ସକାଳର ଖବର,
*╭──────────────────╮*
*🌄ସକାଳର ଖବର, ୨୫-ଜୁଲାଇ-୨୦୨୩, ମଙ୍ଗଳବାର*
*╰──────────────────╯*
•┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ଆଜିଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କଟକ ଆଇନ୍ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ, ଏସସିବି ମେଡିକାଲ କଲେଜ୍ ହସ୍ପିଟାଲର ବାର୍ଷିକ ଉତ୍ସବ ସମେତ ଓଡ଼ିଶା ହାଇକୋର୍ଟ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ ।
➡️୨-ବାରାଣାସୀ ଜ୍ଞାନବ୍ୟାପୀ ମସଜିଦରେ ହେବନି ଏଏସଆଇର ସର୍ଭେ: ୨୬ ଜୁଲାଇ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସର୍ଭେ ଉପରେ ରୋକ ଲଗାଇଲେ ସର୍ବୋଚ୍ଚ ନ୍ୟାୟାଳୟ l
➡️୩-୮.୧୫% ବୃଦ୍ଧି ହେଲା ଇପିଏଫ ସୁଧହାର l ଏହାଦ୍ୱାରା ଦେଶର ଦେଶର ୬ କୋଟିରୁ ଅଧିକ କର୍ମଚାରୀ ଲାଭବାନ ହେବେ।
➡️୪-ପଶ୍ଚିମ-କେନ୍ଦ୍ରୀୟ ଓ ତତସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟିହେଲା ଆଉ ଏକ ଲଘୁଚାପ l ଆସନ୍ତା ୨୬ ତାରିଖ ବେଳକୁ ଏକ ଅବପାତର ରୂପନେବାର ସମ୍ଭାବନା ରହିଛି l
➡️୫-ଖୋର୍ଦ୍ଧାରେ ଖୋଲିଲା ଓଡ଼ିଶାର ପ୍ରଥମ ସ୍କ୍ରାପିଂୟାର୍ଡ, ଏଣିକି ରି-ୱି-ରି ପଦ୍ଧତିରେ ଭଙ୍ଗାଯିବ ପଞ୍ଜୀକୃତ ଯାନ l ଉଦଘାଟନ କଲେ ରାଜ୍ୟ ବାଣିଜ୍ୟ, ପରିବହନ ଓ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ l
➡️୬-ରାଜ୍ୟ ସରକାରଙ୍କ ପାୱାରଫୁଲ୍ ଅଫିସର ଟିମର ଆମେରିକାର ଗସ୍ତକୁ ନେଇ ଚର୍ଚ୍ଚା। 5T ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ପରେ ଏବେ ଆମେରିକା ଯିବାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ।
➡️୭-ରାଜଧାନୀର ପ୍ରମୁଖ ଆକର୍ଷଣୀୟ ବ୍ୟବସାୟିକ ବଜାର ‘‘ମାର୍କେଟ ବିଲ୍ଡିଂ’’ ଏକ ସପ୍ତାହ ପରେ ବି ସ୍ଥାୟୀ-ଅସ୍ଥାୟୀ ଦୋକାନୀଙ୍କ ମଧ୍ୟରେ ବିବାଦ ଜାରି l ବଜାର ବନ୍ଦ ରହିବା ଫଳରେ ପାଖାପାଖି ୧୫ କୋଟି କ୍ଷତି ହେଲାଣି।
➡️୮-ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୩ଟି ଗେଟ୍ l ଏହାକୁ ମିଶାଇ ଏବେ ୮ଟି ଗେଟ୍ ଜରିଆରେ ବନ୍ୟାଜଳ ନିଷ୍କାସନ ହେଉଛି।
➡️୯-ରାୟ ପ୍ରକାଶ କରିବାରେ ରେକର୍ଡ କଲେ ହାଇକୋର୍ଟ। ଗତକାଲି ଗୋଟିଏ ଦିନରେ ୭୫ଟି ମାମଲାର ହେଲା ରାୟ ପ୍ରକାଶ l
➡️୧୦-ବଲିଉଡ୍ର ଭେଟେରାନ ଅଭିନେତା ଜୟନ୍ତ ସାବରକରଙ୍କ ବାର୍ଦ୍ଧକ୍ୟ ଜନିତ ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ଗତକାଲି ହେଲା ପରଲୋକ l ସେ ୮୭ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି l
➡️୧୧-ବିବାଦ ପରେ ବି ବକ୍ସ ଅଫିସରେ ଧମାଲ କରୁଛି ଫିଲ୍ମ ‘ଓପେନହାଇମର’, ପ୍ରଥମ ୩ଦିନରେ ଫିଲ୍ମଟି ୫୦କୋଟି ଆୟ କରିସାରିଥିବା ବେଳେ ଆଗାମୀ ଦିନରେ ଏହା ବକ୍ସ ଅଫିସର ଅନେକ ରେକର୍ଡ ଭାଙ୍ଗିବ l
➡️୧୨-ପୁଣି ଅଡ଼ୁଆରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଜାମିନ ବିହୀନ ଗିରଫ ପରୱାର ଜାରି କଲେ ପାକିସ୍ତାନ ନିର୍ବାଚନ କମିଶନ ବା ଇସିପି।
➡️୧୩-ପ୍ରାଇମ୍ ଡେ’ ୨୦୨୩ରେ ଆମାଜନ୍ ଗ୍ଲୋବାଲ୍ ସେଲିଂର ଭାରତୀୟ ରପ୍ତାନିକାରୀଙ୍କ ବ୍ୟବସାୟରେ ପ୍ରାୟ ୭୦% ହେଲା ବୃଦ୍ଧି l
➡️୧୪-ମେଘାଳୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉତ୍ତ୍ୟକ୍ତ ଜନତାଙ୍କ ଆକ୍ରମଣ, ୫ଜଣ ସୁରକ୍ଷାକର୍ମୀ ହେଲେ ଆହତ l
➡️୧୫-କର୍ଣ୍ଣାଟକ ହାଇକୋର୍ଟର ସମସ୍ତ ବିଚାରପତିଙ୍କୁ ହତ୍ୟା ଧମକ, ଦୁର୍ବୃତ୍ତ କହିଲା- ବଞ୍ଚିବାକୁ ଚାହୁଁଥିଲେ ୫୦ ଲକ୍ଷ ଦିଅ l
➡️୧୬-ସୁପ୍ରିମକୋର୍ଟଙ୍କ କ୍ଷମତା ଛଡ଼ାଇ ନେବାକୁ ଇସ୍ରାଏଲ୍ ସଂସଦରେ ପାରିତ ହୋଇଥିବା ବିବାଦୀୟ ବିଲ୍ ଯୋଗୁଁ ଦେଶବ୍ୟାପୀ ବିକ୍ଷୋଭ l
➡️୧୭-ପୁଣି ଉଛୁଳିଲା ଗଙ୍ଗା, ଯମୁନା, ଲଗାଣ ବର୍ଷାରେ ବେହାଲ ରାଜଧାନୀ ଦିଲ୍ଲୀ, ମାୟାନଗରୀ ମୁମ୍ବାଇ ସମେତ ଦେଶର ବିଭିନ୍ନ ସ୍ଥାନ l
➡️୧୮-ଭାରତ ଶୃଙ୍ଖଳା ବିଜେତା: ଦ୍ବିତୀୟ ମ୍ୟାଚ୍ ଅମୀମାଂସିତ; ଶେଷ ଦିନକୁ ବର୍ଷା ଧୋଇଦେଲା l ପ୍ରବଳ ବର୍ଷା ଯୋଗୁଁ ଗୋଟିଏ ବି ବଲ୍ ପଡ଼ିପାରିନଥିଲା।
➡️୧୯-ଏସିଆନ ଗେମ୍ସରେ ପ୍ରଥମଥର ପାଇଁ ସାମିଲ ହେଲା ମହିଳା ସଫ୍ଟବଲ l ଯାହାକି ଆସନ୍ତା ସେପ୍ଟେମ୍ବର-ଅକ୍ଟୋବରରେ ଚାଇନାର ହାଙ୍ଗଝୋଉଠାରେ ହେବ l
➡️୨୦-ଫେଲ୍ ମାରିଲା ଇଂଲଣ୍ଡର ‘ବାଜ୍ବଲ୍’ ଷ୍ଟ୍ରାଟେଜି, ୪ର୍ଥ ଥର ପାଇଁ ଅଷ୍ଟ୍ରେଲିଆ ହାତେଇଲା ଆସେସ୍ ଟ୍ରଫି l
*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*
*🔅ଆଜି ଅନ୍ତର୍ଜାତୀୟ ନାଲି ଜୋତା ଦିବସ ll*
*🔅ଆଜି ବିଶ୍ୱର ପ୍ରଥମ ଟେଷ୍ଟ୍ ଟ୍ୟୁବ୍ ଶିଶୁ ଲୁଇ ବ୍ରାଉନ୍ ଙ୍କ ଜନ୍ମଦିନ ll*
*🔅ଆଜି ଜାତୀୟ ମଦ ଦିବସ ll*
*🔅ଆଜି ଜାତୀୟ ପନିର ଦିବସ ll*
*🔅ଶ୍ରୀ ଗୋଦାବରୀଶ ମିଶ୍ର ସ୍ମୃତି ଦିବସ ll*
*ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*
*ll ଶୁଭ ସକାଳ,ସୁପ୍ରଭାତ ll*