November 15, 2024
Share

 

 

୧-କଟକ: ଜାତୀୟ ଆଇନ୍ ବିଶ୍ବବିଦ୍ୟାଳୟରେ ରାଗିଂ, ଛାତ୍ରାବାସରୁ ପଞ୍ଚମ ବର୍ଷର ୧୭ ଅନ୍ତେବାସୀ ବହିଷ୍କୃତ।

 

୨-ସମ୍ବଲପୁର: ଖୋଲିଲା ହୀରାକୁଦର ଆଉ ୮ଟି ଗେଟ୍: ମୋଟ୍ ୧୪ ଗେଟ୍ ଦେଇ ଜଳ ନିଷ୍କାସନ ଜାରି।

 

୩-ଏମ୍ସ ଭୁବନେଶ୍ବରେ ଦଲାଲି କରୁଥିଲେ ୫ ବ୍ୟକ୍ତି, ଗିରଫ କଲା ଖଣ୍ଡଗିରି ପୁଲିସ।

 

୪-ପିପିଲିରେ ବାର୍ଡ଼ ଫ୍ଲୁ : ଡାକ୍ତରୀ ଟିମ୍‌ର ତଦନ୍ତ, ପ୍ରାୟ ୧ ହଜରରୁ ଅଧିକ କୁକୁଡ଼ା ମରାଯିବା ନେଇ ସୂଚନା।

 

୫-ଭୁବନେଶ୍ୱର:୨୬ରେ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣୀ ବନ୍ଦ ରହିବ।

 

୬-ଭୁବନେଶ୍ଵର: ଦେଶୀ ମଦ କାରଖାନା ଠାବ ହେବା ପରେ ସାଲିଆସାହିରେ ଚାଲିଲା ବୁଲଡୋଜର, ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଲେ ଡିସିପି ପ୍ରତୀକ ସିଂହ।

 

୭-ଜୟପୁର:ଜୈବିକ ଚାଷ ଏବଂ ମାଣ୍ଡିଆ ଓ ଧାନ କିସମର ସଂରକ୍ଷଣ ପାଇଁ ରାଇମତି ଘିଉରିଆଙ୍କୁ ‘ଆମେଜିଂ ଇଣ୍ଡିଆନ୍ସ ଆୱାର୍ଡ’।

 

୮-ବାଲେଶ୍ଵର: ପୋଲିସ କବଜାରେ ବାଇକ୍ ଚୋରି ଗ୍ୟାଙ୍ଗ,୬ ଗିରଫ।

 

୯-ଆଜି ହେବ ବିଜେଡ଼ି ବିଧାୟକମାନଙ୍କ ଟ୍ରେନିଂ କ୍ୟାମ୍ପ, ଶୁଭାରମ୍ଭ କରିବେ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ।

 

୧୦-ଭୁବନେଶ୍ୱର:ଗୃହରେ ସଂରକ୍ଷଣ ପ୍ରସଙ୍ଗ ଉଠାଇ ଗର୍ଜିଲା କଂଗ୍ରେସ, କଡ଼ା ଜବାବ ଦେଲା ବିଜେପି।

 

୧୧-ଭୋଗରାଇ ବ୍ଲକ କନିଷ୍ଠ ଯନ୍ତ୍ରୀ ମୋନାଲିସା ହେମ୍ବ୍ରମଙ୍କ ଝୁଲନ୍ତା ମୃତଦେହ ଭଡ଼ା ଘରୁ ଠାବ, ମୃତ୍ୟୁର କାରଣ ଅସ୍ପଷ୍ଟ, ଘଟଣାସ୍ଥଳରେ ପୁଲିସର ତନାଘନା।

 

୧୨-ବୋମା ମାଡ଼ରେ ଥରିଲା ସୋରଡା ନିକଟ କେଶରା ଗାଁ । ୫ ଗୁରୁତରଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି।

 

୧୩-ଓଏସ୍ଆରଟିସି ସିଏଓ ବିଜୟ ମଙ୍ଗରାଜ୍ ଗିରଫ: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ।

 

୧୪-ଚିକିଟି ମଦ ମୃତ୍ୟୁ ଘଟଣା : ଆଉ ଜଣେ ଅଭିଯୁକ୍ତ ଗିରଫ, କେମିତି କରିଥିଲା ଅପମିଶ୍ରଣ ଦେଖାଇଲା ଡେମୋ।

 

୧୫-କେନ୍ଦ୍ର କ୍ୟାବିନେଟରେ ପେନସନକୁ ନେଇ ବଡ ଯୋଜନା ।ଯଦି ୧୦ ବର୍ଷ କାମ କରିଥାନ୍ତି ତେବେ ସରକାରଙ୍କ ତରଫରୁ କର୍ମଚାରୀଙ୍କୁ ପ୍ରତିମାସରେ ୧୦ ହଜାର ଟଙ୍କା ପେନସନ ଯୋଗାଇ ଦିଆଯିବ।

 

୧୬-ସମ୍ୱଲପୁର:ସେଣ୍ଟ୍ରିଂ ଖୋଲୁଥିଲେ; ଅଣନିଃଶ୍ୱାସୀ ହୋଇ ଚାଲିଗଲା ୩ ଶ୍ରମିକଙ୍କ ଜୀବନ।

 

୧୭-ପୁନେରେ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ, ପାଇଲଟ ଗୁରୁତର, ୩ ଆହତ।

 

୧୮-ଆସନ୍ତା ଦୁଇ ବର୍ଷ ଭିତରେ ନକ୍ସଲମୁକ୍ତ ହେବ ଭାରତ: ଯୁଦ୍ଧ ଶେଷ ପର୍ଯ୍ୟାୟରେ ବୋଲି କହିଲେ ଅମିତ ଶାହ।

 

୧୯-କୋଲକତା ଦୁଷ୍କର୍ମ ହତ୍ୟା ମାମଲାରେ ଆକ୍ସନମୋଡରେ ସିବିଆଇ । ପୂର୍ବତନ ପ୍ରିନ୍ସପାଲ ସନ୍ଦୀପ ଘୋଷଙ୍କ ନାମରେ ମାମଲା, ରିମାଣ୍ଡରେ ଗଲା ମୁଖ୍ୟ ଅଭିଯୁକ୍ତ।

 

୨୦-ବିରାଟଙ୍କ ଜର୍ସି ସର୍ବାଧିକ ୪୦ ଲକ୍ଷ ଟଙ୍କାରେ ନିଲାମ, ରୋହିତଙ୍କ ବ୍ୟାଟ୍‌ ୨୪ ଓ ଧୋନିଙ୍କ ବ୍ୟାଟ୍‌ ୧୩ ଲକ୍ଷ ଟଙ୍କାରେ ବିକ୍ରି।

 

୨୧-ଯୁଦ୍ଧ ଭିତରେ ବନ୍ଦୀଙ୍କୁ ଛାଡ଼ିଲେ ରୁଷ-ୟୁକ୍ରେନ, ୟୁଏଇର ମଧ୍ୟସ୍ଥତାରେ ହେଲା ବୁଝାମଣା।

 

*🙏 ସୁପ୍ରଭାତ 🙏*