July 6, 2024

ଶିଶୁ ମନ୍ଦିର ପକ୍ଷରୁ ଶିଶୁ ଶିବିର ଓ ଗ୍ରାମ ଦର୍ଶନ କାର୍ଯ୍ୟକ୍ରମ

Share

ଶିଶୁ ମନ୍ଦିର ପକ୍ଷରୁ ଶିଶୁ ଶିବିର ଓ ଗ୍ରାମ ଦର୍ଶନ କାର୍ଯ୍ୟକ୍ରମ
ବୁଗୁଡ଼ା : ତା ୨୫/୧୧/୨୩ : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ତାଳସାକର ଗ୍ରାମରେ ଶିଶୁ ଶିବିର ଓ ଗ୍ରାମ ଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନାଚାର୍ଯ୍ଯ ଉତ୍ତମ କୁମାର ମହାରଣାଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ତାଳସାକର ଗ୍ରାମ୍ଯ କମିଟି ସଭାପତି ଈଶ୍ବର ସ୍ବାଇଁ ଓ ସମ୍ପାଦକ ଅଶୋକ ନାୟକ , ଜିଲ୍ଲା ପରିଷଦ ସଦସ୍ୟ ଗଙ୍ଗାପାଣି ଜେନା , ସମିତି ସଭ୍ୟ କାର୍ତ୍ତିକ ସାହାଣି , ଉମାକାନ୍ତ ପାତ୍ର ପ୍ରମୁଖ ଯୋଗଦାନ କରି ଶିଶୁ ଭାଇଭଉଣୀଙ୍କୁ ମାର୍ଗ ଦର୍ଶନ କରିଥିଲେ । ଏ ଅବସରରେ ଶିଶୁ ବାଟିକାର କୁନି କୁନି ଭାଇ, ଭଉଣୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଏବଂ କିଶୋର ବର୍ଗର ଭାଇ ଭଉଣୀମାନଙ୍କ ଗ୍ରାମ୍ଯ ଭ୍ରମଣ ଓ ଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥି ସହ ପ୍ରସିଦ୍ଧ ଶାଙ୍କୁଳାଈ ଶକ୍ତିପୀଠକୁ ସାମୁହିକ ପରିଦର୍ଶନ କାର୍ଯ୍ୟକ୍ରମ ଜଡିତ ଥିଲା । ଶିଶୁ ବାଟିକା ପ୍ରମୁଖ ଗୁରୁମା ମମତା ସାହୁଙ୍କ ତତ୍ତ୍ବାବଧାନ ଏବଂ ଗୁରୁମା ରସନା ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମର ପରିଶେଷରେ ପରିଚାଳନା ସମିତି ସମ୍ପାଦକ ରମେଶ ଚନ୍ଦ୍ର ଆଲଟିଆ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ସମିତି କୋଷାଧ୍ୟକ୍ଷ ରଜତ କୁମାର ପୃଷ୍ଟିଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଏବଂ ଶିଶୁ ମନ୍ଦିରର ସମସ୍ତ ସେବାବ୍ରତୀ ସକ୍ରିୟ ସହଯୋଗ କରିଥିଲେ ।

You may have missed