June 29, 2024

ରାମନାଗୁଡାରେ ମା ଦୁର୍ଗାଙ୍କ ମଶାଣି ଉତ୍ସବ     

Share

 

ରାମନାଗୁଡା, ରାୟଗଡ଼ା ଜିଲ୍ଲା ରାମନାଗୁଡା ଠାରେ ମହିଷାମଦ୍ଧିନୀ ମା ଦୁର୍ଗାଙ୍କ ମୃଣ୍ମୟୀ ପ୍ରତୀମା ବିସର୍ଜନ ଉତ୍ସବ ଶାନ୍ତି ଶୃଙ୍ଖଳାର ସହିତ ସଂପନ୍ନ ହୋଇଛି। ମା’ଙ୍କ ମୃଣ୍ମୟୀ ପ୍ରତିମାକୁ ଗ୍ରାମ ପରିକ୍ରମା କରାଯାଇଥିଲା।ଶାସ୍ତ୍ରୀୟ ବିଧି ମୁତାବକ ଷଷ୍ଠୀ ଠାରୁ ଦଶମୀ ପର୍ଯ୍ୟନ୍ତ ମା’ଙ୍କ ପୂଜାଉତ୍ସବ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ଅଞ୍ଚଳର ଭକ୍ତମାନଙ୍କ ଦ୍ବାରା ମା’ଙ୍କୁ ପୂଜାର୍ଚ୍ଚନା କରି ଭିଡ଼ ପରିଲକ୍ଷିତ ହୋଇଥିବା ବେଳେ ମୃଣ୍ମୟୀ ପ୍ରତୀମାଙ୍କ ଭସାଣୀ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ୫ଦିନ ଧରି ଏହି ପୂଜାରେ କର୍ତ୍ତା ଭାବେ ସମ୍ପଦ ଦାଶ ଓ ସହଧର୍ମିଣୀ ପଦ୍ମନ୍ମୀ ଦାଶ ପୂଜା କାର୍ଯ୍ୟ କରିଥିବା ବେଳେ ପୁରୋହିତ ଭାବେ ଗୁପ୍ତେଶ୍ୱର ମିଶ୍ର ଓ ଦୁର୍ଗା ମିଶ୍ର ପୂଜା କାର୍ଯ୍ୟ ତୁଲାଇଥିଲେ। ସେହିପରି ପୂଜା କମିଟିର ରବିନାରାୟଣ ପାତ୍ର,କୁନାଲ ବେହେରା,ମାନସ ସାହୁ,କିରଣ କୁମାର ଲାମ୍ବତା

,ଶୁଭମ୍ ବଲଭାଇ,ରୁପକ ସେନାପତି

ପବିତ୍ର ଆଚାରି,ଅମିତ ରତନାଲୁ

ସମ୍ବିତ ରତନାଲୁ,ଅମିତ ମହାରଣା

ନିର୍ମଳ କାମ୍ବା,ସୁଷାନ୍ତ ସାହୁ

ମୁକୁନ୍ଦ ପାଣି,ଧବଳେଶ୍ବରପାତ୍ରି,ସୁଧୀର ମିଶ୍ର,ଭାଷ୍କର ରଥ

ସଞ୍ଜୀବ କୁମାର ଦାଶ , ରଞ୍ଜିତ କୁମାର ପଣ୍ଡା ,ମହେଶ ପଟନୁରୁ ପ୍ରମୁଖ ସହଯୋଗ କରିଥିବା ବେଳେ କମିଟି ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପଶ୍ଚିମ ଓଡିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ମାନଙ୍କୁ ନେଇ ସମ୍ବଲପୁରୀ ମେଲୋଡ଼ି ଓ ରାବଣପୋଡ଼ି ଆୟୋଜିତ ହୋଇଥିଲା। ରଙ୍ଗୀନ ଆଲୋକ ସାଙ୍ଗକୁ ସୁଉଚ୍ଚ ତୋରଣ ଓ ପାର୍ଶ ଦେବାଦେବୀଙ୍କୁ ନେଇ ପୂଜା ମଣ୍ଡପ ଚହଟିଥିଲା।ଏହି୫ଦିନ ଧରି ଏହି ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ରାମନାଗୁଡା ଅଞ୍ଚଳ ଚଳଚଞ୍ଚଳ ହୋଇଉଠିଛି। ମାଁ ଦୁର୍ଗାଙ୍କ ପୂଜା ଦେଖିବା ନିମନ୍ତେ ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁଙ୍କ ଭିଡ଼ କୁ ଦୃଷ୍ଟିରେ ରଖି ରାମନାଗୁଡା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ବେଳେ ଦୁର୍ଗା ପୂଜା କମିଟି ପକ୍ଷରୁ ଶ୍ରଦ୍ଧାଳୁ ଙ୍କ ନିମନ୍ତେ ଅର୍ଣ୍ଣପ୍ରସଦ ର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।ମା ଭଶାଣି ଶାନ୍ତି ଶୃଙ୍ଖଳାକୁ ଦୁଷ୍ଟିରେ ରଖି ପୋଲିସ ମୁତୟନ ହୋଇଛନ୍ତି।

 

ରିପୋର୍ଟ ରାକେଶ କୁମାର ବେହେରା