ଶିବ ବିବାହ ଏବଂ ଶୀତଳ ଷଷ୍ଠୀ ଯାତ୍ରା ଅନୁଷ୍ଠିତ।
୨୫/୦୫/୨୦୨୩,
କୋରାପୁଟ ଜିଲ୍ଲା ଜୟପୁର ରାଜୁ ସାହି ସ୍ଥିତ ଅଷ୍ଟଶମ୍ଭୁ କ୍ଷେତ୍ର ଶ୍ରୀ ଶ୍ରୀ ପଞ୍ଚାନନ ଶୈବପୀଠ ରେ ଶିବ ବିବାହ ଏବଂ ଶୀତଳଷଷ୍ଠୀ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଗତ ମଙ୍ଗଳବାର ୨୩ରିଖ ସନ୍ଧ୍ୟାରେ ମଙ୍ଗଳକୃତ୍ୟ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ବୁଧବାର ତା ୨୪ ରିଖ ଦିନ ଶିବ ବିବାହ ଏବଂ ବିଶ୍ବର କଲ୍ୟାଣ ନିମନ୍ତେ ରୁଦ୍ରାଭିଷେକ କାର୍ଯ୍ୟକ୍ରମ କରାଯାଇଥିଲା । ମନ୍ଦିରର ପରମ୍ପରା ନୀତି ଅନୁସାରେ ଦେବା ଦେବୀଙ୍କ ବିବାହ କାର୍ଯ୍ୟ ବଡ଼ ଧୂମଧାମରେ ପାଳନ କରାଯାଇଥିଲା । ବର ପଟୁଆର ରୋଷଣୀ ସହ ଶଙ୍ଖ ହୁଳହୁଳି ଶବ୍ଦରେ ସହର ପ୍ରକମ୍ପିତ ହୋଇ ଉଠିଥିଲା । ଆଜି ଶୁକ୍ରବାର ୨୫ ରିଖ ପୂର୍ବାହ୍ନ ୯ ଘଣ୍ଟା ସମୟରେ ମନ୍ଦିର ପ୍ରାଙ୍ଗଣରେ ବିଶ୍ଵଶାନ୍ତି ମହାଯଜ୍ଞ ଏବଂ ଘୃତଯଜ୍ଞ କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା । ପୂର୍ବାହ୍ନ ୧୨ ଘଣ୍ଟିକା ସମୟରେ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ ଆୟୋଜିତ କରାଯାଇଥିଲା । ସନ୍ଧ୍ୟା ୬:୩୦ ମି ସମୟରେ ଉମା ମହେଶ୍ୱରଙ୍କ ନଗର ପରିକ୍ରମା କରାଯାଇଥିଲା । ଏହି ଉତ୍ସବ ତିନି ଦିନ ଧରି ଚାଲିଥିବା ବେଳେ ମନ୍ଦିରର ପରିଚାଳନା କମିଟି ବୃନ୍ଦ ଏବଂ ମନ୍ଦିର ପୂଜାରୀ ହରି ତ୍ରିପାଠୀ ଙ୍କ ଦ୍ୱାରା ଶିବ ବିବାହ ଏବଂ ଶୀତଳ ଷଷ୍ଠୀ ଯାତ୍ରା ଅତି ଆଡମ୍ବର ସହକାରେ ସମ୍ପୂର୍ଣ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ନବକୃଷ୍ଣ ରଥ, ଭାରତ ପଟ୍ଟନାୟକ, ଜଗନ୍ନାଥ ମିଶ୍ର ଏବଂ ମନ୍ଦିର କମିଟିର ସଦସ୍ୟ ମାନେ ସହଯୋଗ କରିଥିଵା ବେଳେ ଶହ ଶହ ଭକ୍ତ ଙ୍କ ସମାଗମ ଲାଗି ରହିଥିଲା ।
ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନିୟୁଜ ଉପାନ୍ତ ଓଡିଶା ।