July 6, 2024

ସକାଳର ଖବର, ୨୫-ନଭେମ୍ବର-୨୦୨୩, ଶନିବାର

Share

*╭─────────────────────╮*
*🌄ସକାଳର ଖବର, ୨୫-ନଭେମ୍ବର-୨୦୨୩, ଶନିବାର*
*╰─────────────────────╯*
•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ଆଜି ପବିତ୍ର ବଡଓଷା । ପୂଣ୍ୟ ମାସ କାର୍ତ୍ତିକ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ବଡଓଷା ପାଳିତ ହୋଇଥାଏ । ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ଶୈବପୀଠ ।

➡️୨-ଆଜି ପଞ୍ଚୁକର ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଆଡ଼ିକିଆ ବା ତ୍ରିବିକ୍ରମ ବେଶ ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ଅବକାଶ ନୀତି ଶେଷ ହେବା ପରେ ପୁଷ୍ପାଳକ ସେବକ ମାନେ ଏହି ବେଶ କରିଥାନ୍ତି।

➡️୩-ରାଜ୍ୟ କ୍ୟାବିନେଟର ୬୭ତମ ବୈଠକରେ ୩ଟି ବିଭାଗ ଯଥା ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ୩ଟି ପ୍ରସ୍ତାବରେ ମିଳିଲା କ୍ୟାବିନେଟର ଅନୁମୋଦନ l

➡️୪-ଡିପଫେକ୍ ରୋକିବାକୁ ନୂଆ ୱେବସାଇଟ ସହ ଅପଗ୍ରେଡ ହେବ ଆଇଟି ମନ୍ତ୍ରାଳୟ । ଏଣିକି ନକଲି ଭିଡିଓ, ଅଡିଓ ଏବଂ ପୋଷ୍ଟ ବାବଦରେ ୟୁଜରର୍ସ କରିପାରିବେ ଅଭିଯୋଗ l

➡️୫-୧୨ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ଦେଲେ ରାଜ୍ୟ ସରକାର; ଖର୍ଚ୍ଚ ହେବ ୮୪,୯୧୮.୭୫ କୋଟି ଟଙ୍କା , ୪୨,୨୮୧ ଲୋକଙ୍କୁ ମିଳିବ ନିଯୁକ୍ତି ସୁଯୋଗ l

➡️୬-୨୬ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଆସୁଛି ଏକ ଘୂର୍ଣ୍ଣିବଳୟ l ଓଡ଼ିଶାରେ ପ୍ରଭାବ ନ ପଡ଼ିପାରେ l

➡️୭-ନଭେମ୍ବର ୨୧ରୁ ଆରମ୍ଭ ହୋଇଥିବା ଷୋଡ଼ଶ ବିଧାନସଭାର ଚତୁର୍ଦ୍ଦଶ ଅଧିବେଶନ ତଥା ଶୀତ ହେଲା ଅଧିବେଶନ l ଅସନ୍ତୁଷ୍ଟ ବିରୋଧୀଙ୍କ କକ୍ଷତ୍ୟାଗ l ମୋଟ୍‌ ୩୦ଟି କାର୍ଯ୍ୟ ଦିବସ ଚାଲିବାକୁ ଥିଲେ ହେଁ ମାତ୍ର ୪ଦିନରେ ହେଲା ଶେଷ l

➡️୮-ବିଦେଶକୁ ମକା ମଂଜି ରତ୍ପାନୀ ହେଲା ବନ୍ଦ, ୧୦ହଜାର‌ ମେଟ୍ରିକ୍‌ ଟନ୍‌ ଗଲା ଆନ୍ଧ୍ର ଓ ତାମିଲନାଡୁ l

➡️୯-ବଲିଉଡ ସିନେମା ପ୍ରଯୋଜକ ତଥା ନିର୍ଦ୍ଦେଶକ ରାଜକୁମାର କୋହଲିଙ୍କର ୯୫ ବର୍ଷ ବୟସରେ ତାଙ୍କ ବାସଭବନରେ ହେଲା ପରଲୋକ l

➡️୧୦-ଚଳଚ୍ଚିତ୍ର ‘ରାମ’ର ଅରିଜିନାଲ ଭିଡିଓକୁ ନିଜ ୟୁଟ୍ୟୁବ୍‌ ଚ୍ୟାନେଲରେ ପୋଷ୍ଟ କରି ଗିରଫ ହେଲେ ଗଂଜାମର ଯୁବକ l

➡️୧୧-ନଭେମ୍ବର ୨୫କୁ ନିରାମିଷ ଦିନ ଘୋଷଣା କଲେ ୟୁପି ସରକାର; ବନ୍ଦ ରହିବ ଆମିଷ ଦୋକାନ ଓ କଂସେଇ ଖାନା l

➡️୧୨-ବରଗଡ ଜିଲ୍ଲା ଅଙ୍ଗ ନଦୀରେ ମାଣ୍ଡିଆଢ଼ିପ ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ୧୦୪ କୋଟି ଟଙ୍କା କଲେ ମଞ୍ଜୁର l

➡️୧୩-ରଶ୍ମିକା ଓ କ୍ୟାଟ୍ରିନାଙ୍କ ପରେ ଫସିଲେ ରତନ ଟାଟା, ଭାଇରାଲ୍‌ ହେଉଛି ନକଲି ଭିଡିଓ l ଭାଇରାଲ୍‌ ହୋଇଥିବା ଭିଡିଓରେ ରତନ ଟାଟା ଅନଲାଇନ୍‌ ବେଟିଂ ବା ଜୁଆର କୋଚ୍‌ଙ୍କୁ ସମର୍ଥନ କରୁଥିବାର ଦେଖିବାକୁ ମିଳିଛି।

➡️୧୪-ମୁଣ୍ଡ ନୁଆଁଇଲେ ଆମ ଆଦମୀ ପାର୍ଟି ସାଂସଦ ରାଘବ ଚଢ଼ା । ରାଜ୍ୟସଭା ସଭାପତି ଜଗଦୀପ ଧନଖଡଙ୍କୁ ମାଗିଲେ କ୍ଷମା l

➡️୧୫-ରାପିଡ୍ ରେଳ ପରିଯୋଜନା ପାଇଁ ୪୧୫ କୋଟି ଟଙ୍କା ଜାରି କଲେ ଦିଲ୍ଲୀ ସରକାର, ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ନେଲେ ଆକ୍ସନ l

➡️୧୬-ଚୀନରେ ପୁଣି ମାତିଲାଣି ଅଜଣା ରୋଗ, ଆକ୍ରାନ୍ତ ହେଉଛନ୍ତି ସ୍କୁଲ ଯାଉଥିବା ଛୋଟ ଛୋଟ ପିଲା । ଏହି ରୋଗ ଏକ ରହସ୍ୟମୟ ନିମୋନିଆ ବୋଲି ସେଠାକାର ଡାକ୍ତର କହୁଛନ୍ତି ।

➡️୧୭-୨୫ ପଣବନ୍ଦୀଙ୍କୁ ଛାଡ଼ିଲା ହମାସ୍‌, ସେପଟେ ଗାଜାରେ ଅଟକିଲା ଯୁଦ୍ଧ l ରାଫା ସୀମାଦେଇ ପହଞ୍ଚିଲା ରିଲିଫ୍‌ l

➡️୧୮-ଚଳିତ ବିଶ୍ବକପ୍ ଦେଲା ୨୨ ହଜାର କୋଟି ଲାଭ l ଟିଭି ଓ ଡିଜିଟାଲ ଷ୍ଟ୍ରିମିଂ ପ୍ଲାଟଫର୍ମଗୁଡ଼ିକରେ ବିଶ୍ବକପର ବିଭିନ୍ନ ମ୍ୟାଚ୍‌କୁ ବିପୁଳ ସଂଖ୍ୟକ ଦର୍ଶକ ଦେଖିଥିଲେ।

➡️୧୯-ରାଜଧାନୀ ନୂଆଦିଲ୍ଲୀରେ ଡିସେମ୍ବର ୧୦ରୁ ପ୍ରଥମ ଥର ପାଇଁ ଭାରତରେ ଖେଳାଯିବ ଖେଲୋ ଇଣ୍ଡିଆ ପାରା ଗେମ୍ସ । ଭାରତୀୟ କ୍ରୀଡା ପ୍ରାଧୀକରଣର ୩ଟି ଷ୍ଟାଡିୟମରେ ୭ଦିନ ଧରି ଦିବ୍ୟାଙ୍ଗ କ୍ରୀଡାବିତ ଆଥଲେଟିକ୍ସ, ସୁଟିଂ, ଫୁଟବଲ, ଟେବୁଲ ଟେନିସ ଏବଂ ଭାରତ୍ତୋଳନ ପରି ୭ଟି ପ୍ର୍ରତିଯୋଗିତାରେ ଅଂଶଗ୍ରହଣ କରିବେ ।

➡️୨୦-କତାର ଦୋହାରେ ଅନୁଷ୍ଠିତ ISSF ବିଶ୍ୱକପ ଫାଇନାଲ-2023ରେ ପୁରୁଷ ୨୫ ମିଟର ରାପିଡ୍‌ ଫାୟାର ଇଭେଣ୍ଟରେ ବ୍ରୋଞ୍ଚ୍‌ ପଦକ ଜିତି ଇତିହାସ ସୃଷ୍ଟି କଲେ ଭାରତୀୟ ସୁଟର ଅନିଶ ଭାନୱାଲା l

*📌ବି. ଦ୍ର : ଆମର ନୂଆ ହ୍ଵାଟ୍ସଆପ ଚ୍ୟାନେଲ ରେ ଯୋଡି ହେବାକୁ ଚାଁହୁଥିଲେ ଏହି https://whatsapp.com/channel/0029Va55L4h1t90flMIEIw26 ଲିଙ୍କକୁ କ୍ଲିକ କରିକି ଜୋଏନ ହେଇ ପାରିବେ ll*

*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*

*🔅ଆଜି ବୈକୁଣ୍ଠ ଚତୁର୍ଦଶୀ, ବଡଓଷା ll*
*🔅ଆଜି ଶିବ ଚତୁର୍ଦଶୀ ଉପବାସ ଓ ବେଢା ପରିକ୍ରମା ll*
*🔅ଆଜି ବିଶ୍ୱ ଅଣ ଶାକାହାରୀ ନିଷେଧ ଦିବସ ll*
*🔅ଆଜି ଅଗ୍ନି ଦିବସ ll*
*🔅ଆଜି ବିଶ୍ୱ ଦାନ ଦିବସ ll*
*🔅ଆଜି ସପିଂ ରିମାଇଣ୍ଡର୍ ଦିବସ ll*

*📌ବି. ଦ୍ର : ପ୍ରତ୍ୟେକ ଦିନ ପ୍ରତି ମୁହୂର୍ତ୍ତର Update News ଏବଂ ଏହିଭଳି ନିଉଜ ସର୍ବପ୍ରଥମେ ପାଇବା ପାଇଁ ଆମର NEWS ଗ୍ରୁପରେ ଅଂଶଗ୍ରହଣ କରିବାକୁ ଇଛୁକ ବନ୍ଧୁ ମାନେ ଆମସହ ଯୋଗାଯୋଗ କରିପାରିବେ l ମୋ : 9438253184 ll*

*ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*

 

 

*ll ସୁପ୍ରଭାତ ll*

You may have missed