June 29, 2024

ବେଲଗୁଣ୍ଠାରେ ନୂତନ ତହସିଲଦାରଙ୍କ ଯୋଗଦାନ

Share

 

ବେଲଗୁଣ୍ଠା, 25/10,ଆଜି ଅପରାହ୍ନ 4,ଘଣ୍ଟ 30 ମିନଟ ସମୟରେ ବେଲଗୁଣ୍ଠାରେ ନୂତନ ତହସିଲଦାର ଭାବେ କଳାକୃଷ୍ଣ ପ୍ରଧାନ କାର୍ଯ୍ୟରେ ଯୋଗ ଦେଇଛନ୍ତି I ଶ୍ରୀ ପ୍ରଧାନ କିଛି ଦିନ ହେବ ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଡ଼େପୁଟି କଲେକ୍ଟର୍ ଭାବେ କାର୍ଯ୍ୟ କରି ଆସୁଥିଲେ I ଗତ 21 ତାରିଖରେ ବେଲଗୁଣ୍ଠାର ପୂର୍ବତନ ତହସିଲଦାର ମନୋଜ ପ୍ରଭାକର କୂଜୁର୍ ଙ୍କର ସମ୍ବଲପୁର ତହସିଲଦାର ଭାବେ ବଦଳି ଆଦେଶ ହୋଇଥିବା ବେଳେ ସେ 22 ତାରିଖରେ ସେ ବିଡ଼ିଓ ଭାରତୀ ଦେବୀଙ୍କୁ ଦାୟିତ୍ୱ ହସ୍ତାନ୍ତର କରି ଏଠାରୁ ଚାଲିଯାଇଥିଲେ I ଦୁଇଦିନ ହେବ ବେଲଗୁଣ୍ଠା ତହସିଦାର ଦାୟିତ୍ୱରେ ଥିବା ବିଡ଼ିଓ ଭାରତୀ ଦେବୀଙ୍କ ଠାରୁ ଆଜି ଶ୍ରୀ ପ୍ରଧାନ ତହସିଲଦାର ଦାୟିତ୍ୱ ଗ୍ରହଣ କରିଛନ୍ତି I ସେହିପରି ଏଠାରେ ଅତିରିକ୍ତ ତହସିଲଦାର ଭାବେ କାର୍ଯ୍ୟକରି ଆସୁଥିବା ଧରଣୀଧର ବେହେରାଙ୍କୁ ମଧ୍ୟ ଧର୍ମଗଡ ଅତିରିକ୍ତ ତହସିଲଦାର ଭାବେ ବଦଳି ହୋଇଥିବା ବେଳେ ସେ ଧର୍ମଗଡ ଅତିରିକ୍ତ ତହସିଲଦାର ଭାବେ ଯୋଗଦାନ କରିଥିବା ସୁଚନା ମିଳିଛି I ଆଜି କଳାକୃଷ୍ଣ ପ୍ରଧାନ ବେଲଗୁଣ୍ଠା ତହସିଲଦାର ଭାବେ ଯୋଗ ଦେବା ପରେ ତାଙ୍କୁ ବେଲଗୁଣ୍ଠା ତହସିଲ୍ କାର୍ଯ୍ୟାଳୟ ଏବଂ ବେଲଗୁଣ୍ଠା ପ୍ରେସକ୍ଲବ ପକ୍ଷରୁ ସ୍ୱାଗତ କରାଯାଇଛି I ଆଗାମୀ ଦିନରେ ଜନସାଧାରଙ୍କ ଜମିଜମା ମାମଲାରେ ତ୍ୱରିତ ଆଶୁ ସମାଧାନ ସହିତ ବେଆଇନ୍ ବାଲି ମାଫିଆ, ଇଟାଭାଟି ମାଲିକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁ୍ଷ୍ଠାନ ଗ୍ରହଣ କରାଯିବ ବୋଲି ଆଜି ତହସିଲଦାର ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି I

ଫଟୋ
ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ