July 6, 2024

ଶ୍ରୀ ମଦ ଭାଗବତ ପାରାୟଣ ଓ ପ୍ରବଚନ ମହାଯଜ୍ଞ ଉଦଯାପିତ

Share

ଶ୍ରୀ ମଦ ଭାଗବତ ପାରାୟଣ ଓ ପ୍ରବଚନ ମହାଯଜ୍ଞ ଉଦଯାପିତ
ବୁଗୁଡା : ତା ୨୪/୧୧/୨୩ : ବୁଗୁଡା ବ୍ଳକ ଅନ୍ତର୍ଗତ ବି.ବ୍ରହ୍ମପୁର କଦମ୍ବମଠ ପରିସରରେ ଗତ ଶନିବାର ଦିନ ଠାରୁ ଆରମ୍ଭ ହୋଇଥିବା ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ ମହାଯଜ୍ଞ ଶୁକ୍ରବାର ଦିନ ଉଦଯାପିତ ହୋଇଯାଇଛି। ଏକ ସପ୍ତାହ ବ୍ଯାପି ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ଅବସରରେ ଦୈନିକ ଆରତି , ଭଜନ, ପୂଜାର୍ଚ୍ଚନା , ଭାଗବତ ପାରାୟଣ ସାଙ୍ଗକୁ ସନ୍ଧ୍ୟାରେ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ମହାଯଜ୍ଞରେ ପ୍ରବଚକ ବିକ୍ରମ କେଶରୀ ମହାରଣା ପ୍ରଥମ ତିନି ଦିନ ପ୍ରବଚନ ପ୍ରଦାନ କରିଥିଲା ବେଳେ କଥା ପ୍ରବଚକ ଜ୍ଞାନ ରଞ୍ଜନ ଜେନା ୪ର୍ଥ ଓ ୫ମ ଦିନ ଏବଂ ପଣ୍ଡିତ ରାଧାକାନ୍ତ ଦାଶ ଶେଷ ଦୁଇ ଦିନ ପ୍ରବଚନ ପ୍ରଦାନ କରିଥିଲେ । ପ୍ରତିଦିନ ଭାଗବତ ପାରାୟଣ ଓ ପ୍ରବଚନ ମହାଯଜ୍ଞରେ ବହୁ ସଂଖ୍ୟକ ଭାଗବତ ପ୍ରେମୀଙ୍କ ସମାବେଶ ହେଉଥିଲା ବେଳେ କାର୍ଯ୍ୟକ୍ରମ ପରିଚାଳନାରେ ବି.ବ୍ରହ୍ମପୁର ଗ୍ରାମବାସୀଙ୍କ ସକ୍ରିୟ ସହଯୋଗ ଦେଖିବାକୁ ମିଳିଥିଲା ।

You may have missed