November 15, 2024

ଜାତୀୟ ପତାକାକୁ ଅସମ୍ମାନ କରାଯାଉଥିବା ନେଇ ବେଲଗୁଣ୍ଠା ଏନ, ଏ, ସି, ବିରୁଦ୍ଧରେ ଥାନାରେ ଅଭିଯୋଗ ..

Share

ବେଲଗୁଣ୍ଠା, 25/08, ଜାତୀୟ ପତାକାକୁ ଅଗଷ୍ଟ 15 ତାରିଖ ଠାରୁ ଏନ,ଏ,ସି, ତରଫରୁ ଅବହେଳିତ ଓ ଅସଂମାନ କରାଯାଉଥିବା ନେଇ ଆଜି ବେଲଗୁଣ୍ଠା ଥାନାରେ ଏତଲା ଦେଇଛନ୍ତି ଉପାଧକ୍ଷl, ପୂର୍ବତନ କାଉନସିଲର ଓ ସମର୍ଥକ I ଏଠାରେ ଜାତୀୟ ପତାକାକୁ ଗତ ସ୍ୱାଧୀନତା ଦିବସ ଠାରୁ ଲଗାତାର ଭାବେ ଅସମ୍ମାନିତ କରାଯାଉଥିବା ଅଭିଯୋଗ ଆଣିଛନ୍ତି ବେଲଗୁଣ୍ଠାବାସୀ I ଏଠାରେ ଜାତୀୟ ପତାକାକୁ ବିଧିବଦ୍ଧ ଭାବେ ଅବତରଣ କରିବା ପରିବର୍ତ୍ତେ ଏକ ସ୍ତମ୍ଭରେ ସାଧାରଣ କନା ଭଳି ଗୁଡ଼ାଇ ରଖାଯାଇଥିବା ଅଭିଯୋଗ ହୋଇଛି I ସ୍ଵୟଂ ବେଲଗୁଣ୍ଠା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜାଣିଶୁଣି ଜାତୀୟ ପତାକାକୁ ଏହିଭଳି ଅସମ୍ମାନିତ କରୁ୍ଥିବା ଯୋଗୁଁ ଅଞ୍ଚଳ ବାସୀଙ୍କୁ ଏହା ଖୁବ୍ ଆଘାତ ଦେଇଥିବା ଅଭିଯୋଗ କରାଯାଇଛି I ତେଣୁ ଏ ଦିଗରେ ପ୍ରଶାସନ ଏବଂ ସରକାର ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇ ଦୋଷୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି I ଏନେଇ ବେଲଗୁଣ୍ଠା ଉପନଗରପାଳ ଟି ବବିତା କୁମାରୀ, ବରିଷ୍ଟ ବିଜେପି ନେତା ରବୀନ୍ଦ୍ରନାଥ ଚୌଧୁରୀ, ଆଇନଜୀବୀ ରାଜା ବିନ୍ଧାଣିରା,ପୂର୍ବତନ କାଉନସିଲର୍ ଯତୀନ୍ ପାତ୍ର, ଅଞ୍ଜନ ପତି, ମନୋଜ ଦଳେଇ, ସୀତାରାମ ସାହାଣି, , ରିଙ୍କୁ ବିନ୍ଧାଣିରା,କାଳିଆ ଚୌଧୂରୀ, ଜୋହାନ, ବାଦଲ, ରୋଶନ୍ ପାଢୀ, ବଳିଆ ଡାକୁଆଙ୍କ ସମେତ ବହୁ ଜନସାଧାରଣଙ୍କ ଦସ୍ତଗତ ଥିବା ବେଲଗୁଣ୍ଠା ଥାନା ଏସ ଆଇ ଅଭୟ ପ୍ରଧାନଙ୍କୁ ଏତାଲା ଦିଆଯିବା ସହିତ ଏହାର ଏକକିତା ନକଲ ମୁଖ୍ୟମନ୍ତ୍ରୀ, ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ, ଗଂଜାମ ଜିଲ୍ଳାପାଳ ଏବଂ ସୋରଡା ବିଧାୟକ ଙ୍କ ନିକଟକୁ ପ୍ରେରଣ କରାଯାଇଥିବା ଉଲ୍ଲହେଖ ଅଛି I