October 5, 2024
Share

 

 

୧-ସାରା ରାଜ୍ୟରେ ଜାରି ରହିଛି ବର୍ଷା, ପୂର୍ବ ମଧ୍ୟପ୍ରଦେଶ-ଛତିଶଗଡ ନିକଟରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୩ ଦିନ ପ୍ରବଳ ବର୍ଷା ସମ୍ଭାବନା।

 

୨-ରାଜ୍ୟ ବଜେଟ ପୂର୍ବରୁ ଅର୍ଥନୈତିକ ସର୍ଭେ ରିପୋର୍ଟ :ଓଡ଼ିଶାରେ ମୁଣ୍ଡପିଛା ଆୟ ୧ ଲକ୍ଷ ୬୪ ହଜାର,୨୦୨୩-୨୪ରେ ଓଡିଶାର ଅଭିବୃଦ୍ଧି ହାର ୮.୫ ପ୍ରତିଶତ ରହିବ।

 

୩-ଘୁଞ୍ଚିଲା ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ତାରିଖ। ଆସନ୍ତା ଅଗଷ୍ଟ ୧୭ ତାରିଖରେ ଅନୁଷ୍ଠିତ ହେବ ଓଟିଇଟି।

 

୪-ମାଧ୍ୟମିକ ସ୍ତରରୁ ଅଧାରୁ ପାଠ ଛାଡିବା ହାରରେ ଓଡ଼ିଶା ଦେଶରେ ପ୍ରଥମ।

 

୫-ବିଧାନସଭାରେ ଆଜି ଆସିବ ପୂର୍ଣ୍ଣାଙ୍ଗ ବଜେଟ, ନିର୍ବାଚନ ପ୍ରତିଶ୍ରୁତି ପୂରଣ ପାଇଁ ରହିବ ବ୍ୟବସ୍ଥା।

 

୬-ଭୁବନେଶ୍ୱର: କାର୍ଯ୍ୟକାରୀ ହେଉନି ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ, ଇଂରାଜୀରେ ପ୍ରକାଶ ପାଉଛି ସରକାରୀ ଚିଠି।

 

୭-ଭବାନୀ ଶଙ୍କର ଭୋଇ ବିଧାନସଭା ଉପବାଚସ୍ପତି ନିର୍ବାଚିତ।

 

୮-ମଧୁସୁଦନ ଆଇନ୍ ବିଶ୍ବବିଦ୍ୟାଳୟ ସିଣ୍ଡିକେଟ ନିଷ୍ପତ୍ତି:ଏଣିକି ଓଡ଼ିଆରେ ଆଇନ୍ ପାଠ।

 

୯-ରାୟଗଡ଼ା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିର ହୁଣ୍ଡିରୁ ମିଳିଛି ୯୯ ଲକ୍ଷ ୧୫ ହଜାର ଟଙ୍କା।

 

୧୦-ଚନ୍ଦନେଶ୍ଵର: ଧରା ହେଲା ୫୦ଟନ୍ ଇଲିସି,୨ କୋଟି ଟଙ୍କାର ହେଲା କାରବାର।

 

୧୧-ସମ୍ବଲପୁର:୧୦ ଆନ୍ତଃଜିଲ୍ଲା ଡକାୟତ ଗିରଫ,୭୫ଲକ୍ଷ ଟଙ୍କା ମୂଲ୍ୟର ଜିନିଷ ଜବତ।

 

୧୨-ସରକାର ବଦଳିଲା, ସ୍ଥିତି ସୁଧୁରିଲାନି: ହଟ୍ଟଗୋଳରେ ବାରମ୍ୱାର ଅଟକିଲା ବିଧାନସଭା।

 

୧୩-ଡ୍ୟାମରେ ବୁଡ଼ି ୨ ଛାତ୍ରଙ୍କ ମୃତ୍ୟୁ ଘଟଣା,୪ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

 

୧୪-ଟ୍ରେନ ଆଗକୁ ଡେଇଁ ଜୀବନ ହାରିଲେ ସାମ୍ବାଦିକା! ବାପୁଜୀନଗର ରେଳ ଧାରଣାରୁ ମିଳିଲା ମୃତଦେହ।

 

୧୫-ବଢ଼ିଲା ଆଶା, ଅପେକ୍ଷାରେ ଥିବା ଯୋଗ୍ୟ ରାସନକାର୍ଡ ହିତାଧିକାରୀ ପାଇବେ ରାସନକାର୍ଡ: ସାମିଲ ହେବେ ନୂଆ ୮ଲକ୍ଷ ହିତାଧିକାରୀ।

 

୧୬-ଖଲ୍ଲିକୋଟ:ପୁଣିଥରେ ହଷ୍ଟେଲରେ ଛାତ୍ରଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବାର ଅଭିଯୋଗ।

 

୧୭-କପିଳାସ ପାହାଚରେ ମାଳ ମାଳ ସାପ, କାଉଡ଼ିଆ ଓ ଭକ୍ତ ଦେଖି ଛାନିଆ।

 

୧୮-ଚାନ୍ଦିପୁର:ଦ୍ୱିତୀୟ ପର୍ଯ୍ୟାୟ ବ୍ୟାଲିଷ୍ଟିକ୍ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥାର ପରୀକ୍ଷଣ ସଫଳ।

 

୧୮-ପରିବା ଦର ଶୁଣି କିଣିବାକୁ ଲାଗୁଛି ଡ଼ର, ଯାହାକୁ ଛୁଇଁବ ୮୦, ଟମାଟୋ ୧୦୦ ପାର୍।

 

୨୦-ରେଳ ପାଇଁ ଓଡ଼ିଶାକୁ ୧୦ ହଜାର ୫୮୬ କୋଟି ଟଙ୍କାର ଅନୁଦାନ, ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ।

 

୨୧-୫୦ ହଜାର ଲାଞ୍ଚ ନେଇ ଫସିଲେ ପାଟଣାଗଡ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ସୁଜିତ କୁମାର ପାଢୀ।

 

୨୨-ଭୁବନେଶ୍ୱର:ୟୁରିଆ ସାର-ଏସିଟିକ୍ ଏସିଡ୍-ନକଲି ରଙ୍ଗ ଆଉ ଫ୍ଲେଭରରେ ତିଆରି ହେଉଥିଲା ସସ୍।

 

୨୩-କେବେ ନିର୍ଯାତନା ତ କେବେ ଅକାଳ ମୃତ୍ୟୁ, ଦାନା ଯୋଗାଡ଼ରେ ଯାଇ ଶବ ପାଲଟୁଛନ୍ତି ଶ୍ରମିକ,୫ ବର୍ଷରେ ମଲେଣି ୧୯୭।

 

୨୪-କାଠମାଣ୍ଡୁ : ବଡ ଅଘଟଣ, ଉଡାଣ ଭରିବା ପରେ ଜଳିଗଲା ବିମାନ, ବିମାନ ଦୁର୍ଘଟଣା ପରେ ନିଆଁ ଲାଗି ୧୮ ଯାତ୍ରୀଙ୍କ ମୃତ୍ୟୁ।

 

୨୫-ଆଦିସ ଅବାବା:ପ୍ରବଳ ବର୍ଷା ଯୋଗୁଁ ମାଟି ଅତଡ଼ା ଧସି ୨୨୯ଜଣଙ୍କ ମୃତ୍ୟୁ।