November 26, 2024

ରାମଚଣ୍ଡୀ ପୀଠରେ ସମ୍ବର୍ଦ୍ଧିତ ହେଲେ ସୁନାମଧନ୍ୟ ଓଡିଆ ଚଳଚିତ୍ର ନୃତ୍ୟଗୁରୁ ଅମିତ କୁମାର ନାୟକ

Share

ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଓଡ଼ିଆ ସିନେମା ଜଗତରେ ଚହଳ ପକାଇଥିବା କର୍ମ ଫିଲ୍ମର ଚିରିଂ ଚିରିଂ ଗୀତ ତଥା ମାଲ୍ୟଗିରିର ଧୁଳିଆ ଜନ୍ଦା ଗୀତର ପ୍ରଚ୍ଛଦପଟର ସୁନାମଧନ୍ୟ ନୃତ୍ୟ ଗୁରୁ ଏବଂ ନିର୍ଦ୍ଧେଶକ ଶ୍ରୀ ଅମିତ କୁମାର ନାୟକ ଆଜି ମାଁ ରାମଚଣ୍ଡୀଙ୍କ ପୀଠକୁ ଆସି ଦର୍ଶନ କରିବା ସହ ମନ୍ଦିର ବିଷୟରେ ମନ୍ଦିର ପୂଜା କମିଟିର ସଦସ୍ୟ ସୁଧୀର ମହାରଣା ଓ ବରୁଣ ଚୌଧୁରୀଙ୍କ ଠାରୁ ପଚାରି ବୁଝିଥିଲେ। ପରେ ମନ୍ଦିର ପୂଜା କମିଟିର ଉପଦେଷ୍ଟା ତଥା ଛତ୍ରପୁର ଏସଡ଼ିଜେଏମ୍ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର ମା’ ରାମଚଣ୍ଡୀ ମନ୍ଦିର ତରଫରୁ ନୃତ୍ୟ ଗୁରୁ ଅମିତଙ୍କୁ କମିଟିର ଅନ୍ୟ ସଦସ୍ୟଙ୍କ ଉପସ୍ଥିତିରେ ସମ୍ବର୍ଦ୍ଧିତ କରି ଭବିଷ୍ୟତରେ ମାଆଙ୍କ ପୀଠ କିପରି ଲୋକଲୋଚନକୁ ଆସିପାରିବ ସେ ନେଇ ଆଲୋଚନା କରିବା ସହ ଓଡ଼ିଆ ଗୀତ ଓ ଚଳଚିତ୍ର କିପରି ଏଠାରେ ସୁଟିଂ କରାଯାଇପାରିବ ସେ ନେଇ ଆଲୋଚନା କରିଥିଲେ।

ଏହାପରେ ଛତ୍ରପୁର ନୃତ୍ୟ ନିର୍ଦ୍ଧେଶକ ସଂଘର ଉପସଭାପତି ଶ୍ରୀ ପ୍ରଶାନ୍ତ କୁମାର ପଟନାୟକ ଏବଂ କାର୍ଯ୍ୟକାରୀ ସଦସ୍ୟ ଏମ. ରବୀନ୍ଦ୍ର ରେଡ୍ଡୀ ଏବଂ ଟି.ସୁରେଶ ରାଓ ଶ୍ରୀ ନାୟକଙ୍କୁ ସମ୍ମାନିତ କରିବା ସହ କିପରି ଗଞ୍ଜାମର କଳାକାରଙ୍କୁ ଓଡ଼ିଆ ସିନେ ଜଗତରେ ସୁଯୋଗ ମିଳିପାରିବ, ସେ ନେଇ ବିସ୍ତୃତ ଆଲୋଚନା କରିଥିଲେ l ଆଜିର ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କରପଡ଼ା ଗ୍ରାମର ସରପଞ୍ଚ ଅଜୟ ନାୟକ, ସମାଜସେବୀ ମନୋଜ ମିଶ୍ର, ଓକିଲ ଲସିତ ବେହେରା, ଦୀପକ ବେହେରା, ଦିନେଶ ମହାନ୍ତି, ନାରାୟଣ ସାହୁ, ଏସ. ରବି, ମାଧବ ସାସମଲ, ଉପେନ୍ଦ୍ର ବେହେରା, ଟୁଟୁ ନାୟକ, ରାଜେଶ ପାତ୍ର, ମୁନା ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ନୃତ୍ୟଗୁରୁ ଶ୍ରୀ ନାୟକଙ୍କୁ ଚଳିତବର୍ଷ ଜି ସାର୍ଥକ ଟିଭି ତରଫରୁ ଶ୍ରେଷ୍ଠ କୋରିଓଗ୍ରାଫର୍ ଚଳଚ୍ଚିତ୍ର ପୁରସ୍କାର ମିଳିଛି।

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.

You may have missed