September 21, 2024

ବ୍ରହ୍ମଗିରି ରେ ଜନଜାଗରଣ ସମାବେଶ ଅନୁଷ୍ଠିତ …

Share


ଆଜି ବ୍ରହ୍ମଗିରିର ପଞ୍ଚୁପାଣ୍ଡବ ମେଳଣପଡିଆ ମା ପାଦୁକାଇଙ୍କ ପୀଠଠାରେ ୨୮ନମ୍ବର ଜୋନର ପାଞ୍ଚଶହରୁ ଉର୍ଦ୍ଧ ବୁଦ୍ଧିଜୀବୀମାନଙ୍କ ଠାରୁ ଆରମ୍ଭ କରି ପୁରୁଷ ମହିଳା ଯୁବକମାନେ ଯୋଗଦେଇଥିଲେ l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସମାଜସେବୀ ରମେଶ ପ୍ରଧାନଙ୍କ ସହିତ ପବିତ୍ର ମେହନ ଦଳାଇ,ସୁଶାନ୍ତ ଜେନା ,ଭାଗୀରଥି ଦଳାଇ ସଭାପତି ,ନାରାୟଣ ପଲାଇ, , ବନବାସୀ ମହାପାତ୍ର ମଞ୍ଚାସିନ ଥିଲେ l ଏହି ସମାବେଶ ରେ ବ୍ରହ୍ମଗିରି ରେ ବିଭିନ୍ନ ଦଳର ନେତାମାନେ ନେତୃତ୍ୱ ନେଇଥିବାବେଳେ ବ୍ରହ୍ମଗିରି ରେ କୌଣସି ଉନ୍ନତିମୂଳକ କାର୍ଯ୍ୟ କରାଯାଇନାହିଁ l ପାନୀୟ ଜଳ, ଗମନାଗମନ, ଚିଲିକା ସେତୁ, ଚାଷ ଜମିକୁ ପାଣି ଏହିଭଳି ବିଭିନ୍ନ ସମସ୍ୟାର ସମାଧାନ ହୋଇନାହିଁ l ତେଣୁ ବ୍ରହ୍ମଗିରିର ଜନସାଧାରଣ ଦାଦନ ଖଟିବାକୁ ଯାଉଛନ୍ତି l ନଦୀ ଠାରୁ କେନାଲ ପର୍ଯ୍ୟନ୍ତ ଦଲଭର୍ତି ହୋଇଥିବାରୁ ଚାଷଜମିକୁ ଚାଷୀମାନେ ପାଣି ମଡ଼େଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ତେଣୁ ବ୍ରହ୍ମଗିରି ର ନେତୃତ୍ୱ ପରିବର୍ତ୍ତନ ପାଇଁ ସର୍ବଦଳୀୟ କର୍ମୀମାନଙ୍କ ସହିତ, ବୁଦ୍ଧିଜୀବୀ, ସମାଜସେବୀ ଓ ବ୍ରହ୍ମଗିରି ର ଜନସାଧାରଣ ନିଜର ନିଷ୍ପତି ବଦଳାଇ ବ୍ରହ୍ମଗିରି ବ୍ଲକର ପୂର୍ବତନ ଚେୟାରମ୍ୟାନ ଓ ଜିଲ୍ଲାପରିଷଦ ସଭ୍ୟ ସ୍ବର୍ଗତ ରାମ ଚନ୍ଦ୍ର ପ୍ରଧାନଙ୍କ ସୁପୁତ୍ର ସମାଜସେବୀ ରମେଶ ଚନ୍ଦ୍ର ପ୍ରଧାନଙ୍କୁ ଆସନ୍ତା ସାଧାରଣ ନିର୍ବାଚନ ରେ ଜିତାଇ ବ୍ରହ୍ମଗିରି ର ବିକାଶ ପାଇଁ ବିଧାନସଭାକୁ ଛାଡ଼ିବେ ବୋଲି ଗଣମାଧ୍ୟମକୁ ଜଣାଇଥିଲେ l ଦୀର୍ଘଦିନ ହେବ ବ୍ରହ୍ମଗିରି ଅଞ୍ଚଳରେ ରମେଶଙ୍କ ପ୍ରତି ସମର୍ଥନ ବଢୁଥିବାର ଦେଖିବାକୁ ମିଳିଛି l ଦିନକୁଦିନରମେଶଙ୍କ ପ୍ରତି ଜନସମର୍ଥନ ବଢ଼ୁଥିବାରୁ ରମେଶ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ଏଥିସହିତ ସମାବେଶ କୁ ଆସିଥିବା ସମସ୍ତ ବ୍ୟକ୍ତିମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ l ଆଗକୁ ଦେଖିବାକୁ ରହିଲା ବ୍ରହ୍ମଗିରି ଜନତା କାହା ହାତରେ ବ୍ରହ୍ମଗିରି ର ଦାୟିତ୍ୱ ଦେଉଛନ୍ତି l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ