March 10, 2026
ajiro khabar
Share

 

 

ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି। ମୟୂରଭଂଜ, କେନ୍ଦୁଝର, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାକୁ ରେଡ଼ ଆଲର୍ଟ

 

ପୁଲିସ ଏସ୍‌ଆଇ ନିଯୁକ୍ତି ମାମଲାରେ କୋର୍ଟ କହିଲେ, ସର୍ବୋଚ୍ଚ ବୟସସୀମା ୩ ବର୍ଷ କୋହଳ, ପୁଣି ଆବେଦନ କରିପାରିବେ ସବୁ ଯୋଗ୍ୟ ପ୍ରାର୍ଥୀ।

 

ଅନେକ ଶିଳ୍ପକୁ ମଞ୍ଜୁରୀ ମିଳିଲା। ଖୋର୍ଦ୍ଧାରେ ହେବ ଡ୍ରୋନ୍ କାରାଖାନା, ୧୨ ହଜାର ଲୋକଙ୍କୁ ଚାକିରୀ ମିଳିବ ବୋଲି ଦାବୀ।

 

ସ୍ୱତନ୍ତ୍ର ଓଜେଇଇ ପରୀକ୍ଷା ଫଳ ପ୍ରକାଶିତ ହେଲା। ୱେବସାଇଟ୍ ରେ ସମସ୍ତେ ଦେଖିପାରିବେ

 

ଆସନ୍ତା ଅଗଷ୍ଟ ୧ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ କେନ୍ଦ୍ରାପଡା ଭିତରକନିକା ଜାତୀୟ ଉଦ୍ୟାନ।

 

ପୁଣି ଆଇଏଏସ୍ତ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର। ୧୩ ଜଣ ଅଧିକାରୀଙ୍କୁ ମିଳିଲା ନୂଆ ଦାୟିତ୍ବ।

 

ନୃସିଂହନାଥ ହରିଶଙ୍କର ରାସ୍ତା ଗନ୍ଧମାର୍ଦ୍ଦନ ପାହାଡ଼ ଉପରେ ଫସିଥିବା ଛତିଶଗଡ଼ର ୧୭ ପର୍ଯ୍ୟଟକ ଉଦ୍ଧାର ହେଲେ

 

କୁକୁଡ଼ା ଖାଉଥିଲେ ସାବଧାନ। ଖୋର୍ଦ୍ଧା ଜଙ୍କିଆରେ ଚିହ୍ନଟ ହେଲା ବାର୍ଡ ଫ୍ଲୁ।ଗୋଟାଏ ଦିନରେ ମରାହେଲା ୪୫୦୭ କୁକୁଡ଼ା।

 

କନ୍ଧମାଳ ଜିଲ୍ଲାରେ ଚାରିଆଡେ ପାଞ୍ଚଶହ ଟଙ୍କିଆ ଜାଲ ନୋଟ ଖେଳାଇ ହୋଇଯାଇଛି ବୋଲି ଅଭିଯୋଗ।

 

ଲାଞ୍ଚ ନେଇ ଗିରଫ ହୋଇଥିବା ଆଇଏଏସ୍ ଅଧିକାରୀ ଧୀମାନ ଚକମାଙ୍କୁ ହାଇକୋର୍ଟରୁ ଜାମିନ ମିଳିଗଲା

 

ପୁରୀ ବଳଙ୍ଗାର ପୀଡିତାଙ୍କ ବୟାନ ରେକର୍ଡ ପାଇଁ ଦିଲ୍ଲୀ ଗଲା କ୍ରାଇମବ୍ରାଞ୍ଚ୍‌ । ଘଟଣାର ଛଅ ଦିନ ପରେ ବି ପୁଲିସ କିଛି ଜାଣିପାରୁନି।

 

ରାୟଗଡା ଗୁଡ଼ାରି ପଞ୍ଚୁପାଣ୍ଡବ ଗ୍ରାମରେ ଭରା ନାଳରେ ଗର୍ଭବତୀ ମହିଳାଙ୍କୁ ପାର କଲେ ଗ୍ରାମବାସୀ। ଗମନା ଗମନର ବିକଳ ଚିତ୍ର

 

ଭୁବନେଶ୍ୱର ବିଏମସି ନିର୍ବାହୀ ଯନ୍ତ୍ରୀଙ୍କୁ ଆୟ ବହିର୍ଭୁତ ସମ୍ପତ୍ତି ଅଭିଯୋଗରେ ଗିରଫ କରାଗଲା।

 

ମାଲକାନଗିରି ସୀମାନ୍ତରେ ୨୮ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ। ୩୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ମୁଣ୍ଡ ଉପରେ ଥିଲା

 

ସୁନ୍ଦରଗଡ ସୀମାନ୍ତରେ ମାଓବାଦୀଙ୍କ ହାତରେ ଡ୍ରୋନ୍‌। ସୁରକ୍ଷାବାହିନୀ ପାଇଁ ନୂଆ ଚ୍ୟାଲେଞ୍ଜ

 

ଭୁବନେଶ୍ୱରର ବିଜେଡି ନେତାଙ୍କ ନାଁରେ ଦୁଇବର୍ଷ ତଳର ଅଭିଯୋଗ ଆଣିଲେ ଯୁବତୀ

 

ଜଗତସିଂହପୁର ଦେଇ ଗାରିଆ ଆସୁଥିବା ଚକାଡୋଳା ବସର କୁଅଁରବେଦୀ ଛକ ନିକଟରେ ଦୁର୍ଘଟଣା। ୬୨ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ।

 

ମୟୁରଭଞ୍ଜ ଜାମଦା କାଣ୍ଡସର ଆଶ୍ରମ ସ୍କୁଲର ଛାତ୍ରୀମାନଙ୍କୁ ରାତିରେ କାରରେ ବାହାରକୁ ନିଆଯାଉଛି ବୋଲି ଗ୍ରାମବାସୀଙ୍କ ଅଭିଯୋଗ

 

କେନ୍ଦ୍ରାପଡା ଆଳି ବଜାରରେ ‘ଟଙ୍କା ଗଳିପଡ଼ିଛି’ କହି ବ୍ୟବସାୟୀଙ୍କ ଠାରୁ ୨ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

 

ଦେଶରେ ଆର୍ଥିକ ବର୍ଷ ୨୦୨୪-୨୫ରେ ଦୈନିକ ୨୯ କିମି ଜାତୀୟ ରାଜପଥ ନିର୍ମାଣ ହୋଇଛି। ଗତବର୍ଷ ତୁଳନାରେ ୫ କିମି କମ୍

 

ଦେଶରେ ସଡକ ଦୁର୍ଘଟଣାରେ ପ୍ରତି ଘଣ୍ଟାକରେ ୬ ଜଣଙ୍କର ହେଉଛି ମୃତ୍ୟୁ, କହିଲେ କେନ୍ଦ୍ରମନ୍ତ୍ରୀ

 

ଇସ୍ରୋ ଓ ନାସାର ମିଳିତ ଅଭିଯାନରେ ୩୦ ତାରିଖରେ ଉତକ୍ଷେପଣ ହେବ ‘ନିସାର’ ଉପଗ୍ରହ।

 

ମାଞ୍ଚେଷ୍ଟର କ୍ରିକେଟ ଟେଷ୍ଟରେ ଭାରତର ୩୫୮ ଜବାବରେ ଇଂଲଣ୍ଡ କଲା ୨/୨୨୫

 

ଥାଇଲାଣ୍ଡ ଏବଂ କାମ୍ବୋଡିଆ ମଧ୍ୟରେ ସୀମା ବିବାଦକୁ ନେଇ ଯୁଦ୍ଧ ଆରମ୍ଭ। କାମ୍ବୋଡିଆର ସାମରିକ ଘାଟି ବୋମା ବର୍ଷଣ କଲା ଥାଇଲାଣ୍ଡ।

=======================

ଆଜି ବିଶ୍ୱ ଏମ୍ବ୍ରାୟୋଲୋଜିଷ୍ଟ ଦିବସ

 

ଆଜି ଜନ୍ମଦିନ: ଜିମ କରବେଟ, ସୋମନାଥ ଚାଟାର୍ଜୀ, ରାଗେଶ୍ୱରୀ

 

ଆଜି ତିରୋଧାନ: ଫୁଲନ ଦେବୀ

 

ଇତିହାସରେ ଆଜି: (୨୦୦୭) ପ୍ରତିଭା ପାଟିଲ ପ୍ରଥମ ମହିଳା ରାଷ୍ଟ୍ରପତି ହେଲେ/ ଭାରତର ପ୍ରାୟ ସମସ୍ତ ରାଷ୍ଟ୍ରପତି ଏହି ଦିନରେ ଶପଥ ନେଇଥିଲେ/ (୧୯୭୬) ଭାଇକିଙ୍ଗ ୨ ଦ୍ୱାରା ଚନ୍ଦ୍ରରେ ମଣିଷ ମୁହଁ ଆକୃତିର ଫଟୋ ଉତ୍ତୋଳନ/ (୧୯୭୮) ବିଶ୍ୱର ପ୍ରଥମ ଟେଷ୍ଟ ଟ୍ୟୁବ ବେବି ଇଂଲଣ୍ଡ ମାଞ୍ଚେଷ୍ଟରରେ ଜନ୍ମ

=======================

🌱 *ଗଛଟିଏ ଲଗାନ୍ତୁ*🌱

 

*ବନ୍ଦେ ଉତ୍କଳ ଜନନୀ*