July 6, 2024

ଜନ୍ମମାଟି ସାନପଦର ରେ ବୈଷ୍ଣବକବି ଭକ୍ତଚରଣ ସ୍ମାରକୀ ସମାରୋହ।

Share

ଜନ୍ମମାଟି ସାନପଦର ରେ ବୈଷ୍ଣବକବି ଭକ୍ତଚରଣ ସ୍ମାରକୀ ସମାରୋହ।

ବୋଲଗଡ, ୨୪/୧୧(ଉପାନ୍ତ ଓଡିଶା): ବୋଲଗଡ଼ ବ୍ଲକ ର ସାନପଦର ଗ୍ରାମ ରେ ଜନ୍ମଗ୍ରହଣ କରିଥିବା ଓଡ଼ିଆ ସାହିତ୍ୟ ଜଗତ ର ମହାନ୍ କବି ତଥା ମଥୁରାମଙ୍ଗଳ ,ଗୋପମଙ୍ଗଳ, ମନବୋଧ ଚଉତିଶା , କଳାକଳେବର ଚଉତିଶା ,ମନଃଶିକ୍ଷା ଓ ବୈଦ୍ୟ ଶାସ୍ତ୍ର ପରି କାବ୍ୟ ର ରଚୟିତା ବୈଷ୍ଣବ କବି ଭକ୍ତଚରଣ ଦାସ ଙ୍କ ସ୍ମାରକୀ ସମାରୋହ ସାନପଦର ଗ୍ରାମସ୍ଥିତ ଭକ୍ତଚରଣ ସ୍ମୃତିସଦନ ଠାରେ କବିତୀର୍ଥ ଭକ୍ତଚରଣ ସାହିତ୍ୟ ସଂସ୍କୃତି ସଂସଦ ର ସମ୍ପାଦକ ଶ୍ରୀକାନ୍ତ କୁମାର ନାୟକ ଙ୍କ ସଂଯୋଜନା ରେ ଆୟୋଜିତ ହୋଇଯାଇଛି। ସାହିତ୍ୟ ସଭାରେ ସଂସଦର ସଭାପତି ତ୍ରିଲୋଚନ ମହାନ୍ତି ସଭାପତିତ୍ବ କରିଥିଲେ।ଆୟୋଜିତ ସଭା ରେ ନୂଆଦିଲ୍ଲୀ ସାହିତ୍ୟ ଏକାଡେମୀ ର ପ୍ରାକ୍ତନ ପ୍ରୋଗ୍ରାମ ଅଧିକାରୀ ଡ଼ ମିହିର କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ କବି ଭକ୍ତଚରଣ ଦାସଙ୍କ ଓଡ଼ିଆ ସାହିତ୍ୟ ପ୍ରତି ଅବଦାନ ଅତୁଳନୀୟ ବୋଲି କହିବା ସହ ଏହି ଗ୍ରାମ ରେ ଜନ୍ମଗ୍ରହଣ କରିବା ଏକ ସୌଭାଗ୍ୟ ର କଥା ବୋଲି ପ୍ରକାଶ କରିଥିଲେ l ମୁଖ୍ୟବକ୍ତା ଭାବେ ପୌରୁଷ ପତ୍ରିକା ର ସମ୍ପାଦକ ତଥା ଗବେଷକ ଡ ଅସିତ୍ ମହାନ୍ତି ଯୋଗଦେଇ ଓଡ଼ିଆ ଭାଷା ସାହିତ୍ୟ କୁ ପରିପୁଷ୍ଟ କରିବା ନିମନ୍ତେ ଭକ୍ତଚରଣ ଦାସ ଜୀବନ ର ପ୍ରତ୍ୟେକ ସମୟ ଉତ୍ସର୍ଗ କରିଛନ୍ତି ଓ ତାଙ୍କ ଜ୍ଞାନ ଓ ପାଣ୍ଡିତ୍ୟ ରେ ପ୍ରଭାବିତ ହୋଇ ପୁରୀ ର ତତ୍କାଳୀନ ଗଜପତି ଦ୍ୱିତୀୟ ଦିବ୍ୟସିଂହ ଦେବ ଙ୍କ ଭଉଣୀ ମୁକ୍ତାଦେଇ ତାଙ୍କର ଶିଷ୍ୟତ୍ଵ ଗ୍ରହଣ କରିଥିଲେ ଯାହା ଆମ ପାଇଁ ଗୌରବର ବିଷୟ ବୋଲି କହିଥିଲେ । ସଭାରେ ସାହିତ୍ୟିକ ତଥା ଉପଦେଷ୍ଟା ରାଜକିଶୋର ବ୍ରହ୍ମା , ସ୍ଥାନୀୟ ସରପଞ୍ଚ ବୈକୁଣ୍ଠ ଚରଣ ସ୍ୱାଇଁ , ସମିତିସଭ୍ୟ ଦିଲୀପ କୁମାର ମହାପାତ୍ର , ଉଚ୍ଚବିଦ୍ୟାଳୟ ର ପ୍ରଧାନଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ସିଂହ ,ସୁରେଶ ମହାପାତ୍ର ,ପ୍ରଫୁଲ୍ଲ ମହାନ୍ତି ,ପ୍ରିୟଦର୍ଶୀ ମହାନ୍ତି ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ଶିକ୍ଷକ ବିଜୟ କୁମାର ସାହୁ ଅତିଥି ପରିଚୟ ଓ ଅର୍ଜୁନ ପଟ୍ଟନାୟକ ବିବରଣୀ ପଠନ କରିଥିଲେ ।ଅନୁରୂପ ଭାବେ ଭୁବନେଶ୍ୱର ରେ କବି ଭକ୍ତଚରଣ ଙ୍କ ର ସ୍ମୃତି ସଭା ଭକ୍ତଚରଣ ସାଂସ୍କୃତିକ ସଂସଦ ଦ୍ଵାରା ଆୟୋଜିତ ହୋଇଥିଲା। ଭକ୍ତଚରଣ ବିଦ୍ୟାପୀଠ ର ଛାତ୍ରଛାତ୍ରୀ ମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ।ଭକ୍ତଚରଣ ସରକାରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ରଛାତ୍ରୀ ,ଶିକ୍ଷକ ଶିକ୍ଷୟତ୍ରୀ,ସଙ୍କୀର୍ତ୍ତନ ମଣ୍ଡଳୀ ,ଶ୍ରଦ୍ଧାଳୁ ଙ୍କ ଦ୍ଵାରା ଗ୍ରାମ ପରିକ୍ରମା କରାଯାଇଥିଲା।ମଥୁରାମଙ୍ଗଳ ଆବୃତ୍ତି ,ଭକ୍ତଚରଣ କୁଇଜ୍ , ଓ ବକ୍ତୃତା ,ନୃତ୍ୟ ପ୍ରତିଯୋଗିତା କରାଯାଇ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଶିକ୍ଷକ ଅଶୋକ କୁମାର ନାୟକ ,ସାନନ୍ଦ କୁମାର ସାହୁ , ବିକ୍ରମ କେଶରୀ ସାମନ୍ତରାୟ ,ମାନସ ରଞ୍ଜନ ସାମନ୍ତରାୟ ଓ ଗ୍ରାମବାସୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସାନପଦର ,ରାସୋଳ, ବାୟାପଲ୍ଲୀ, ପିଚୁକୁଳି,ଚମ୍ପାଇଲୋ ଓ ରାଜସୁନଖଳା ଗ୍ରାମ ରୁ ବହୁ ସାହିତ୍ୟ ପ୍ରେମୀ ଯୋଗଦେଇଥିଲେ । ପରିଶେଷ ରେ ସମ୍ପାଦକ ଶ୍ରୀ ନାୟକ ସମସ୍ତ ଭକ୍ତଚରଣ ସାହିତ୍ୟ ଅନୁରାଗୀ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

You may have missed