June 29, 2024
Share

*╭──────────────────╮*
*🌄ସକାଳର ଖବର, ୨୫-ଅକ୍ଟବର -୨୦୨୩, ବୁଧବାର*
*╰──────────────────╯*
•┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ସରିଲା ଶାରଦୀୟ ଦୁର୍ଗାପୂଜାର ଅନ୍ତିମ ପର୍ଯ୍ୟାୟ, ମେଲାଣି ଅପେକ୍ଷାରେ ମାଆ । ରାଜ୍ୟର ବିଭିନ୍ନ ସ୍ଥାନରେ ରାବଣ ପୋଡ଼ିର ମନୋରମ ଦୃଶ୍ୟକୁ ଉପଭୋଗ କଲେ ଦର୍ଶକ, ଆଜି ହେବ ଭସାଣି l

➡️୨-ଶ୍ରୀ ରାମଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ରାମଲାଲା ମନ୍ଦିର ନିମନ୍ତେ ପୂଜାରୀ ନିଯୁକ୍ତି ଲାଗି ୱେବସାଇଟ୍‌ରେ ଜାରି ହେଲା ଅଧିସୂଚନା । ଇଚ୍ଛୁକ ବ୍ୟକ୍ତି ଯେଉଁମାନଙ୍କର ବୟସ ୨୦ରୁ ୩୦ ବର୍ଷ ମଧ୍ୟରେ ୩୧ ଅକ୍ଟୋବର ସୁଦ୍ଧା ଟ୍ରଷ୍ଟକୁ ଇ-ମେଲ କରି ଆବେଦନ କରିପାରିବେ।

➡️୩-ପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା ବିଭିନ୍ନ ଉପହାର ଓ ମେମେଣ୍ଟୋର ପଞ୍ଚମ ପର୍ଯ୍ୟାୟ ଇ-ନିଲାମୀ ପ୍ରକ୍ରିୟା ଚଳିତ ମାସ ୩୧ ତାରିଖରେ ହେବ ଶେଷ l

➡️୪-ବାଂଲାଦେଶ ମୁହାଁ ବାତ୍ୟା ହାମୁନ । ଅତି ଭୀଷଣ ବାତ୍ୟାର ରୂପ ନେଇ ସୁମୁଦ୍ର ଭିତରେ କରୁଛି ଗତି l ଆଜି ସନ୍ଧ୍ୟାରେ ବାଂଗଲାଦେଶ ଉପକୂଳ ଖେପୁପରା ଓ ଚିଟାଗଂଗ ମଧ୍ୟବର୍ତ୍ତୀ ଅଂଚଳରେ ସ୍ଥଳଭାଗ ଛୁଇଁବ ।

➡️୫-ଅବସରର ୨୪ଘଂଟା ଭିତରେ ଭି.କେ.ପାଣ୍ଡିଆନଙ୍କୁ ମିଳିଲା ନୂଆ ନିଯୁକ୍ତି । କ୍ୟାବିନେଟ୍ ପାହ୍ୟା ସହ ଫାଇଭ-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଦାୟିତ୍ୱ ଦେଲେ ରାଜ୍ୟ ସରକାର l

➡️୬-ଦିଲ୍ଲୀ ଦ୍ୱାରକା ସେକ୍ଟର ୧୦ ରାମଲିଳାରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କରିଲେ ରାବଣ ଦହନ l

➡️୭-ଗତ କିଛି ଦିନ ହେବ ମୁମ୍ବାଇରେ ଏକ ଅଜବ ରୋଗରେ ଲୋକମାନେ ହେଉଛନ୍ତି ଆକ୍ରାନ୍ତ l ଦେଖା ଦେଉଛି ଜ୍ୱର ଏବଂ ଅସ୍ଥିରତା ଭଳି ଲକ୍ଷଣ l ଶରୀରର ତାପମାତ୍ରା ରହୁଛି ୯୯ ରୁ ୧୦୨ ଡିଗ୍ରୀ ମଧ୍ୟରେ, ଦେହରେ ଦାଗ, ଆଖି ଭାରି ଲାଗିବା, ନିରନ୍ତର ମୁଣ୍ଡବିନ୍ଧା, ନିଦ୍ରା ଅଭାବ, ଗଣ୍ଠିରେ ହେଉଛି ପ୍ରବଳ ଯନ୍ତ୍ରଣା।

➡️୮-ଭୁବନେଶ୍ୱରରେ ଆଜି ଭସାଣ, ଅପରାହ୍ନ ୩ଟାରୁ ହେବ ଟ୍ରାଫିକ କଟକଣା l ସହିଦ ନଗର ଭସାଣ ବେଳେ ବାଣୀବିହାରରୁ ରୂପାଲି ପର୍ଯ୍ୟନ୍ତ ଯାନବାହାନ ଚଳାଚଳ ବନ୍ଦ ରହିବ ଓ ସେହି ସମୟରେ ବାଣୀବିହାର ପଟୁ ସବୁ ଯାନବାହନ ଆଚାର୍ଯ୍ୟବିହାର ମଧ୍ୟ ଦେଇ ଯିବ।

➡️୯-୧୩ ବର୍ଷରେ ୩ ଗୁଣା ବୃଦ୍ଧି ପାଇଛି AC ବ୍ୟବହାରକାରୀଙ୍କ ସଂଖ୍ୟା, ୨୦୫୦ ସୁଦ୍ଧା ବିଦ୍ୟୁତ୍‌ ବ୍ୟବହାରରେ ଆଫ୍ରିକାକୁ ଟପିଯିବ ଭାରତ l

➡️୧୦-ଧମାଲ୍‌ କରୁଛି ଥାଲାପତି ବିଜୟଙ୍କ ଆକ୍ସନ୍ ଥ୍ରୀଲର ଫିଲ୍ମ ‘ଲିଓ’ l ରିଲିଜ ହେବାର ମାତ୍ର ୫ ଦିନରେ ହିଁ କେବଳ ବକ୍ସଅଫିସ୍‌ରେ ୨୦୦କୋଟି ରୋଜଗାର କରିଥିବା ବେଳେ ସାରା ବିଶ୍ବରେ ରୋଜଗାର କଲାଣି ୪୦୦ କୋଟି ।

➡️୧୧-ବାତ୍ୟା ‘ହାମୁନ’ ଯୋଗୁ ଅଶାନ୍ତ ମଝି ସମୁଦ୍ରରେ ଫସିଲା ସରକାରୀ ରିସର୍ଚ୍ଚ ଭେସେଲ ‘ସମୁଦ୍ର କୌସ୍ତୁଭ’ l ଘଟଣା ଜଣାପଡ଼ିବା ପରେ ଆରମ୍ଭ ହୋଇଛି ଉଦ୍ଧାର କାର୍ଯ୍ୟ। ଭେସେଲ୍‌ରେ ଅଛନ୍ତି ୨୫ ଜଣ କ୍ରିଉ ମେମ୍ବର।

➡️୧୨-ଏନଡିଟିଭିରୁ ଇସ୍ତଫା ଦେଲେ ବରିଷ୍ଠ ଟିଭି ସାମ୍ବାଦିକ ଶାରିକ୍ ଖାନ୍, ଅଢ଼େଇ ଦଶନ୍ଧି ଧରି କରିଥିଲେ ସାମ୍ବାଦିକତା l

➡️୧୩-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନ୍ତର୍ଜାତିକ ଆଣବିକ ଶକ୍ତି ସଂଗଠନର ମହାନିର୍ଦ୍ଦେଶକଙ୍କ ସହ ନୂଆଦିଲ୍ଲୀରେ କଲେ ଆଲୋଚନା l ଆଗାମୀ ଦିନରେ ବିଭିନ୍ନ ପ୍ରକାର ପ୍ରଦୂଷଣ ହ୍ରାସ ନିମନ୍ତେ ଭାରତରେ ଆଣବିକ ଶକ୍ତିର ବ୍ୟବହାର ନେଇ ହେଲା ଆଲୋଚନା l

➡️୧୪-ରାଜନୀତିରୁ ସନ୍ନ୍ୟାସ ନେଲେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ସିନ୍ଦେ, ନିଜ ଝିଅଙ୍କୁ ଦେଲେ ରାଜନୀତିକ ଉତ୍ତରଦାୟିତ୍ୱ l

➡️୧୫-ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି l ଅଲ-ଅଜିଜିଆ ମାମଲାରେ ୭ ବର୍ଷ ଜେଲ ଦଣ୍ଡାଦେଶ ହେଲା ସ୍ଥଗିତ, ସେପଟେ ତୋଶଖାନା ମାମଲାରେ ମିଳିଲା ଜାମିନ l

➡️୧୬-ଜାପାନ ପରୀକ୍ଷା କଲା ବିଦ୍ୟୁତରେ ଚାଲୁଥିବା ବିଶ୍ୱର ପ୍ରଥମ ଗନ୍‌ ମେସିନ, ପଛରେ ପଡିଲା ଆମେରିକା l ଏହି ରେଲଗନ ଧ୍ୱନୀର ବେଗଠାରୁ ୭ ଗୁଣା ଅଧିକ ବେଗରେ କାମ କରୁଛି।

➡️୧୭-ଆମେରିକାର ସୁପରଫଗ୍‌ ଯୋଗୁଁ ହେଲା ବଡ଼ ଧରଣର ଦୁର୍ଘଟଣା। ରାଜପଥରେ କୁହୁଡ଼ି ମାଡ଼ିଆସିବା ଯୋଗୁଁ ଆଖିକୁ କିଛି ଦିଶିଲାନି, ୧୫୮ଟି ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୭ ଜଣଙ୍କ ହେଲା ମୃତ୍ୟୁ l

➡️୧୮-ଏଣିକି ଭାରତ ସମେତ ଅନ୍ୟ ୬ଟି ଦେଶର ଲୋକଙ୍କୁ ମାଗଣା ପର୍ଯ୍ୟଟନ ଭିସା ପ୍ରଦାନ କରିବ ଶ୍ରୀଲଙ୍କା l

➡️୧୯-ବିଶ୍ୱକପ୍‌-୨୦୨୩ ରେ ଅଂଶଗ୍ରହଣ କରିଥିବା ନ୍ୟୁଜିଲ୍ୟାଣ୍ଡ ଟିମ୍‌ର ଖେଳାଳିମାନେ ଓ ସେମାନଙ୍କ ପରିବାର ଗତକାଲି ଧର୍ମଶାଳାରେ ତୀବ୍ବତୀୟ ଧର୍ମଗୁରୁ ଦଲାଇଲାମାଙ୍କୁ ଭେଟି ନେଲେ ଆଶିର୍ବାଦ l

➡️୨୦-ଦିନିକିଆ ବିଶ୍ୱକପ : ଗତକାଲି ମହମ୍ମଦୁଲ୍ଲାଙ୍କ ଲଢ଼ୁଆ ୧୧୧ ରନ ସତ୍ତ୍ୱେ ଦକ୍ଷିଣ ଆଫ୍ରିକା ଠାରୁ ୧୪୯ ରନରେ ପରାସ୍ତ ହେଲା ବାଂଲାଦେଶ l ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ୨ନଂରେ ରହିଥିବା ବେଳେ ଭାରତ ପୂର୍ବଭଳି ୧୦ ପଏଣ୍ଟ ସହ ୧ନଂ ସ୍ଥାନରେ ରହିଛି।