July 6, 2024

ପ୍ରେମିକର ଚାପରେ ପ୍ରେମିକାର ଆତ୍ମହତ୍ୟା ; ଗାଙ୍ଗପୁର ପୋଲିସ୍ ର ଉପଯୁକ୍ତ ତଦନ୍ତ ଯୋଗୁଁ ଅଭିଯୋଗରୁ ବର୍ତ୍ତିଲେ ଶାଶୁ ଘର ପରିବାର ଲୋକେ ; ପ୍ରେମିକ କୋର୍ଟଚାଲାଣ

Share

ପ୍ରେମିକର ଚାପରେ ପ୍ରେମିକାର ଆତ୍ମହତ୍ୟା ; ଗାଙ୍ଗପୁର ପୋଲିସ୍ ର ଉପଯୁକ୍ତ ତଦନ୍ତ ଯୋଗୁଁ ଅଭିଯୋଗରୁ ବର୍ତ୍ତିଲେ ଶାଶୁ ଘର ପରିବାର ଲୋକେ ; ପ୍ରେମିକ କୋର୍ଟଚାଲାଣ


ବେଲଗୁଣ୍ଠା,25/11, ବିଭିନ୍ନ ସମୟରେ ଜଣେ ବିବାହିତା ମହିଳା ଯେ କୌଣସି କାରଣରୁ ମଧ୍ୟ ଅସ୍ୱାଭାବିକ ମୃତ୍ୟୁ ବରଣ କଲେ ଏହାର ଦୋଷ ଲଦି ଦିଆଯାଇଥାଏ ସ୍ୱାମୀ ଏବଂ ତାର ପରିବାର ଲୋକଙ୍କ ଉପରେ I ଉପଯୁକ୍ତ ତଦନ୍ତ ବିନା ମୃତ ମହିଳାଙ୍କ ସ୍ୱାମୀର ପରିବାର ଲୋକେ ଅକାରଣରେ ହତ୍ୟା ମାମଲାରେ ଛନ୍ଦି ହୋଇ ପଡିଥାନ୍ତି I କିନ୍ତୁ ଗଞ୍ଜାମ ଜିଲ୍ଳା ଗାଙ୍ଗପୁର ପୋଲିସ୍ ର ଉପଯୁକ୍ତ ତଦନ୍ତ ବଳରେ ଏକ ପରିବାର ଏମିତି ଏକ ମିଥ୍ୟା ମାମଲାରେ ବର୍ତ୍ତି ଯାଇଥିବା ବେଳେ ଘଟଣାରେ ସମ୍ପୃକ୍ତ ପ୍ରକୃତ ଦୋଷୀକୁ ପୋଲିସ୍ ଖୋଜି ପାଇବା ସହିତ କୋର୍ଟଚାଲାଣ କରିଥିବା ଗାଙ୍ଗପୁର ଭାରପ୍ରାପ୍ତ ଥାନା ଅଧିକାରୀ ଶୁଭ୍ରଜିତ ସାମନ୍ତରାୟ ସୁଚନା ଦେଇଛନ୍ତି I ସୂଚନା ପ୍ରକାରେ ଗତ ଅକ୍ଟୋବର ଷୋହଳ ତାରିଖରେ ଗାଙ୍ଗପୁର ଥାନା ଅନ୍ତର୍ଗତ ଖୁକୁଣ୍ଡିଆ ଗ୍ରାମର ଦୀପକ ଖଣ୍ଡୁଆଳଙ୍କ ସ୍ତ୍ରୀ ନିଖିତା ଖଣ୍ଡୁଆଳ ନିଜ ଶାଢୀରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲା I ଘଟଣାରେ ଗାଙ୍ଗପୁର ପୋଲିସ୍ 17/23 ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା I ନିଖିତାର ମାଆ ଏବଂ ଭାଇ ସୁରଟ୍ ରେ ରହୁଥିବା ବେଳେ ନିଖିତାର ଅଜା ବିଷ୍ଣୁଚକ୍ର ଗ୍ରାମର କାଶୀନାଥ ପ୍ରଧାନ ନିଖିତାକୁ ତାର ସ୍ୱାମୀ ଦୀପକଙ୍କ ସମେତ ଶାଶୁ, ଶଶୁର ଏବଂ ଦୁଇ ଦେଢଶାଶୁ ହତ୍ୟା କରିଥିବା ଅଭିଯୋଗ କରିଥିଲେ I ଘଟଣାକୁ ଗାଙ୍ଗପୁର ପୋଲିସ୍ ଗୁରୁତ୍ୱର ସହିତ ନେଇ ତଦନ୍ତ କରି ଜାଣିପାରିଥିଲା ଯେ ଘଟଣା ଦିନ ଦୀପକ ସୁରଟରେ ଥିବାବେଳେ ନିଖିତାର ତିନି ବର୍ଷର ପୁଅ ସହିତ ଶାଶୁ ଶଶୁର ମାଛ ଧରିବାକୁ ଚାଲିଯାଇଥିଲେ I ନିଖିତାର ଦୁଇ ଦେଢ଼ ଶାଶୁ କେନ୍ଦୁପଦର ସ୍ଥିତ ନିଜ ନିଜ ଘରେ ଥିଲେ I ତେଣୁ ପୋଲିସ୍ ନିଖିତାର ମୃତ୍ୟୁ ପଛରେ ଶାଶୁ ଘର ଲୋକଙ୍କ ସମ୍ପୃକ୍ତି ନଥିବା ଅନୁମାନ କରିବା ସହ ତଦନ୍ତକୁ ଜୋରଦାର୍ କରିଥିଲା I ତଦନ୍ତରେ ପୋଲିସ୍ ଜାଣିବାକୁ ପାଇଥିଲା ଯେ ନିଖିତାର ଘର ହେଉଛି ଏକତାଳ I ସେ 2019 ମସିହାରେ ଖୁକୁଣ୍ଡିଆର ଦୀପକ ଖଣ୍ଡୁଆଳକୁ ବିବାହ କରିଥିଲା ଏବଂ 2020 ରେ ତାର ପୁଅ ଟିଏ ହୋଇଥିଲା I କିନ୍ତୁ ନିଖିତା ବିବାହ ପୂର୍ବରୁ ବିଷ୍ଣୁଚକ୍ର ଗ୍ରାମର ବସନ୍ତ ପାତ୍ର ସହିତ ପ୍ରେମ ସମ୍ପର୍କ ରଖିଥିଲା I ନିଖିତା ବିବାହ କରି ତାର ଛୁଆ ହେଲା ପରେ ମଧ୍ୟ ବସନ୍ତ ଜୋରଜବରଦସ୍ତ ନିଖିତା ସହ ପ୍ରେମ ସମ୍ପର୍କ ରଖିବା ସହ ଶାରୀରୀକ ସମ୍ପର୍କ ମଧ୍ୟ ରଖିଥିଲା I ଏପରିକି ସେ ସ୍ୱାମୀ ଦୀପକ ଖଣ୍ଡୁଆଳକୁ ଛାଡି ତା ସହିତ ଚାଲିଯିବା ପାଇଁ ନିଖିତାକୁ ଚାପ ପକାଇଥିଲା ପ୍ରେମିକ ବସନ୍ତ I ଏଥିରେ ନିକିତା ସ୍ୱାମୀଙ୍କୁ ଛାଡ଼ିବ କି ପ୍ରେମିକକୁ ଛାଡ଼ିବ କିଛି ସ୍ଥିର କରିପାରିନଥିଲା I ଫଳରେ ମାନସିକ ଦ୍ୱନ୍ଦରେ ସେ ଚିଡିଚିଡ଼ା ସ୍ଵଭାବର ହୋଇଯିବା ସହିତ ଆତ୍ମହତ୍ୟା କରିଥିବା ପୋଲିସ୍ ତଦନ୍ତରୁ ଜଣାପଡ଼ିଛି I ତେବେ ବସନ୍ତର ଚାପ ଯୋଗୁଁ ହିଁ ନିଖିତା ଆତ୍ମହତ୍ୟା କରିଥିବା ପୋଲିସ୍ ତଦନ୍ତରୁ ଜଣାପଡ଼ିବା ପରେ ଗାଙ୍ଗପୁର ପୋଲିସ୍ 803/23 ରେ ଏକ ମାମଲା ରୁଜୁ କରିବା ସହ ପ୍ରେମିକ ବସନ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିବା ଗାଙ୍ଗପୁର ଭାରପ୍ରାପ୍ତ ଥାନା ଅଧିକାରୀ ଶୁଭ୍ରଜିତ ସାମନ୍ତରାୟ ପ୍ରକାଶ କରିଛନ୍ତି I ତେବେ ଗାଙ୍ଗପୁର ପୋଲିସ୍ ର ଏହିଭଳି ନିରପେକ୍ଷ ତଦନ୍ତ ଯୋଗୁଁ ଏକ ପରିବାର ମିଥ୍ୟା ମାମଲାରୁ ବଞ୍ଚି ଯାଇଥିବାରୁ ଗାଙ୍ଗପୁର ପୋଲିସ୍ କୁ ଅଞ୍ଚଳବାସୀ ଉଚ୍ଚ ପ୍ରଶଂସା କରିଛନ୍ତି I ଗାଙ୍ଗପୁର ପୋଲିସ୍ ଭଳି ସମସ୍ତ ପୋଲିସ୍ ଅଧିକାରୀ ଉପଯୁକ୍ତ ଏବଂ ନିରପେକ୍ଷ ତଦନ୍ତ କରି ପ୍ରକୃତ ଦୋଷୀଙ୍କୁ ଧରିବା ଉଚିତ୍ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରକାଶ କରିଛନ୍ତି.                                                                        ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ

You may have missed