July 6, 2024

ପଢ଼ିଆରିପଲ୍ଲୀ ଉଚ୍ଚବିଦ୍ୟାଳୟରେ ବିଜ୍ଞାନମେଳା

Share

ପଢ଼ିଆରିପଲ୍ଲୀ ଉଚ୍ଚବିଦ୍ୟାଳୟରେ ବିଜ୍ଞାନମେଳା

ହାଟଡିହି, ୨୫/ ୧୧ ( ପିଏନଏସ ) : ହାଟଡିହି ବ୍ଳକ୍ ପଢ଼ିଆରିପଲ୍ଲୀ ଉଚ୍ଚବିଦ୍ୟାଳୟ ବଣିଆପଙ୍କରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଛି। ପ୍ରଧାନଶିକ୍ଷକ ଲକ୍ଷ୍ମୀଧର ନାୟକ ଏହାକୁ ଉଦ୍‌ଘାଟନ କରିଥିଲେ । ବିଜ୍ଞାନ ଶିକ୍ଷକ ସୁଦର୍ଶନ ପାଣିଗ୍ରାହୀଙ୍କ ପରାମର୍ଶକ୍ରମେ ଛାତ୍ରଛାତ୍ରୀ ଦ୍ବାରା ୩୦ରୁ ଊର୍ଦ୍ଧ୍ବ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା | ଶ୍ରେଷ୍ଠ ପ୍ରକଳ୍ପକୁ ବ୍ଲକ୍‌ସ୍ତରୀୟ ବିଜ୍ଞାନମେଳାରେ ପ୍ରଦର୍ଶିତ କରିବା ପାଇଁ ଚୟନ କରାଯାଇଛି। ରବୀନ୍ଦ୍ରନାଥ ମାଝୀ, ମାନସ କୁମାର ପାଣିଗ୍ରାହୀ, ଦୀପ୍ତିରଞ୍ଜନ ପଣ୍ଡା, ନିବେଦିତା ପାତ୍ର, ମନୋରମା ମାଝୀ, ସ୍ବାଧୀନ କୁମାର ମହାପାତ୍ର ଓ ବେଦପ୍ରକାଶ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ସୋମେଶ ପରିଡ଼ା ଙ୍କ ରିପୋର୍ଟ୍ ହାଟଡିହି ରୁ

You may have missed