December 25, 2024

ଆଇଓସିଏଲର ବିଭିନ୍ନ ପ୍ରକଳ୍ପ ଅଗ୍ରଗତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ଼ହ ଶିଳ୍ପମନ୍ତ୍ରୀଙ୍କ ଆଲୋଚନା ଭୁବନେଶ୍ଵର-୨୫/୧୨-ଲୋକସେବା ଭବନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ

Share

   ଆଇଓସିଏଲର ବିଭିନ୍ନ ପ୍ରକଳ୍ପ ଅଗ୍ରଗତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ଼ହ ଶିଳ୍ପମନ୍ତ୍ରୀଙ୍କ ଆଲୋଚନା ଭୁବନେଶ୍ଵର-୨୫/୧୨-ଲୋକସେବା ଭବନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ମାନ୍ୟବର ଶିଳ୍ପମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ସ୍ଵାଇଁ ଏବଂ ଇଣ୍ଡିଆନ ଅଏଲର ଚେୟାରମ୍ୟାନ ଶ୍ରୀ ଏ.ଏସ୍‌. ସାହନିଙ୍କ ସହ ରାଜ୍ଯରେ ଆଇଓସିଏଲର ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଆଲୋଚନା ହେଲା l

 

ଆସନ୍ତା ଜାନୁଆରୀରେ ମୋଟ ୬୧ ହଜାର କୋଟି ଟଙ୍କାର Naphtha Project ପାଇଁ ରାଜ୍ୟ ସରକାର ଏବଂ ଆଇଓସିଏଲ ମଧ୍ୟରେ ହେବାକୁ ଥିବା ବୁଝାମଣା ପତ୍ର ସ୍ଵାକ୍ଷର ବିଷୟରେ ଆଲୋଚନା ହେଲା l ତତସହିତ ୪୩୮୨ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ଭଦ୍ରକ ଟେକ୍ସଟାଇଲ ପାର୍କର ଶିଳାନ୍ୟାସ ସମ୍ପର୍କରେ ମଧ୍ୟ ବିସ୍ତୃତ ଭାବେ ଚର୍ଚ୍ଚା ହେଲା l ଏହି ପ୍ରକଳ୍ପ ରାଜ୍ୟରେ ଯୁବବର୍ଗଙ୍କ ଉଜ୍ଜଳ ଭବିଷ୍ୟତ ସୁନିଶ୍ଚିତ କରିବା ସହ ଓଡ଼ିଶାର ଆର୍ଥିକ ବିକାଶରେ ସହାୟକ ହୋଇପାରିବ l ରାଜ୍ୟରେ ବିଭିନ୍ନ ଶିଳ୍ପ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ସହ ନିଯୁକ୍ତି ସୁଯୋଗ କ୍ଷେତ୍ରରେ ଅପାର ସମ୍ଭାବନା ସୃଷ୍ଟି କରିବା ଉପରେ ଗୁରୁତ୍ଵ ଦେଉଛନ୍ତି ଆମ ସରକାର l ଓଡିଶାକୁ ଶିଳ୍ପ ସମୃଦ୍ଧ କରି ଗଢି ତୋଳିବା ଆମର ଲକ୍ଷ୍ୟ ବୋଲି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ ପ୍ରକାଶ କରିଛନ୍ତି।

You may have missed