March 10, 2026

ଭାରତୀୟ ଜନତା ପାର୍ଟି ଗୁଣପୁର ଦ୍ୱାରା ଆଦର୍ଶ ନଗର ସ୍ଥିତ କାର୍ଯ୍ୟାଳୟ ଠାରେ ବିଜେପି କାର୍ଯ୍ୟକର୍ତ୍ତା ଓ ବିଜେପି ପ୍ରେମୀ ଙ୍କ ଦ୍ୱାରା “କଳା ଦିବସ ” ପାଳନ କରାଯାଇଅଛି …

IMG-20240625-WA0035
Share

ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ଆଜି ଭାରତୀୟ ଜନତା ପାର୍ଟି ଗୁଣପୁର ଦ୍ୱାରା ଆଦର୍ଶ ନଗର ସ୍ଥିତ କାର୍ଯ୍ୟାଳୟ ଠାରେ ବିଜେପି କାର୍ଯ୍ୟକର୍ତ୍ତା ଓ ବିଜେପି ପ୍ରେମୀ ଙ୍କ ଦ୍ୱାରା “କଳା ଦିବସ ” ପାଳନ କରାଯାଇଅଛି | ୧୯୭୫ ମସିହା ଜୁନ ୨୫ ତାରିଖରେ ପୂର୍ବତନ ପ୍ରଧାନ ମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଙ୍କ ଦ୍ୱାରା ସୁପାରିଶ ଜରୁରୀ କାଳୀନ ଅବସ୍ଥା ଜାରିକରଯାଇଥିଲା ଏହାର ପ୍ରତିବାଦରେ ଏକ ସଭା ଅନୁଷ୍ଠିତ ହୋଇଥିଲା |୧୯୭୫ ମସିହା ଆଜି ର ଦିନ ରେ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଙ୍କ ଦ୍ୱାରା ଭାରତର ସମ୍ବିଧାନ ଏବଂ ଗଣତନ୍ତ୍ର ର ବେକ ଚିପି ଦିଆ ଯାଇ ଥିଲା କେବଳ ନିଜ ସ୍ବାର୍ଥ କୁ ହାସଲ କରିବା ପାଇଁ ।
ବିଜେପି ଅଭିଯୋଗ କରିଛି ଗଣତନ୍ତ୍ର ଏବଂ ଭାରତର ସମ୍ଭିଧାନ କଂଗ୍ରେସ ସମୟରେ ସର୍ବାଧିକ କ୍ଷତିଗ୍ରସ୍ତ ଏବଂ ଅପମାନିତ ହୋଇଛି । ଜୁନ ୨୫ରେ ଜରୁରୀ କାଳୀନ ପରିସ୍ଥିତି ଘୋଷଣା କରି ଗଣତନ୍ତ୍ରର ହତ୍ୟା କରିଥିଲା କଂଗ୍ରେସ । ବିରୋଧୀ ଦଳଙ୍କୁ ଆଉ ଅନ୍ୟ ସବୁ ଦେଶଭକ୍ତ ଙ୍କୁ ଜେଲରେ ପୁରେଇ ଥିଲେ, ୨୧ ମାସ ଧରି ତାଣ୍ଡବ ଏବଂ ତାନାଶାହି ଶାସନ ଚଳାଇ ଥିଲେ । କ୍ଷମତା ଖସିବା ଭୟରେ ଜରୁରୀ କାଳୀନ ପରିସ୍ଥିତି ଘୋଷଣା କରିଥିଲେ ଇନ୍ଦିରା ଗାନ୍ଧି । ନିଜର ସ୍ୱାର୍ଥ ଓ ପଦବୀର ସୁରକ୍ଷା ପାଇଁ ସେ ଏପରି କରିଥିଲେ ।
୨୫ ତାରିଖ ମଧ୍ୟରାତ୍ରିରେ ଏମରଜେନ୍ସି ଲାଗୁ କରିବା ପାଇଁ ରାଷ୍ଟ୍ରପତିଙ୍କ ଦସ୍ତଖତ ନେଇଥିଲେ ଇନ୍ଦିରା ଗାନ୍ଧି । ଏବଂ ସକାଳୁ ଦେଶବାସୀଙ୍କୁ ରେଡିଓ ଦ୍ୱାରା ଅବଗତ କରାଇଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି । ହେଲେ ଦେଶର ୧ଲକ୍ଷ ୧୧ହଜାର ଲୋକଙ୍କୁ ଜେଲ ଦଣ୍ଡାଦେଶ ହୋଇଥିବା ଘଟଣାରେ ଜନ ଅସନ୍ତୋଷ ବ୍ୟାପିବାରେ ଲାଗିଥିଲା । ସାମ୍ବିଧାନିକ ର ଧାରା ୩୫୨ ଅନୁସାରେ ୨୫ ଜୁନ ୧୯୭୫ ଠାରୁ ୧୯୭୭ ମାର୍ଚ୍ଚ ୨୧ ତାରିଖ ପର୍ଯ୍ୟନ୍ତ ଲାଗୁ ରହିଥିଲା ଏହି ତାଣ୍ଡବ ଲୀଳା । ଏହି
ଜରୁରୀକାଳୀନ ପରିସ୍ଥିତି ଘୋଷଣାକୁ ବିରୋଧ କରି ପ୍ରତିବାଦ ସ୍ଵରୂପ ସମ୍ପୂର୍ଣ ଭାରତ ରେ ଆଜି ଭାରତୀୟ ଜନତା ପାର୍ଟୀ ଆଜିର ଦିନକୁ *କଳା ଦିବସ* ରୂପେ ପାଳନ କରୁଛି | ବିଜେପି ବରିଷ୍ଠ କାର୍ଯ୍ୟକର୍ତ୍ତା ୱାଇ.ଗଣପତିଙ୍କ ନେତୃତ୍ବରେ
ଉକ୍ତ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା ।ଏଥିରେ ସହ ଯୋଗ କରିଥିଲେ ଅମର କୁମାର ସାହୁ ଓ ଶ୍ରୀନିବାସ ସ୍ୱାଇଁ । ଏଥିରେ ଉପସ୍ଥିତ ଥିଲେ ବିଦ୍ୟା ଧର ଶବର ରାଜ୍ୟ ଏସ ଟି ମୋର୍ଚ୍ଚା ସମ୍ପାଦକ, ଇଦ୍ରାକ୍ଷୀ ପ୍ରସାଦ ଦାସ, ପ୍ରମୋଦ କୁମାର ସାହୁ, ହେମକାନ୍ତ ମହାପାତ୍ର,ପ୍ରଦୀପ ପାଢ଼ୀ,ଭଗବାନ ଚୌଧୁରୀ,ଲକ୍ଷ୍ମୀ ନାରାୟଣ ପାଢ଼ୀ, ଜଗଦୀଶ ପାତ୍ର, ଶ୍ରୀକୃଷ୍ଣ ପଣ୍ଡା, ଶ୍ରୀମତୀ ସଂଯୁକ୍ତା ତ୍ରିପାଠୀ, ଗୋପାଳ କୃଷ୍ଣ ଦେବପାତ୍ର,ସାରଙ୍ଗ ନାଗବଂଶ,ମନୋଜ କୁମାର ପାଣିଗ୍ରାହୀ, ପ୍ରଭାକର ସାବତ,ଆଦିତ୍ୟ ନାରାୟଣ ମିଶ୍ର, ଗୁମୁଡ଼ି ଶବର, ତୁଷାର ପଟ୍ଟନାୟକ,ଗଗନ ବିହାରି ପାତ୍ର, ପି.କ୍ରିଷ୍ଣା ରାଓ,ଦିଲୀପ କୁମାର ବାଉରି,ସୂର୍ଯ୍ୟ ନାରାୟଣ ପଟ୍ଟନାୟକ,ପ୍ରଶାନ୍ତ କୁମାର ସାହୁକାର,ରମେଶ ଚନ୍ଦ୍ର ସାହୁ, ବିଶ୍ଵନାଥ ବ୍ରହ୍ମା, ଶେଖ୍ ସାଲିମ୍,ସନ୍ତୋଷ କୁମାର ସୁବୁଦ୍ଧି,କେ. ମାଣିକାଣ୍ଠା, ନିଖିଲ ପାତ୍ର,ପ୍ରଦୀପ କୁମାର ପାଢ଼ୀ ଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା |