ଆଜିର ଖବର…

ରାଜ୍ୟର ୨୪ଜିଲ୍ଲାର ଭୂତଳ ଜଳ କମିଛି, ଗଜପତି, ନୟାଗଡ଼ ସ୍ଥିତି ଗମ୍ଭୀର। ଜଳ ବଞ୍ଚାନ୍ତୁ।
ଓଡ଼ିଶା ଅକ୍ଷୟ ଶକ୍ତିରେ ୧୧୯୧.୪୭ କୋଟିର ପୁଞ୍ଜିନିବେଶ ପ୍ରସ୍ତାବକୁ ନୀତିଗତ ଅନୁମୋଦନ।
ପୁରୀରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ, ୬ଲକ୍ଷ ହିତାଧିକାରୀଙ୍କୁ ନୂଆ ରଙ୍ଗର ରାସନକାର୍ଡ ବାଣ୍ଟିଲେ ସରକାର।
ଭୁବନେଶ୍ବରରେ ଖୋଲିବ ଇଏସ୍ଆଇସି ମେଡିକାଲ୍ କଲେଜ, ୨ ବର୍ଷରେ ସ୍ଥାପନ ହେବ।
ଭୁବନେଶ୍ବରର ଆର୍ଦ୍ରତା ୭୮%, ଜନଜୀବନ ଅସ୍ତବ୍ୟସ୍ତ, ରାସ୍ତା ଫାଙ୍କା। ନନ୍ଦନ କାନନରେ ବାରମ୍ବାର ଗାଧୋଉଛନ୍ତି ପଶୁପକ୍ଷୀ।
ଜାତୀୟ ଉଦ୍ୟାନ ମାନ୍ୟତା।ରାଜ୍ୟର ଦ୍ବିତୀୟ ଓ ଦେଶର ୧୦୭ତମ ଜାତୀୟ ପାର୍କ ହେଲା ‘ଶିମିଳିପାଳ’।
ଯୁକ୍ତ ଦୁଇ ପାସ କରାଇଦେବା ସହ ମାର୍କ ବଢାଇବାକୁ ପିଲାଙ୍କୁ ଆସୁଛି ଅଜଣା କଲ୍। ଫଳାଫଳ ଅପେକ୍ଷାରେ ଛାତ୍ରଛାତ୍ରୀ।
ରାଜ୍ୟରେ ଶିକ୍ଷକ ଅଭାବ ପୂରଣ ପାଇଁ ଅନ୍ୟ ବିଦ୍ୟାଳୟରୁ ଆସିବେ ବଳକା ଶିକ୍ଷକ।
ଖରାଛୁଟି ପାଇଁ ଛାତ୍ରଛାତ୍ରୀଙ୍କୁ ଦିଆଯିବ ହୋମ ଓ୍ବାର୍କ, ଲମ୍ବା ଗାଉଡ଼ ଲାଇନ ଜାରି।
ଅନୁପ୍ରବେଶକାରୀଙ୍କ ଉପରେ ଓଡ଼ିଶା ସରକାରଙ୍କ ଅଛି ତୀକ୍ଷ୍ମ ନଜର। କିନ୍ତୁ ବଢି ଚାଲିଛି ସଂଖ୍ୟା, ବଢୁଛି ଚୋରି।
ପୁଲିସ କର୍ମଚାରୀଙ୍କ ଭତ୍ତା ଓ ପ୍ରୋତ୍ସାହନ ରାଶି ବୃଦ୍ଧି କଲେ ରାଜ୍ୟ ସରକାର ।
କାଶ୍ମୀରରେ ମୃତ ପ୍ରଶାନ୍ତଙ୍କ ପରିବାରକୁ ମିଳିବ ୨୦ଲକ୍ଷ ଟଙ୍କାର ସହାୟତା ଓ ତାଙ୍କ ସ୍ତ୍ରୀଙ୍କୁ ଚାକିରି।
ରାଉରକେଲା ରେ ଧୋକାଦେଲା ଆଲିଆନ୍ସ ବିମାନ। ବୁଧବାର ଓ ଶନିବାର ଉଡ଼ିବ ନାହିଁ।
ଅଗ୍ନିବୀର ନିଯୁକ୍ତିରେ ଠକେଇ ଅଭିଯୋଗ, ୫ ନୌସେନା କର୍ମଚାରୀ ଗିରଫ।
ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଲିଫ୍ଟ ମେଣ୍ଟେନାନ୍ସ ନାହିଁ। ମହିଳା ରୋଗୀ ଲିଫ୍ଟରେ ଚାପି ହୋଇ ମୃତ।
ଖୋର୍ଦ୍ଧା ବାଲିପାଟଣାରେ ଦିବ୍ୟାଙ୍ଗଙ୍କ ଗୁହାଳରୁ ଚୋରି। ୨୫ ବଡ଼ ଛେଳି ନେଲେ ଛୁଆଙ୍କୁ ଛାଡି ଦେଲେ।
ରାଉରକେଲାରେ ନିୟମିତ ପଥର ଚୋରି। ବିନା ଟିପିରେ ପଥର ଚାଲାଣ, ଦୁଇ ହାଇୱା ଜବତ।
ବାରିପଦା ରାଇରଙ୍ଗପୁର ରେ କର୍ମଚାରୀ ଉପରେ ଓଲଟି ଗଲା ହାଇଡ୍ରା କ୍ରେନ୍, ଜଣେ ମୃତ।
ଜେଏନୟୁ ରେ ଚାକିରି ଦେବା ନାଁରେ ୧୨ ଲକ୍ଷ ଠକେଇ, ରାଉରକେଲାରୁ ଜଣେ ଗିରଫ।
ସୁନ୍ଦରଗଡ ବଣାଇରେ ସ୍ପଷ୍ଟ ଦିବାଲୋକରେ ବାଇକ୍ ଡିକି ଭାଙ୍ଗି ୩.୫ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ।
ମହାନଦୀରେ ବୁଡି ଯାଇଥିବା ନଦୀକୂଳ ସାହିର ୨ ଯୁବକ ମୃତ।
ଭଦ୍ରକ ବାସୁଦେବପୁରରେ କାଶିଆ ସାମୁଦ୍ରିକ ଥାନା ସାନକୃଷ୍ଣ ଡିହସହି ଗାଁରେ ଅଘଟଣ, ପୋଖରୀରେ ବୁଡି ଦୁଇ ଶିଶୁ କନ୍ୟାଙ୍କ ମୃତ୍ୟୁ।
କନ୍ଧମାଳ ବନେଗାଁ ରୁ ଡ଼ନ୍ଦାବାଲି ୧୬କିମି ରାସ୍ତା ମରଣଯନ୍ତା। ରୋଗୀ, ଗର୍ଭବତୀ ଖଟିଆରେ ବୁହା ହେଉଛନ୍ତି।
ଖୋର୍ଦ୍ଧା ବାଲିପାଟଣା ଥାନାରେ ଉତ୍ପାତକରି, ଅଭିଶାପ ଦେଇ ବନ୍ଧାହେଲେ ୫ ଜଣ ମହିଳା କାଳିଶି।
ଛତିଶଗଡ଼ ବିଜାପୁରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ମାଓବାଦୀ ନିହତ, ହଜାରେ ନକ୍ସଲଙ୍କୁ ଘେରିଲେ ୨୦ ହଜାର ଯବାନ।
କ୍ରିକେଟ ଆଇପିଏଲ୍, ଘରୋଇ ମାଟିରେ ବେଙ୍ଗାଲୁରୁର ପ୍ରଥମ ବିଜୟ, ହାରିଲା ରାଜସ୍ଥାନ। ଚେନ୍ନାଇ ଓ ହାଇଦ୍ରାବାଦ ଆଜି ଖେକିବେ।
ପାକିସ୍ତାନର ସରକାରୀ ‘X’ ଟ୍ୱିଟର ଭାରତରେ ବ୍ଲକ କରାଗଲା।
ଆଇଏନଏସ ସୁରତରୁ ନୌସେନା ଜାହାଜରୁ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କଲା ଭାରତ।
ଗର୍ଜିଲା ରାଫେଲ ଓ ସୁଖୋଇ ୩୦,ଭାରତୀୟ ବାୟୁସେନାର ସ୍ବତନ୍ତ୍ର ଯୁଦ୍ଧାଭ୍ୟାସ ‘ଆକ୍ରମଣ’ ଆରମ୍ଭ ।
ବିହାରରେ ନିର୍ବାଚନ ପ୍ରଚାରରେ ଅଛନ୍ତି ପ୍ରଧାନମନ୍ତ୍ରୀ। ଇଂରାଜୀ ଭାଷଣରେ ଆତଙ୍କବାଦୀଙ୍କୁ ମୂଳପୋଛ କରିବାକୁ ଧମକ ଦେଲେ।
ଆଜି ବିଶ୍ୱ ମାଲେରିଆ ଦିବସ।
ଆଜି ଜନ୍ମଦିନ: ଅରିଜିତ ସିଂ, ବିଜୟନ (ଫୁଟବଲ), କରନ ରାଜଦାନ, ସ୍ୱାମୀ କୃଷ୍ଣନନ୍ଦ ସରସ୍ୱତୀ।
ଆଜି ତିରୋଧାନ: ଆଣ୍ଡର୍ସ ସେଲସିୟସ।
ଇତିହାସରେ ଆଜି ଦିନ: (୧୯୫୩) ଡିଏନଏ ର ଡବଲ ହେଲିକ୍ସ ଗଠନ ଗବେଷଣା ପ୍ରକାଶିତ/ (୧୯୫୪) ସିଲିକନରୁ ସୌର ବ୍ୟାଟେରୀ ତିଆରି/ (୧୯୮୨) ଦିଲ୍ଲୀରେ ପ୍ରଥମ ରଙ୍ଗୀନ ଟିଭି ସିଗନାଲ ପ୍ରସାରଣ ଆରମ୍ଭ।
*ବନ୍ଦେ ଉତ୍କଳ ଜଜନନୀ
*