ମୋହନା ନିର୍ବାଚନ ମଣ୍ଡଳୀ ର ତିନୋଟି ବ୍ଲକରେ ବିଜେଡି ର ଘେରାଉ ..
ଗଜପତି ଜିଲ୍ଲା ମୋହନା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତିନୋଟି ବ୍ଲକ ମୋହନା, ରାୟଗଡ଼ ଏବଂ ଆର . ଉଦୟଗିରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଜୁ ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବର୍ତ୍ତମାନ ର ସରକାର ନିର୍ବାଚନ ଇସ୍ତାହାର ରେ ମିଛ ପ୍ରତିଶ୍ରୁତି ଦେଇ ଲୋକଙ୍କୁ ବିଭ୍ରାଟ ସୃଷ୍ଟି କରିଥିଲେ ବୋଲି ନାରାବାଜି ହୋଇଛି।ମୋହନା ବିଜୁ ଜନତା ଦଳ ପକ୍ଷରୁ ମୋହନା ହାଇସ୍କୁଲ ଛକ ଠାରୁ ପଦଯାତ୍ରା ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବର୍ତ୍ତମାନର ବିଜେପି ସରକାରଙ୍କ ବିରୁଦ୍ଧରେ ରଣହୁଙ୍କାର କରିଥିବା ବେଳେ ସେହିପରି ରାୟଗଡ଼ ଏବଂ ଆର.ଉଦୟଗିରି ବିଜେପି ଯେଭଳି ଭାବେ କି ପ୍ରତିଶ୍ରୁତି ଦେଇଥିଲା ଓଡ଼ିଶାର ଲୋକଙ୍କୁ ୩୦୦ ୟୁନିଟ ବିଜୁଳି ମାଗଣା ସହ ଅନେକ ସ୍ବପ୍ନ ଦେଖାଇ ଥିଲା। ସେହି ପ୍ରତିଶ୍ରୁତି ଗୁଡ଼ିକ କେବେ ମିଳିବ ବୋଲି ବିକ୍ଷୋଭ ରେ ନାରାବାଜି କରିଛି ବିଜେଡି ଦଳ, ମଦ ବିକ୍ରୀ କେବେ ବନ୍ଦ ହେବ, ସୁଭଦ୍ରା ଯୋଜନା ମହିଳା ମାନଙ୍କୁ କେବେ ମିଳିବ ତାହା ସହ ରାଜ୍ୟ ରେ ଲାଗିରହିଥିବା ଆଳୁ ସମସ୍ୟା କେବେ ଦୁର ହେବ ପ୍ରଭୃତି ଦାବୀ କରି ସେଗୁଡିକ କେବେ ପୁରଣ ହେବ ତାହା ମୋହନା ବିଡ଼ିଓ ରାଜୀବ ଦାସଙ୍କ ସମେତ ଅନ୍ୟ ଦୁଇଟି ବ୍ଲକରେ ମଧ୍ୟ ଦାବିପତ୍ର ବିଡିଓ ଙ୍କୁ ପ୍ରଦାନ କରିଛନ୍ତି। ରାଜ୍ୟ ବିଜେଡି ଦଳ ଡାକରାରେ ଅନୁଷ୍ଠିତ ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବିଜେଡି ଦଳ ମୋହନା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତିନୋଟି ବ୍ଲକରେ ବଡ ଧରଣର ବିକ୍ଷୋଭ ଦେଖିବାକୁ ମିଳିଥିଲା। ରାୟଗଡ଼ ବ୍ଲକ ନେତୃତ୍ଵ ନେଇଥିଲେ ବରିଷ୍ଟ ନେତା ଅନ୍ତର୍ଯ୍ୟାମୀ ଗମାଙ୍ଗ ଏବଂ ବ୍ଲକ ସଭାପତି ଏହା ସହ ଆର.ଉଦୟଗିରି ବ୍ଲକରେ ମଧ୍ୟ ସଭାପତି ଭୀମ ପାଇକ ଏବଂ ବରିଷ୍ଟ ଆଦିବାସୀ ନେତା ରାଜୁ ରଣସିଂହ ନାୟକ ଏବଂ ଯୁବ ନେତା ଟିକେଶ୍ୱର୍ ମହଙ୍କୁଡ, ରାଜେନ୍ଦ୍ର ପାତ୍ର ଙ୍କ ସମେତ ପଛୁଆବର୍ଗ ନେତା ସୁନାମ ମାଳି, ଜିତେନ୍ ପାଣି ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା ଏବଂ ଏହା ସହ ଲୋକ ପ୍ରତିନିଧି, ଯୁବ, ଛାତ୍ର, ମହିଳା ପ୍ରମୁଖ ବିକ୍ଷୋଭ ରେ ଯୋଗ ଦେଇ ଲିଖିତ ଅଭିଯୋଗ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।