March 12, 2026

ସରକାରୀ ଟଙ୍କା ହଡ଼ପ କଲେ ସରକାରୀ କର୍ମଚାରୀ ବିନା ଛୁଟିରେ ବିଦେଶୀ ଗଲେ ଦରମା ପାଇଲେ

IMG-20251125-WA0045
Share

 

 

 

ଖୋର୍ଦ୍ଧା-(ପ୍ରିୟଙ୍କା ମହାପାତ୍ର) ନୟାଗଡ ଜିଲ୍ଲା ରାଜସୁନାଖଳା ମହାବିଦ୍ୟାଳୟ ଯାହାକି ଜିଲ୍ଲାର ସର୍ବବୃହତ ଦ୍ୱିତୀୟ ମହାବିଦ୍ୟାଳୟ, ଏଠାରେ ପ୍ରାୟ 30 ରୁ 40 ଗୋଟି ଗ୍ରାମର ପ୍ରାୟ 1700 ରୁ ଉର୍ଦ୍ଧ ଛାତ୍ରଛାତ୍ରୀମାନେ ପଢିବାକୁ ଆସୁଛନ୍ତି l କିନ୍ତୁ କଲେଜର ଅଧକ୍ଷା ଡଃ ସଂଯୁକ୍ତା ମିଶ୍ରଙ୍କର ମନମୁଖୀ ଶାସନ, ଏକାଡେମୀ ନଲେଜର ଅଭାବ, ଆଡମିନଷ୍ଟ୍ରେଟିଭର କୌଣସି ଜ୍ଞାନ ନଥାଇ ଅଧକ୍ଷା ଏଠାରେ ସ୍ୱେଚ୍ଛା ଚାରିତା ଶାସନ ଚଳାଇଛନ୍ତି l ଅଧକ୍ଷା ମହୋଦୟାଙ୍କ ଏହିଭଳି ଶାସନ ବ୍ୟବସ୍ଥା ଯୋଗୁଁ ପାଖ କଲେଜ ତଥା ବୋଲଗଡ ମହାବିଦ୍ୟାଳୟରୁ ମାତ୍ର 4 ମାସ ପ୍ରିନ୍ସପାଲ ରହି ସେଠାରୁ ଆଡମିନ ଷ୍ଟ୍ରେଟିଭ ଗ୍ରାଉଣ୍ଡରେ କେନ୍ଦ୍ରାପଡ଼ାକୁ ବଦଳି ହୋଇଥିଲେ l ପୁଣି ସେଠାରେ କେନ୍ଦ୍ରାପଡ଼ା କଲେଜରେ 5 ମାସ ରହି ପୁଣି ରାଜସୁନାଖଳା ମହାବିଦ୍ୟାଳୟକୁ ମେ ମାସ 31 ତାରିଖରେ ଆସି ଅଧକ୍ଷା ହୋଇଥିଲେ l ପ୍ରକାଶ ଥାଉକି ଜୁନ 17 ରୁ ଜୁଲାଇ 2 ତାରିଖ ପର୍ଯ୍ୟନ୍ତ କୌଣସି ଇଏଲ କିମ୍ବା ସିଏଲ ନଦେଇ ବିଦେଶ (ଆମେରିକା ) ଭ୍ରମଣରେ ଯାଇଥିଲେ l ନିୟମ ଅନୁଯାୟୀ, ମହାବିଦ୍ୟାଳୟର ଅଧକ୍ଷ ବା ଅଧକ୍ଷା ଯଦି ଛୁଟିରେ ରହିବେ ତାହା ପରିଚାଳନା କମିଟିର ଅଧକ୍ଷଙ୍କୁ ଅବଗତ କରାଇବା ଉଚିତ, କିନ୍ତୁ ଅଧକ୍ଷା ଡଃ ସଂଯୁକ୍ତା ମିଶ୍ର ଜୁନ 17 ରୁ ଜୁଲାଇ 2 ପର୍ଯ୍ୟନ୍ତ ଭ୍ରମଣରେ ଯାଇଥିଲେ ମଧ୍ୟ ଏ ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ କିଛି ହେଲେ ନଜଣାଇ ଦରମା ନେଇଛନ୍ତି l ନିଜର ବ୍ୟକ୍ତିଗତ କାର୍ଯ୍ୟରେ କେନ୍ଦ୍ରାପଡ଼ା ଯାଇ କଲେଜରୁ ବେନିୟମ ଭାବରେ ଗସ୍ତ ଭତ୍ତା ନେଇଛନ୍ତି l ଏଭଳି ମନମୁଖୀ ଶାସନ ହେବା ଦ୍ଵାରା କଲେଜକୌଣସି କ୍ଲାସ ହେଉନାହିଁ l ଯାହାର ପ୍ରଭାବ ସିଧାସଳଖ ଛାତ୍ରଛାତ୍ରୀମାନେ ଭୋଗୁଛନ୍ତି l କଲେଜର ଉର୍ନ୍ନତିମୂଳକ କାର୍ଯ୍ୟ ପରିବର୍ତ୍ତେ ବିଭିନ୍ନ ବିଭାଗ ବଜେଟ ପାରିତ ହୋଇଥିବା ଅର୍ଥରାଶିକୁ ନିଜ ମନ ଇଛା ଖର୍ଚ୍ଚ କରିଚାଲିଛନ୍ତି l

ଅଧକ୍ଷା ମହାବିଦ୍ୟାଳୟର ପୁରୁଣା ୱେବସାଇଟକୁ ନବୀକରଣ ନକରି ନୂତନ ୱେବସାଇଟ ଲଗାଇବା ଦ୍ୱାରା ମହାବିଦ୍ୟାଳୟର 2 ଲକ୍ଷ ଟଙ୍କା ଅତିରିକ୍ତ ଖର୍ଚ୍ଚ ହୋଇଅଛି l ଯାହାକି 11,000 ଟଙ୍କାରେ ହୋଇପାରିଥାନ୍ତା ବୋଲି ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକା ମାନେ କହୁଛନ୍ତି l ଅଧକ୍ଷାଙ୍କ ଲୋଭଖୋର ମନବୃତି ଯୋଗୁଁ କଲେଜର ବ୍ୟାପକ ଅର୍ଥରାଶି କ୍ଷୟକ୍ଷତି ଘଟୁଅଛି l କଲେଜରସଫେଇ ଆଳରେ ଅନାବଶ୍ୟକ ଅର୍ଥ ଗୁଡାଏ ଖର୍ଚ୍ଚ କରୁଛନ୍ତି l ମହାବିଦ୍ୟାଳୟରେ ଅନ୍ୟାନ୍ୟ ବରିଷ୍ଠ ପ୍ରାଧ୍ୟାପକ ଥାଇ ମଧ୍ୟ ଅଧକ୍ଷା ଏକ ଜୁନିଅର ଏସଏସବି ଅଧ୍ୟାପକ ଯାହାର ଚାକିରୀ ଏକ ବର୍ଷ ପୂରଣ ହୋଇନାହିଁ ତା ଇସାରାରେ ନିଜର ସ୍ବେଛାଚାରୀ ଶାସନ ଚଳାଇଛନ୍ତି l ଜୁନିଅର ଅଧ୍ୟାପକ ସୀତାରାମ ମହାରଣା ଯେକି ପ୍ରାଣିବିଜ୍ଞାନ ଅଧ୍ୟାପକ ତାଙ୍କୁ ହାତ ବାରିସୀ ସାଜି ଅର୍ଥ ହଡପରେ ସହଯୋଗ କରୁଛନ୍ତି l ଚାକିରୀରେ ଏକ ବର୍ଷ ପୂରଣ ନହୋଇଥିବା ସତ୍ୱେ ସେ ବରିଷ୍ଠ ଅଧ୍ୟାପକ ଓ ପ୍ରାଧ୍ୟାପିକ ମାନଙ୍କୁ ସବୁ ସମୟରେ ର୍ଦୁବ୍ୟବହାର ପଦର୍ଶନ କରୁଛନ୍ତି l କୌଣସି କ୍ଲାସ ନଯାଇ ଅଧକ୍ଷାଙ୍କ କକ୍ଷରେ ବସି ରହୁଛନ୍ତି l ଛାତ୍ରଛାତ୍ରୀମାନେ କ୍ଲାସ କରିବାକୁ ସାରଙ୍କୁ ଡାକିଲେ ସେମାନଙ୍କୁ ପ୍ରାକ୍ଟିକାଲ ମାର୍କ କାଟିଦେବା ନେଇ ଧମକ ଦେଉଛନ୍ତି l ଶ୍ରୀ ମହାରଣା ସେପ୍ଟେମ୍ବର 9 ରୁ 22 ତାରିଖ 14 ଦିନ ପର୍ଯ୍ୟନ୍ତ ବିଭାଗୀୟ ମୁଖ୍ୟବିନା ଅବଗତିରେ ଛୁଟିରେ ରହିଥିଲେ l ତାଙ୍କୁ କିଛି ଅଧକ୍ଷା ମହୋଦୟା କହୁନଥିବା ବେଳେ ଅନ୍ୟାନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ଛୁଟି ଦେଉନାହାନ୍ତି ବରଂ ଏୟାଡୁ ସେୟାଡୁ ଗାଳି କରୁଛନ୍ତି l ଅପରପକ୍ଷେ ଅଧକ୍ଷା ଡଃ ଶ୍ରୀମତୀ ମିଶ୍ର ମଧ୍ୟ କୌଣସି କ୍ଲାସ ନକରି ପ୍ରିନସିପାଲ ଚେୟାରରେ ବସି ରହି ନିଜର ବିଳାସ ବ୍ୟାସନରେ ଲିପ୍ତ ରୁହନ୍ତି l ତଥା ଦିନକୁ ଦିନ 7 ରୁ 8 ଥର ଚା, କଫି, ପଇଡ଼, ବାଦାମ ଅଙ୍ଗୁର ସେଓ, ସାଲାଡ଼ ଖାଇ ନିଜେ ମଉଜ ମଜଲିସ କରୁଛନ୍ତି l ଯଦି କୌଣସି ଷ୍ଟାପ ଏଥିରେ ବାଧା ସୃଷ୍ଟି କଲେ, ତେବେ ଅଧକ୍ଷା ଡରାଇ ଧମକାଇ ଦରମା ଦରମା ବନ୍ଦ କରିବା ପାଇଁ କହୁଛନ୍ତି l ଏବଂ 3 ମାସ ଭିତରେ 3 ଜଣ ଷ୍ଟାଫଙ୍କୁ ଏକ୍ସପ୍ଲେନେସନ ମାଗିବା ସହ 4 ଜଣଙ୍କ ଦରମା ବନ୍ଦ ମଧ୍ୟ କଲେଣି l ବିନା କାରଣରେ ମହାବିଦ୍ୟାଳୟର ଅଧ୍ୟାପକ / ଅଧ୍ୟାପିକା ମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରୁଛନ୍ତି l ଫଳରେ କଲେଜର ଶୈକ୍ଷିକ ବାତାବରଣ ନଷ୍ଟ ହେବା ଯୋଗୁଁ ଅଭିଭାବକ ମହଲରେ ତିବ୍ର ଅସନ୍ତୋଷ ଦେଖାଦେଇଛି l ଏହିଭଳି ସ୍ବେଛାଚାରୀ ମନୋଭାବ ଓ ମନମାନି କାର୍ଯ୍ୟକଳାପ ଚାଲୁରହିବା ଦ୍ୱାରା କଲେଜର ଶୈକ୍ଷିକ ବାତାବରଣ ବିପର୍ଯ୍ୟସ୍ତ ହେବାରେ ଲାଗିଛି l ଏବଂ କଲେଜର ସମସ୍ତ କର୍ମଚାରୀମାନେ ଚାପଗ୍ରସ୍ତ ଭାବରେ କାର୍ଯ୍ୟକରୁଛନ୍ତି l ଏଥିପ୍ରତି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏବଂ ନୟାଗଡ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ଦୃଷ୍ଟି ଦେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଞ୍ଚଳବାସି ଓ ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକାମାନେ ଅନୁରୋଧ କରିଛନ୍ତି l