March 10, 2026

ଗଜପତିଜିଲ୍ଲାମିଳିତଅମଲା ମଞ୍ଚର କଳାବ୍ୟାଜପରିଧାନ କରି ପ୍ରତିବାଦ କଲେ 

IMG-20230525-WA0025
Share

ଗଜପତିଜିଲ୍ଲାମିଳିତଅମଲା ମଞ୍ଚର କଳାବ୍ୟାଜପରିଧାନ କରି ପ୍ରତିବାଦ କଲେ

 

ପାରଳାଖେମୁଣ୍ଡି:୨୫/୫(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ସଦର ମହକୁମାପାରଳାଖେମୁଣ୍ଡିର ବିଭିନ୍ନ ସ୍ଥାନରେ ମିଳିତ ଅମଲା ସଙ୍ଘ ତରଫରୁ କଳା ବ୍ୟାଜ ପରିଧାନ କରି ଆଜି ତୃତୀୟ ଦିନରେ ଶାନ୍ତି ପୂର୍ଣ୍ଣ ଭାବେ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି।କନିଷ୍ଠ ସହାୟକଙ୍କ ବେତନ ଲେବଲରେ ୪ରୁ ଲେବଲ ୯ କୁ ବୃଦ୍ଧି କରିବା ନିମନ୍ତେ ୨୦୧୭ ମସିହାରୁ ସରକାରଙ୍କ ନିକଟରେ ଦାବି କରି ଆସୁଛନ୍ତି।

ସେମାନଙ୍କ ଏହି ସମସ୍ୟା ବିଷୟରେ ସରକାର କୌଣସି ପଦକ୍ଷେପ ଗ୍ରହଣ ନ କରି ବାରୁ ଚଳିତ ମାସ ୨୨ ରୁ ୩୧ତାରିଖ ପର୍ଯ୍ୟନ୍ତ କଳା ବ୍ୟାଜ ପରିଧାନ କରି କାର୍ଯ୍ୟ କରିବେ ଏବଂ ଏକ ଜୁନ ରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସାମୁହିକ ଛୁଟିରେ ଯିବା ନିମନ୍ତେ ନିଷ୍ପତ୍ତି ହୋଇଛି।ଏଥି ନିମନ୍ତେ ଗତ ୨୧ ତାରିଖରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ୨ରେ ମିଳିତ ଅମଲା ମଞ୍ଚର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା।ମିଳିତ ଅମଲା ମଞ୍ଚ ତରଫରୁ ନିଷ୍ପତ୍ତି ଗ୍ରହଣ କରାଯାଇ ଥିବା ଏ ନେଇ ଗଣମାଧ୍ୟମ କୁ ସୂଚନା ପ୍ରଦାନ କରାଯାଇଛି।