ମଦୁଆ ଙ୍କ ଉନ୍ମୁକ୍ତ କାଣ୍ଡ ..

ମୟୁରଭଞ୍ଜ(ବିଭୂତି ରାଉତ) ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ୍ ଅନ୍ତର୍ଗତ ନାକିଚୁଆ ପଞ୍ଚାୟତ ର ନାକିଚୁଆ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି.ଦୁଇ ମଦ୍ୟପ ଙ୍କ ଗଣ୍ଡଗୋଳ ରୁ ଘଟିଛି ଅଗ୍ନିକାଣ୍ଡ.ସୂଚନା ମୁତାବକ ନାକିଚୁଆ ଗାଁ ର ଦଶରଥ ଦେହୁରୀ ,ମହେନ୍ଦ୍ର ନାମକ ଯୁବକ ସହ ମାଡଗୋଳ ଲାଗିଥିଲେ.ଏହି ଘଟଣାଟି ପିଡିତାଙ୍କ ଘର ସମ୍ମୁଖରେ ହେଉଥିବାରୁ ପିଡିତା ରବି ମାରାଣ୍ଡି ହସ୍ତକ୍ଷେପ କଲାରୁ ଦଶରଥ ବଂଶ ବୁଡାଇବା ସହ ଘର ପୋଡିଦେବା ର ଧମକ ଦେଇଥିଲେ.ଆଉ ରବି ର ପରିବାର ଲୋକେ ରାତିରେ ଶୋଇଥିବା ବେଳେ ଦଶରଥ ରବି ଘରେ ନିଆଁ ଲଗାଇ
ଚମ୍ପଟ ମାରିଥିଲା.ତେବେ ନିଆଁ ପ୍ରଭାବରୁ ଘରେ ପାଳିଥିବା କୁକୁଡା ଗୁଡିକ ଶବ୍ଦକରି ଉଡିବାରୁ ରବି ର ନିଦ ଭାଙ୍ଗିଯାଇଥିଲା.ଏବଂ ପାଟିକଲାରୁ ପରିବାର ଲୋକେ ଘରୁ ବାହାରି ଆସିଥିଲେ.ତେବେ ଘରେ ରଖିଥିବା ଧାନ,ଚାଉଳ,ଆସବାବ ପତ୍ର ପୋଡିଯାଇଥିଲା.ସାହି ପଡିଶା ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା ନିଆଁକୁ ଆୟତ କରିପାରିନଥିଲେ.ତେବେ ଖବର ପାଇ ରାସଗୋବିନ୍ଦପୁର ଅଗ୍ନି ସମ ବାହିନି ପହଞ୍ଚି ନିଆଁ ଲିଭାଇଲା ବେଳକୁ ସବୁ ପୋଡି ନଷ୍ଟ ହୋଇ ଯାଇଥିଲା.ତେବେ ଏଭଳି ନାରକୀୟ କାଣ୍ଡ ଘଟାଇଥିବା ଦଶରଥକୁ ଆଇନତଃ କୋଠର ଦଣ୍ଡ ବିଧାନ ସହ କ୍ଷତିପୂରଣ ଦାବିକରିଛନ୍ତି ଅଞ୍ଚଳ ବାସି.ତେବେ ଖବର ପାଇ ଗାଁଅମରଦା ଆର୍ ଆଇ ଶୀଯୁକ୍ତ ସନାତନ ଟୁଡୁ ପିଡିତାଙ୍କ ଘରେ ପହଞ୍ଚି ତଦନ୍ତ କରିବା ସହ ଯୁଦ୍ଧକାଳିନ ଭିତରେ ଏକ ପଲିଥିନ ପ୍ରଦାନ କରିଛନ୍ତି.ଆଉ ନାକିଚୁଆ ସରପଞ୍ଚ ରୁଣ୍ଡୁ ହାଁସଦାଃ ସରକାରୀ ଆବାସ ଯୋଗାଇବା ପାଇଁ ପ୍ରୟାସ କରୁଛନ୍ତି।
