September 29, 2024

ରାମନାଗୁଡାରେ ରାବଣପୋଡ଼ି ଅନୁଷ୍ଠିତ

Share

ମିନି ଷ୍ଟାଡିୟମଠାରେ ୧୦ହଜାର ଉର୍ଦ୍ଧ୍ବ ଲୋକଙ୍କ ସମାଗମ

 

 

ରାମନାଗୁଡା ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ମିନି ଷ୍ଟାଡିୟମଠାରେ ରାବଣପୋଡ଼ି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ରାବଣପୋଡ଼ି କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ।ପ୍ରଥମେ ଦୁର୍ଗାପୂଜା ପରିସରରୁ ରାମ ଲକ୍ଷ୍ମଣଙ୍କ ସହ ବାନର ସେନାଙ୍କ ସହ ସ୍ବତନ୍ତ୍ର ପୂଜାର୍ଚ୍ଚନା କରିବା ପରେ ଏକ ଶୋଭାଯାତ୍ରାରେ ହନୁମାନ ମନ୍ଦିର ଯାଇ ବାନର ସେନା ପୂଜାର୍ଚ୍ଚନା କରିବା ପରେ ଏକ ବିରାଟ ପଟୁଆରରେ ରାବଣପୋଡ଼ି ପଡ଼ିଆରେ ପହଞ୍ଚି ଥିଲେ।ପରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରିବା ପରେ ରାବଣ ଶରୀର ଅଗ୍ନି ସଂଯୋଗ କରାଯାଇଥିଲା।ପରେ ଆତସବାଜି ଶବ୍ଦରେ ପରିବେଶ ପ୍ରକମ୍ପିତ ହୋଇଥିଲା।

ସୂଚନା ଥାଉକି କରୋନା ମହାମାରୀ ପାଇଁ କିଛି ବର୍ଷ ଧରି ଦୁର୍ଗାପୂଜା ସହ ରାବଣପୋଡ଼ି କାର୍ଯ୍ୟକ୍ରମ ବନ୍ଦ ରହିଥିଲା। ଚଳିତବର୍ଷ ମା ସେରାବାଲି ଯୁଥ କ୍ଲବ ଓ ଦୁର୍ଗା ପୂଜା କମିଟି ଆନୁକୂଲ୍ୟରେ ନୂତନ ସ୍ଥାନରେ ଦୁର୍ଗାପୂଜା ପ୍ରସ୍ତୁତି କରାଯାଇଥିଲା। ଲୋକଙ୍କ ସମାଗମ ଦୃଷ୍ଟିରୁ ରଖି ସ୍ଥାନୀୟ ମିନି ଷ୍ଟାଡିୟମଠାରେ ରାବଣପୋଡ଼ି ଆୟୋଜନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗଙ୍କ ସହ ବରିଷ୍ଠ ବିଜେଡି ନେତା ଗଗନ ଆଚାର୍ଯ୍ୟ, ରାଜ୍ୟ ଛାତ୍ର ଉପସଭାପତି ବିଷ୍ଣୁ ପ୍ରସାଦ ପଣ୍ଡା , ସମିତି ସଭ୍ୟ କମଳଲୋଚନ ମୁଟ୍ଟିକା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଦାମୋଦର କୈବର୍ତ୍ତ, ଜିଲ୍ଲା ପରିଷଦ (ଖ)ସୁରେଶ ଗମାଙ୍ଗ, ଜିଲ୍ଲା ପରିଷଦ ସଭ୍ୟ (କ) ତାଙ୍ଗୁଡୁ ଶ୍ରୀଧର, ଜଗଦୀଶ ନାୟକ ବେହେରା ଙ୍କ ସହ ଦୁର୍ଗାପୂଜା କମିଟି ସଭାପତି ମଣ୍ଟୁ ମହାରଣା, ସଂପାଦକ ନିର୍ମଳ କାମ୍ବା, କୋଷାଧ୍ୟକ୍ଷ ସୁଧୀର ମିଶ୍ରଅଗ୍ନିଶମ ଅଧିକାରୀ ଜଗନ୍ନାଥ ରାଓଙ୍କ ସମେତ ପୂଜା କମିଟି ସଦସ୍ୟ ଉପସ୍ଥିତ ରହିଥିବା ସହ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ନିମନ୍ତେ ତହସିଲଦାର ନିର୍ମଳ ଚନ୍ଦ୍ର ସାହୁ,ରାମନାଗୁଡା ଥାନା ଅଧିକାରୀ,ସୁନିତା ବେହେରା, ସେକେଣ୍ଡ ଅଫିସର ବାବୁଲା ପ୍ରଧାନ,ଏଏସ ଆଇ ଜଗନ୍ନାଥ ବେହେରା,ପୃଥରାଜ ଝଙ୍କାର ସଦଳଵଳେ ରାବଣପୋଡ଼ି ସ୍ଥାନରେ ଉପସ୍ଥିତ ରହି କୈାଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ଏଡ଼ାଇବା ପାଇଁ ଗୁମୁଡା ଦମକଳବାହିନୀ ସହ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ଚଳିତ ବର୍ଷ ରାବଣପୋଡ଼ି ୧୦ହଜାର ଉର୍ଦ୍ଧ୍ବ ଲୋକଙ୍କ ସମାଗମ ମିନି ଷ୍ଟାଡିୟମ ସଂପୂର୍ଣ୍ଣ ଭାବେ ଲୋକାରାଣ୍ୟ ହୋଇଥିବାବେଳେ ଆସନ୍ତାବର୍ଷ ଏହି ପରି ଭାବରେ ଲୋକଙ୍କ ସମାଗମ ହେବ ବୋଲି ପୂଜା କମିଟି ପକ୍ଷରୁ ସୂଚନା ମିଳିଛି।

 

ରିପୋର୍ଟ ରାକେଶ କୁମାର ବେହେରା