଏସ ଏମ ସି ସଭାପତି ଶ୍ରୀ ପ୍ରଶାନ୍ତ କୁମାର ପାତ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ସଭାକାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ବିଜୟ ପ୍ରଧାନ ଙ୍କ ନେତୃତ୍ୱରେ ବିଦ୍ୟାଳୟ ର କ୍ରୀଡ଼ାବିତ (P.E.T)ଶିକ୍ଷକ ଶ୍ରୀ ବିଚିତ୍ର ପାତ୍ର,ବିଦ୍ୟାଳୟ ର କନିଷ୍ଠ କିରାଣୀ ଶ୍ରୀ କାଳୁ ବିଷୋୟୀ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ନିମଂତ୍ରୀତ ସମସ୍ତ ଅତିଥି ବୃନ୍ଦ ଙ୍କୁ ଉପଢୌକନ, ମାନପତ୍ର ଓ ପୁଷ୍ପ ଗୁଚ୍ଛ ପ୍ରଦାନ କରି ସ୍ୱାଗତ କରାଯାଇଥିଲା। ତତ ସଙ୍ଗେ ସଙ୍ଗେ ବିଭିନ୍ନ ସାସୃତିକ କାର୍ଯ୍ୟକ୍ରମ ଓ ବିଭିନ୍ନ ଖେଳ ପ୍ରତିଯୋଗିତାର ପ୍ରତିଯୋଗୀ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ଏବଂ ପୁରସ୍କାର ବିତରଣ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ କୁ ସମସ୍ତ ଶିକ୍ଷକ ଓ କର୍ମଚାରୀ ସହଯୋଗ କରିଥିଲେ। କୈଳାସପୁର କ୍ଲଷ୍ଟର ସି ଆର ସି ସି, ଆଖ ପାଖ ସି ଆର ସିସି,ବିଭିନ୍ନ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ କ୍ରୀଡ଼ାବିତ ଶିକ୍ଷକ ଏବଂ ଗ୍ରାମର ଗ୍ରାମବାସୀ,ଯୁବକ ବୃନ୍ଦ ଯୋଗ ଦେଇ କାର୍ଯ୍ୟକ୍ରମ କୁ ସୁଚାରୁରୂପେ ପରିଚାଳିତ କରିଥିଲେ। ସାନଖେମୁଣ୍ଡି ରୁ ବିଜୟ କୁମାର ପ୍ରଧାନ ଙ୍କ ରିପୋର୍ଟ ନିଉସ ଉପାନ୍ତ ଖବର

You may have missed