June 29, 2024

ଶବକୁ ମିଳିଲା ନାହିଁ ସମ୍ମାନ ।

Share

ଶବକୁ ମିଳିଲା ନାହିଁ ସମ୍ମାନ ।

(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍ ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)

Place :candahandi
Date :24/10/23
ଦୀର୍ଘ 8 କିଲୋମିଟର ଶବକୁ କାନ୍ଧରେ ବୋହିନେଲେ ପରିବାର ଲୋକେ ।ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଳକ ସରଧାପୁର ଗାଁରେ । ଆଜି ସରଧାପୁର ଗାଁର ଅର୍ଜୁନ ମାଝୀ ଙ୍କ ସ୍ତ୍ରୀ ଅସୁସ୍ଥ ହୋଇ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି ହୋଇଥିଲେ ଶେଷରେ ରେ ସକାଳ 9 ଘଂଟିକା ସମୟରେ ସେ ମୃତ୍ୟୁ ବରଣ କରିବା ପରେ ପରିବାର ଲୋକେ ଶବ ବାହକ ଗଡ଼ିକୁ ଯୋଗାଯୋଗ କରିଥିବା ସ୍ୱତେ ଦୀର୍ଘ 3 ଘଣ୍ଟା ପରେ ମଧ୍ୟ କୌଣସି ଗାଡ଼ି ଆସିନଥିବା ବେଳେ ଶେଷରେ ବାଧ୍ୟ ହୋଇ ପରିବାର ଲୋକେ ଶବକୁ କାନ୍ଧରେ ବୋହି ଦୀର୍ଘ 8 କିଲୋମିଟର ସରଧାପୁର ଗାଁକୁ ନେଇଥିଲେ!